Advertisment

ଶତକ ମାରି କପିଲ ଦେବ ଓ ସଚିନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରୋହିତ ୪ର୍ଥ ଭାରତୀୟ ଭାବେ ବିଶ୍ୱକପରେ ୧ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

author-image
Hemant Lenka
Rohit

Rohit

ବିଶ୍ୱକପରେ ନୂଆ ରେକର୍ଡ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ସେ ଆଫଗାନିସ୍ତାନ ବିପକ୍ଷରେ ଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ କ୍ରିକେଟ ଜଗତର ଦୁଇ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସଚିବ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି।

Advertisment

ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପାଇଁ ରୋହିତ ଶର୍ମା ୬୩ ବଲରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୩୦ ବଲରେ ୫୦ ରନ ପୂରଣ କରିଥିଲେ।

ରୋହିତ ୬୩ ବଲରେ ଶତକ ପୂରଣ କରିବା ମାତ୍ରେ କପିଲ ଦେବ ଓ ସଚିନଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। କାରଣ ଭାରତ ପାଇଁ ବିଶ୍ୱକପରେ ସବୁଠାରୁ କମ ବଲରେ ଶତକ ହାସଲ କରିବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇ ଯାଇଥିଲା।

Advertisment

ଏହାପୂର୍ବରୁ କପିଲ ଦେବ ସବୁଠାରୁ କମ ବଲରେ ଭାରତ ପାଇଁ ବିଶ୍ୱକପରେ ଶତକ ହାସଲ କରିଥିଲେ। ସେ ୭୨ ବଲରେ ଶତକ ହାସଲ କରିଥିଲେ। ୧୯୮୩ ମସିହା ଜୁନ ୧୮ରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ କପିଲ ଦେବ ଏପରି ରେକର୍ଡ କରିଥିଲେ।

ତା’ ପରଠାରୁ କୌଣସି ଭାରତୀୟ ଏହି ରେକର୍ଡ ଭାଙ୍ଗି ପାରି ନଥିଲେ। କିନ୍ତୁ ଆଜି ରୋହିତ ୬୩ ବଲରେ ଶତକ ହାସଲ କରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

କପିଲ ଦେବଙ୍କ ବ୍ୟତୀତ ରୋହିତ କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିବା ରେକର୍ଡ ଉଭୟ ସଚିନ ଓ ରୋହିତଙ୍କ ନାଁରେ ଥିଲା। ସଚିନ ୧୯୯୨ରୁ ୨୦୧୧ ବିଶ୍ୱକପ ମଧ୍ୟରେ ୪୪ଟି ମ୍ୟାଚ୍‌ ଖେଳି ୬ଟି ଶତକ ହାସଲ କରିଥିଲେ। କିନ୍ତୁ ରୋହିତ ଏଯାଏ ୩ଟି ବିଶ୍ୱକପର ୧୯ଟି ମ୍ୟାଚ୍‌ରେ ୭ଟି ଶତକ ହାସଲ କରି ସଚିନଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି।

ଏହାବାଦ ରୋହିତ ୪ର୍ଥ ଭାରତୀୟ ଭାବେ ବିଶ୍ୱକପରେ ୧ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

Rohit Sharma ICC ICC World Cup 2023