Advertisment

ଶୂନରେ ଆଉଟ୍ ହେବା ପରେ ଶୁବମନଙ୍କ ଉପରେ ରାଗିଗଲେ ରୋହିତ ଶର୍ମା

ରୋହିତ ଶୂନରେ ଆଉଟ୍ ହୋଇଥିଲେ ବି ଭାରତ ଏହି ମ୍ୟାଚ୍ ଜିତି ଯାଇଛି। ଦଳ ୧୭.୩ ଓଭରରେ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି ଯାଇଥିଲା।

Rohit sharma

Rohit sharma

Advertisment

ଆଜି ଠାରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ୩ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌। ଏହା ସହିତ କ୍ରିକେଟର ଏହି ଫର୍ମାଟକୁ ୧୪ ମାସ ପରେ ଫେରିଛନ୍ତି ରୋହିତ ଶର୍ମା। ଟିଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଏହା ଭାରତର ଶେଷ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ସିରିଜ୍ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ରୋହିତ ଶର୍ମାଙ୍କ ଉପରେ। ହେଲେ ଆଜି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶୂନରେ ଆଉଟ୍ ହୋଇଛନ୍ତି ରୋହିତ ଶର୍ମା।

Advertisment

ଭାରତକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ଭୁଲ୍‌ ବୁଝାମଣା ଯୋଗୁ ସେ ରନ୍ ଆଉଟ୍ ହୋଇଥିଲେ। ଆଉ ଆଉଟ୍ ହେବା ପରେ ସେ ଶୁବମନ ଗିଲଙ୍କ ଉପରେ ରାଗି ଯାଇଥିଲେ। ସେ ଶୁବମନଙ୍କୁ କିଛି କହି ପ୍ୟାଭିଲିୟନକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।  

ଫଜଲହକ ଫାରୁକୀଙ୍କ ଏକ ବଲ୍‌କୁ ରୋହିତ ମିଡ୍‌ ଅଫ୍‌କୁ ମାରିଥିଲେ ଓ ସିଙ୍ଗଲ୍ ପାଇଁ ଶୁବମନ ଗିଲ୍‌ଙ୍କୁ ଡାକ ପକାଇଥିଲେ। ଅନ୍ୟପକ୍ଷରେ ଶୁବମନଙ୍କ ନଜର ବଲ୍ ଉପରେ ରହିଥିଲା। ରୋହିତ ଶର୍ମା ତାଙ୍କ କ୍ରିଜ୍‌ ଛାଡ଼ି ଆର ମୁଣ୍ଡକୁ ଦୌଡ଼ି ପଳାଇ ଯାଇଥିବା ବେଳେ ଶୁବମନ ଗିଲ ସେମିତି କ୍ରିଜ୍‌ରେ ଛିଡ଼ା ହୋଇ ରହିଥିଲେ। ଆଫଗାନିସ୍ତାନ ଫିଲ୍‌ଡର କୌଣସି ଭୁଲ୍ କରି ନଥିଲେ ଓ ସୁଯୋଗର ଫାଇଦା ଉଠାଇଥିଲେ। ରୋହିତ ଶର୍ମା ରନ୍ ଆଉଟ୍ ହୋଇଯାଇଥିଲେ। 

Advertisment

ରୋହିତ ଶୂନରେ ଆଉଟ୍ ହୋଇଥିଲେ ବି ଭାରତ ଏହି ମ୍ୟାଚ୍ ଜିତି ଯାଇଛି। ଦଳ ୧୭.୩ ଓଭରରେ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି ଯାଇଥିଲା। ଦଳ ୪ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଶିବମ ଦୁବେ ଅପରାଜିତ ରହି ୬୦ ରନ୍ କରିଥିଲେ। 

Rohit Sharma Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe