Advertisment

ଡିଭିଲିୟର୍ସଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ରୋହିତ

ଚଳିତ ବିଶ୍ୱକପରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଏଯାଏ ବିଶ୍ୱକପରେ ୨୨ଟି ଲେଖାଏ ଛକା ମାରିଥିଲେ।

Rohit

Rohit

Advertisment

ଆଲୋକର ପର୍ବ ଦୀପାବଳିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବଡ଼ ରେକର୍ଡ କରିଛନ୍ତି। ଆଜି ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତ ଖେଳୁଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସଙ୍କ ସର୍ବକାଳୀନ ଛକା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟଡିୟମରେ ରୋହିତ ଗୋଟିଏ ଛକା ମାରିବା କ୍ଷଣି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏହାପରେ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଛନ୍ତି।

ଚଳିତ ବିଶ୍ୱକପରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଏଯାଏ ବିଶ୍ୱକପରେ ୨୨ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ରୋହିତ ଆଜି ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତଙ୍କ ଛକା ସଂଖ୍ୟା ୨୪ରେ ପହଞ୍ଚି ଯାଇଛି।

Advertisment

ଏହାବାଦ କୌଣସି ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଛକା ମାରିବାରେ ରୋହିତ ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି।

୨୦୧୫ କ୍ୟାଲେଣ୍ଡର ବର୍ଷରେ ଡିଭିଲିୟର୍ସ ୧୮ଟି ଇନିଂସରେ ୫୮ଟି ଛକା ମାରି ଥିଲେ। ଏବେ ରୋହିତ ୨୦୨୩ ବର୍ଷରେ ୬୦ଟି ଛକା ମାରି ତାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି ରୋହିତ କୋଲିନ ଆକେରମାନଙ୍କୁ ୯୨ ମିଟର ଦୂରତାକୁ ଛକା ମାରି ନିଜ ସଂଖ୍ୟାକୁ ୫୯ରେ ପହଞ୍ଚାଇଥିଲେ। ଏହାପରେ ରୋଲଫ ଭାନ ଡେର ମେରୱେଙ୍କୁ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଥିଲେ। ଆଜି ୬୧ ରନ କରି ଆଉଟ ହୋଇଥିବା ରୋହିତ ୮ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଡିଭିଲିୟର୍ସଙ୍କ ବ୍ୟତୀତ କ୍ରିସ ଗେଲ ରହିଛନ୍ତି। ଗେଲ ୨୦୧୯ରେ ୫୬ଟି ଛକା ମାରିଥିଲେ।

ଅନ୍ୟପକ୍ଷରେ ଗୋଟିଏ ବିଶ୍ୱକପରେ ଅଧିନାୟକ ଭାବେ ମଧ୍ୟ ରୋହିତ ସର୍ବାଧିକ ୨୪ଟି ଚକା ମାରିବାର ରେକର୍ଡ କରିଛନ୍ତି। ୨୦୧୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ୨୨ ଓ ୨୦୧୫ରେ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଭାବେ ୨୧ଟି ଛକା ମାରିଥିଲେ।

Rohit Sharma ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe