Advertisment

ଭାରତଠୁ ହାରିବା ପରେ କାନ୍ଦି ପକାଇଲେ ନଶୀମ ଶାହା, ସାନ୍ତ୍ୱନା ଦେଲେ ରୋହିତ ଶର୍ମା

ବିଶ୍ୱକପ୍ ମୈଦାନରେ ପାକିସ୍ତାନ ପୁଣି ଥରେ ଭାରତଠାରୁ ହାରିଯିବା ପରେ ପଡ଼ିଆରେ କାନ୍ଦି ପକାଇଛନ୍ତି ନଶୀମ ଶାହା।

author-image
Debibandita Barick
ଅଦ୍ୟତନ ହୋଇଛି
Naseem Shah, Hardik Pandya & Rohit Sharma

Naseem Shah, Hardik Pandya & Rohit Sharma

ଟି-୨୦ ବିଶ୍ୱକପ୍ ମୈଦାନରେ ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ହାତରୁ ଛଡ଼ାଇ ଆଣିଛି ବିଜୟ। ପୁଣି ଥରେ ବିଶ୍ୱ କ୍ରିକେଟରେ ଏହି ଚିର ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ୍ ସ୍ମରଣୀୟ ହୋଇଯାଇଛି।

Advertisment

କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ପାକିସ୍ତାନର ନଶୀମ ଶାହା ଏ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶେଷ ପର୍ଯ୍ୟନ୍ତ ଲଢି ମଧ୍ୟ ଦଳ ପୁଣି ଥରେ ଭାରତଠାରୁ ହାରିଯିବା ପରେ ପଡ଼ିଆରେ କାନ୍ଦି ପକାଇଛନ୍ତି ନଶୀମ। ନଶୀମ କାନ୍ଦୁଥିବାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଏହା ସହ ଆଉ ଏକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ ୨୧ ବର୍ଷୀୟ ନଶୀମଙ୍କୁ ଭାରତୀୟ କ୍ୟାପ୍ଟେନ ରୋହିତ ଶର୍ମା ସମବେଦନା ଜଣାଉଛନ୍ତି। ବିଜୟ ପରେ ରୋହିତ ଶର୍ମା ନଶୀମଙ୍କ ପିଠି ଥାପୁଡ଼ାଇ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ପାକିସ୍ତାନର ଜଣେ ସାମ୍ବାଦିକ ଏହି ସମୟର ଦୃଶ୍ୟ ପୋଷ୍ଟ କରି ରୋହିତ ଶର୍ମାଙ୍କୁ ସାଧୁବାଦ ଜଣାଇଛନ୍ତି।

Advertisment

ପ୍ରକାଶ ଥାଉକି, ନ୍ୟୁୟର୍କରେ ଖେଳା ଯାଇଥିବା ଏହି ମ୍ୟାଚରେ ନଶୀମ ଶାହା ପାକିସ୍ତାନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ବିରାଟ କୋହଲି, ଶିବମ ଦୁବେ ଓ ଅକ୍ସର ପଟେଲଙ୍କ ମୂଲ୍ୟବାନ ୱିକେଟ ନେବା ସହ ୪ ଓଭର୍ ବଲ୍ ପକାଇ ମାତ୍ର ୨୧ ରନ୍ ଦେଇଥିଲେ। ଏଥିସହ ଅପରାଜିତ ରହି ୪ ବଲରେ ୧୦ ରନ୍ କରିଥିଲେ। କିନ୍ତୁ ଶେଷରେ 6 ରନରେ ପରାସ୍ତ ହେବା ପରେ ସେ ତାଙ୍କର ଭାବେବେଗକୁ ରୋକିପାରି ନାହାନ୍ତି। 

Cricket Rohit Sharma India Cricket Team T20 World Cup 2024 Naseem Shah Pakistan Pakistan Cricket Team