Advertisment

ଛକା ମାରିବାରେ ଗେଲଙ୍କୁ ପଛରେ ପକାଇ ରୋହିତ ହେଲେ ନଂ ୧

ରୋହିତ ଆଜି ୮୪ ବଲରେ ୧୩୧ ରନ କରି ଆଉଟ ହୋଇଯାଇଛନ୍ତି।

Six

Six

Advertisment

ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ଆଜିର ଶତକୀୟ ଇନିଂସ ପରେ ରୋହିତ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ କପିଲ ଦେବ ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥିସହ କ୍ରିସ ଗେଲଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି।

Advertisment

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇ ଯାଇଛି। ପୂର୍ବରୁ ଏହି ରେକର୍ଡ ଗେଲ୍‌ଙ୍କ ନାଁରେ ଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ୫୫୧ ଟି ଛକା ମାରିଥିଲେ। ଗେଲ ମାରିଥିକା ଛକା ସଂଖ୍ୟା ୫୫୩ ଥିଲା।

ହେଲେ ରୋହିତ ଆଜି ଛକା ମାରିବା ମାମଲାରେ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲଙ୍କୁ ଅତିକ୍ରମ କରିବାକୁ ତାଙ୍କ ୩ଟି ଛକାର ଆବଶ୍ୟକ ଥିଲା। କିନ୍ତୁ ଆଜି ମ୍ୟାଚ୍‌ରେ ସେ ୫ଟି ଛକା ମାରି ସାରିଲେଣି।

Advertisment

ରୋହିତ ଆଜି ୮୪ ବଲରେ ୧୩୧ ରନ କରି ଆଉଟ ହୋଇଯାଇଛନ୍ତି। ତାଙ୍କୁ ରାଶିଦ ଖାନ ବୋଲ୍ଡ କରି ଦେଇଛନ୍ତି। ହେଲେ ସେ ଆଉଟ ହୋଇଥିଲେ ମଧ୍ୟ ଭାରତର ବିଜୟକୁ ଏକ ପ୍ରକାରର ପକ୍କା କରି ଦେଇଛନ୍ତି। 

ରୋହିତ ଭାରତୀୟ ଇନିଂସର ୮ମ ଓଭର୍‌ରେ ଆଫଗାନ ବୋଲର ନବୀନ ଉଲ ହକଙ୍କୁ ଛକା ମାରି ଗେଲଙ୍କ ୫୫୩ ଛକା ମାରିବା ରେକର୍ଡକୁ ଭାଙ୍ଗି ଥିଲେ। ଏହାପରେ ସେ ଆଉ ଦୁଇଟି ଛକା ମଧ୍ୟ ମାରିଛନ୍ତି। ଏହାର ଅର୍ଥ ରୋହିତଙ୍କ ଛକା ସଂଖ୍ୟା ୫୫୬ ହୋଇ ଯାଇଛି।

ସେହିପରି ଆଜି ରୋହିତ ଗୋଟିଏ ୯୩ ମିଟରର ଛକା ମାରିଛନ୍ତି। ଚଳିତ ବିଶ୍ୱକପରେ ଏହା ଏଯାଏ ସବୁଠାରୁ ବଡ଼ ଛକା ହେବାର କ୍ଲବରେ ସାମିଲ ହୋଇଯାଇଛି।

Rohit Sharma ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe