ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ଥିରୁଅନନ୍ତପୁରମ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଅତି ସହଜରେ ୮ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ୩ ଟିକିଆ ଟି-୨୦ ସିରିଜ୍‌ରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଦଖଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ରୋହିତ ଶର୍ମା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ […]

Dhoni

Dhoni

Hemant Lenka
  • Published: Thursday, 29 September 2022
  • Updated: 29 September 2022, 01:59 PM IST

Sports

Latest News

ଥିରୁଅନନ୍ତପୁରମ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଅତି ସହଜରେ ୮ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ୩ ଟିକିଆ ଟି-୨୦ ସିରିଜ୍‌ରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଦଖଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ରୋହିତ ଶର୍ମା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟି-୨୦ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚରେ ରେକର୍ଡ ଏବେ ରୋହିତ ଶର୍ମାଙ୍କ ନାଁରେ ହୋଇ ଯାଇଛି। ୨୦୨୨ ବର୍ଷରେ ସେ ଏଯାଏ ୧୬ଟି ମ୍ୟାଚ୍‌ ଜିତି ସାରିଲେଣି। ମହେନ୍ଦ୍ର ସିଂହ ଧୋନି ୨୦୧୬ ବର୍ଷରେ ୧୫ଟି ଟି-୨୦ ମ୍ୟାଚ୍‌ ଜିତିଥିଲେ। ବୁଧବାର ଦକ୍ଷିଣ ଆଫ୍ରିକା ୮ ୱିକେଟରେ ହାରିବା ପରେ ରୋହିତ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ଚଳିତ ବର୍ଷ ରୋହିତ ଶର୍ମାଙ୍କ ଅଧୀନରେ ଟିମ ଇଣ୍ଡିଆ ଏଯାଏ ୨୧ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ୧୬ଟିରେ ଜିତିଛି। ୨୦୨୨ ବର୍ଷ ରୋହିତ ଶର୍ମା କ୍ରମାଗତ ୮ଟି ବିଜୟ ସହ ନିଜର କ୍ୟାପ୍ଟେନ୍ସି ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମେ ୱେଷ୍ଟଇଣ୍ଡିଜକୁ ୩ଟି ପରେ ଶ୍ରୀଲଙ୍କାକୁ ୩ଟି  ଓ ଜୁଲାଇ ମାସରେ ଇଂଲଣ୍ଡକୁ ୨ଟି ମ୍ୟାଚରେ ହରାଇଥିଲା। କାରେବିୟାନ ଖେଳାଯାଇଥିବା ଇଣ୍ଡିଜ୍‌ ବିପକ୍ଷ ୪ ଟି-୨୦ ମ୍ୟାଚ୍‌ରୁ ରୋହିତ ଆଣ୍ଡ କୋ ୩ଟିରେ ଜିତିଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ବର୍ଷ ଟିମ ଇଣ୍ଡିଆ ଏସିଆ କପ ଖେଳିଥିଲା। ହେଲେ ସୁପର ୪ରେ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ହାରି ଯାଇଥିଲା। ଫଳରେ ୨୦୧୪ ପରେ ପ୍ରଥମଥର ପାଇଁ ଟିମ ଇଣ୍ଡିଆ ଏସିଆ କପ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଖେଳିଥିବା ସମସ୍ତ ଦ୍ୱିପାକ୍ଷିକ, ତ୍ରିପାକ୍ଷିକ ଓ ମଲ୍ଟିନେଶନ ସିରିଜ୍‌ରେ ଜିତିଥିଲା। କିନ୍ତୁ ଏସିଆ କପରେ ଦଳ ସୁପର ୪ରୁ ବିଦା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story