Advertisment

ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବା ମୁଡ୍‌ରେ ନଥିଲେ ରୋହିତ ଓ ମୁଖ୍ୟ ଚୟନକର୍ତ୍ତା!

ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଦୌ ଆଶାଜନକ ନାହିଁ। ୧୩ଟି ମ୍ୟାଚ୍‌ରେ ସେ ୧୪୪.୯୩ ଷ୍ଟ୍ରାଇକ ରେଟରେ କେବଳ ୨୦୦ ରନ କରିଛନ୍ତି। ୧୩ ମ୍ୟାଚ୍‌ରେ ତାଙ୍କ ନାଁରେ ୧୧ ୱିକେଟ ରହିଛି।

Rohit

Rohit

Advertisment

ଆଇପିଏଲ ୨୦୨୪ ପ୍ଲେଅଫକୁ ଯିବାର ସ୍ୱପ୍ନ ମୁମ୍ବାଇ ଇଣ୍ଡିଆନ୍ସର ଭାଙ୍ଗି ଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ପ୍ରଥମ ଦଳ ଭାବେ ପ୍ଲେଅଫ ଦୌଡ଼ରୁ ବାଦ ପଡ଼ିଥିଲା। ଟୁର୍ଣ୍ଣାମେଣ୍ଟ ଆରମ୍ଭୁ ମୁମ୍ବାଇ ରୋହିତ ଶର୍ମାଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ କମାଣ ଦେବା ମାତ୍ରେ କ୍ରିକେଟ ପଣ୍ଡିତମାନେ ବିପର୍ଯ୍ୟୟର ଆଶଙ୍କା କରି ସାରିଥିଲେ।

Advertisment

ତେବେ କୌତୁହଳର ବିଷୟ ହେଲା, ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରି ପାରି ନଥିବା ମୁମ୍ବାଇ ଟିମର ୪ ପ୍ରମୁଖ ଖେଳାଳି ଭାରତ ପାଇଁ ଟି-୨୦ ବିଶ୍ୱକପ ଖେଳିବେ। ଅଧିନାୟକ ରୋହିତ ଶର୍ମା, ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ ଓ ଯଶପ୍ରୀତ ବୁମ୍ରା।

ସମୟ ଅତିକ୍ରମ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସରେ କ୍ୟାପ୍ଟେନ୍ସି ବଦଳକୁ ନେଇ ଚାଲିଥିବା ବିବାଦ ଥମି ଯିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏପରି କିଛି ବି ହୋଇ ନାହିଁ। ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କ ଆଇପିଏଲ ପ୍ରଦର୍ଶନ ଓ କ୍ୟାପ୍ଟେନ୍ସି ଷ୍ଟାଇଲକୁ ନେଇ ରୋହିତ ଆଦୌ ସନ୍ତୁଷ୍ଟ ନାହାନ୍ତି। ସେ ଟି-୨୦ ବିଶ୍ୱକପରେ ହାର୍ଦ୍ଦିକଙ୍କୁ ସାମିଲ କରିବା ସପକ୍ଷରେ ନଥିଲେ। 

Advertisment

ରୋହିତଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସାମିଲ କରିବାକୁ ଚାହୁଁ ନଥିଲେ। ଶେଷ ମୁହୂର୍ତ୍ତରେ ହାର୍ଦ୍ଦିକଙ୍କର ବିକଳ୍ପ ଅଲରାଉଣ୍ଡର ନ ମିଳିବାରୁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ରଖା ଯାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଦୌ ଆଶାଜନକ ନାହିଁ। ୧୩ଟି ମ୍ୟାଚ୍‌ରେ ସେ ୧୪୪.୯୩ ଷ୍ଟ୍ରାଇକ ରେଟରେ କେବଳ ୨୦୦ ରନ କରିଛନ୍ତି। ୧୩ ମ୍ୟାଚ୍‌ରେ ତାଙ୍କ ନାଁରେ ୧୧ ୱିକେଟ ରହିଛି। ହେଲେ ତାଙ୍କ ବୋଲିଂ ଇକୋନୋମି ୧୦.୫୯। ଏହି ପ୍ରଦର୍ଶନକୁ ଦେଖି ରୋହିତ ଓ ଅଗରକର ତାଙ୍କୁ ଟିମରେ ରଖିବାକୁ ଚାହୁଁ ନଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ଏହି ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ରଖାଯାଇଛି। ସେହିପରି ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଟି-୨୦ କ୍ରିକେଟକୁ ମଧ୍ୟ ଅଲବିଦା କହିପାରନ୍ତି ବୋଲି ରିପୋର୍ଟରେ ଦାବି କରିଛନ୍ତି। 

ବିଶ୍ୱକପ ସ୍କ୍ୱାଡ ଘୋଷଣା ହେବା ପରେ ରୋହିତ ଓ ଅଗରକର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ହାର୍ଦ୍ଦିକଙ୍କୁ ସ୍କ୍ୱାଡରେ ରଖିବା ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ଅଗରକର କହିଥିଲେ ଯେ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଚୟନ କରିବାରେ ଚୟନକର୍ତ୍ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ତାଙ୍କ ସମକକ୍ଷ ଦକ୍ଷତାର ଖେଳାଳି ନଥିବାରୁ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି।

IPL Hardik Pandya Rohit Sharma T20 Match T20 World Cup T20 Cricket Ajit Agarkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe