Advertisment

ପାକିସ୍ତାନ ବିପକ୍ଷରେ ବିରାଟଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

କିନ୍ତୁ ସେ ୮୬ ରନର ଇନିଂସ ପରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ୮-୦ ହୋଇ ଯାଇଛି।

Rohit

Rohit

Advertisment

ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ। ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ତା’ର ଅପରାଜେୟ ଧାରା ବଜାୟୀ ରଖିଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି। ଅବଶ୍ୟ ସେ ବିଶ୍ୱକପରେ ନିଜର ୮ମ ଶତକରୁ ବଞ୍ଚିତ ହୋଇଛନ୍ତି।

Advertisment

କିନ୍ତୁ ସେ ୮୬ ରନର ଇନିଂସ ପରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ୮-୦ ହୋଇ ଯାଇଛି।

୧୯୨ ରନର ପିଛା କରୁଥିବା ଭାରତ ପାଇଁ ଆରମ୍ଭରୁ ରୋହିତ ଆଟାକିଂ ଶଟ୍‌ ଖେଳିଥିଲେ। ସେ ୬୩ ବଲରେ ୬ ଛକା ଓ ୬ ଚୌକା ବଳରେ ୮୬ ରନର ଇନିଂସ ଖେଳିଛନ୍ତି। ଏହାପୂର୍ବ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ୮୪ ବଲରେ ୧୩୧ ରନର ଇନିଂସ ଖେଳିଥିଲେ। ରୋହିତ ଆଜି ଶତକ କରି ପାରି ନଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

Advertisment

୨୦୧୯ ମାଞ୍ଚେଷ୍ଟରରେ ଖେଳା ଯାଉଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ରୋହିତ ୧୪୦ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ବିରାଟ ଅଧିନାୟକ ଭାବେ ୭୭ ରନ କରିଥିଲେ।

ଏହା ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଅଧିନାୟକଙ୍କ ସର୍ବାଧିକ ସ୍କୋର ଥିଲା। ହେଲେ ୨୦୨୩ ବିଶ୍ୱକପରେ ରୋହିତ ପାକିସ୍ତାନ ବିପକ୍ଷରେ ଅଧିନାୟକ ଭାବେ ୮୬ ରନର କରି ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ ଓ ବିରାଟଙ୍କ ପରେ ଭାରତର ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ କରିଥିବା ଖେଳାଳି ତାଲିକାର ତୃତୀୟ ସ୍ଥାନରେ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି।

ସେ ୧୯୯୯ ବିଶ୍ୱକପରେ ୫୯ ରନର ଇନିଂସ ଖେଳିଥିଲେ। ୪ର୍ଥରେ ଓ ୫ମ ସ୍ଥାନରେ ମଧ୍ୟ ତାଙ୍କ ନାଁ ରହିଛି। ସେ ୧୯୯୨ରେ ୪୨ ଓ ୧୯୯୬ରେ ୨୭ ରନ କରିଥିଲେ।

୨୦୧୧ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନି ମୋହାଲିରେ ୨୫ ରନ, ୨୦୧୫ରେ ଆଡିଲେଡରେ ୧୮ ରନର ଇନିଂସ ଖେଳିଥିଲେ।

Rohit Sharma ICC ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe