Advertisment

ଡବଲ ରେକର୍ଡର ଅଧିକାରୀ ହେଲେ ରୋହିତ ଶର୍ମା

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ଡବଲ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ସୁପର ୧୨ର ଗୋଟିଏ ମ୍ୟାଚ୍‌ ଖେଳିବାକୁ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ଅପରାଜିତ ୬୨, ସୂର୍ଯ୍ୟ କୁମାର ଯାଦବ ୫୧ ଓ ରୋହିତ ଶର୍ମା ୫୩ ରନର […]

author-image
Hemant Lenka
ଡବଲ ରେକର୍ଡର ଅଧିକାରୀ ହେଲେ ରୋହିତ ଶର୍ମା

Rohit

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ଡବଲ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ସୁପର ୧୨ର ଗୋଟିଏ ମ୍ୟାଚ୍‌ ଖେଳିବାକୁ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ଅପରାଜିତ ୬୨, ସୂର୍ଯ୍ୟ କୁମାର ଯାଦବ ୫୧ ଓ ରୋହିତ ଶର୍ମା ୫୩ ରନର ଇନିଂସ ଖେଳିଛନ୍ତି।

Advertisment

ଆଜି ୫୩ ରନ କରିଥିବା ରୋହିତ ବିଶ୍ୱକପରେ ଡବଲ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱକପରେ ଯୁବରାଜ ସିଂହଙ୍କ ନାଁରେ ଥିବା ସର୍ବାଧିକ ୬ ରେକର୍ଡକୁ ଆଜି ରୋହିତ ଶର୍ମା ଭାଙ୍ଗି ଦେଇଛନ୍ତି। ରୋହିତ ଶର୍ମା ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ୬କା ମାରିବାର ରେକର୍ଡ କରିଛନ୍ତି।

ଆଜି ସେ ଖେଳିଥିବା ୫୩ ରନରେ ଇନିଂସରେ ୩ଟି ଛକା ରହିଛି। ୩ନଂ ଛକା ମାରିବା କ୍ଷଣି ରୋହିତ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ରୋହିତ ଏଯାଏ ଟି-୨୦ ବିଶ୍ୱକପରେ ମୋଟ ୩୪ଟି ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ୩୩ ଛକା ସହ ଯୁବରାଜ ସିଂହ ଭାରତୀୟ ଖେଳାଳିଙ୍କ ମଧ୍ୟରେ ୧ନଂ ସ୍ଥାନରେ ରହିଥିଲେ।

Advertisment

ଟସ୍‌ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆଖିଦୃଶିଆ ଆରମ୍ଭ କରିବାକୁ ସକ୍ଷମ ହୋଇ ନଥିଲା। ଓପନର କେଏଲ ରାହୁଲ ପୁଣିଥରେ ସମସ୍ତଙ୍କୁ ନିରାଶ କରି କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ରୋହିତ ଓ ବିରାଟ ଏକାଠି ଭାଗିଦାରୀ କରିବା ସହ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଯେଉଁ ଓଭରରେ ରାହୁଲ ଆଉଟ ହୋଇଥିଲେ, ସେହି ଓଭରରେ ଡଚ୍‌ ପେସର ଭାନ ମେକେରେନଙ୍କ ଶେଷ ବଲରରେ ରୋହିତ ଶର୍ମା ଛକା ମାରିଥିଲେ।

ଏହାପରେ ସେ ନିଜର ସବୁଠାରୁ ପସନ୍ଦର ପୁଲ ଶଟ୍‌ ଦ୍ୱାରା ବାସ୍‌ ଡି ଲିଡେଙ୍କୁ ଛକା ମାରିଥିଲେ। ଏଥିସହ ସେ ଯୁବରାଜଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ତେବେ ମ୍ୟାଚ୍‌ର ୧୦ମ ଓଭରରେ ସେ ମ୍ୟାଚ୍‌ର ତୃତୀୟ ଛକା ମାରି ଯୁବରାଜଙ୍କ ରେକର୍ଡ ଭାଙ୍ଗିଥିଲେ।

ବଡ଼ ସ୍କୋର କରିବା ପୂର୍ବରୁ ମ୍ୟାଚ୍‌ର ୧୨ତମ ଓଭରରେ କ୍ଲାସେନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ରୋହିତ ୩୯ ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୩ଟି ଛକା ବଳରେ ୫୩ ରନର ଇନିଂସ ଖେଳିଛନ୍ତି।

ଯୁବରାଜ ୩୧ଟି ମ୍ୟାଚରେ ୩୩ଟି ଛକା ମାରିଥିବା ବେଳେ ରୋହିତ ୩୪ଟି ଛକା ମାରିଛନ୍ତି। ସର୍ବାଧିକ ଛକା ମାରିବା ତାଲିକାର ୧ନଂ ସ୍ଥାନରେ କ୍ରିସ ଗେଲ ରହିଛନ୍ତି। ସେ ମାତ୍ର ୩୩ଟି ମ୍ୟାଚ୍‌ରେ ୬୩ଟି ଛକା ମାରିଛନ୍ତି। ଏହି ୩ ଖେଳାଳିଙ୍କ ବ୍ୟତୀତ ଡାଭିଡ ୱାର୍ଣ୍ଣର ୩୧ ଓ ଶେନ ୱାଟସନ ୩୧ ଛକା ସହ ଟପ ୫ରେ ରହିଛନ୍ତି।

ଆଜି ଆଉ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି ରୋହିତ ଶର୍ମା। ସେ ବିଶ୍ୱକପରେ ଯୁଗ୍ମ ଭାବେ ସର୍ବାଧିକ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ହାସଲ କରିଛନ୍ତି। ରୋହିତ ଶର୍ମା ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତିଲକରତ୍ନେ ଦିଲସାନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ରୋହିତ ଓ ଦିଲସାନ ଉଭୟ ବିଶ୍ୱକପର ୩୫ଟି ଲେଖାଏ ମ୍ୟାଚ୍‌ ଖେଳିଛନ୍ତି।

ସେହିପରି ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ଟି-୨୦ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ରୋହିତ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ମୈଦାନକୁ ଓହ୍ଲାଇବା କ୍ଷଣି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ଭାଙ୍ଗିଥିଲେ। ଆଜି ସେ ଏହି ରେକର୍ଡକୁ ଆହୁରି ମଜବୁତ କରିଛନ୍ତି। ଏହାବାଦ ଦକ୍ଷିଣ ଆଫ୍ରିକାର ବିପକ୍ଷରେ ସେ ମୈଦାନକୁ ଓହ୍ଲାଇବା କ୍ଷଣି ଦିଲସାନଙ୍କ ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହେବେ।