Advertisment

ଡ୍ରେସିଂ ରୁମ୍‌ରେ କାନ୍ଦିଲେ ହିଟ୍‌ ମ୍ୟାନ୍‌ ରୋହିତ୍‌ ଶର୍ମା

ସୋଶାଲ ମିଡିଆରେ ଭାଇରାଲ ହେଉଛି କ୍ରିକେଟର୍‌ ରୋହିତ ଶର୍ମାଙ୍କ ଭିଡିଓ।

Rohit-Sharma Crying

Rohit-Sharma Crying

Advertisment

କାନ୍ଦିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ଡ୍ରେସିଂ ରୁମ୍‌ରେ ବସି ସେ କାନ୍ଦୁଥିବା ନଜର ଆସିଛନ୍ତି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗତକାଲି ଆଇପିଏଲ୍‌ରେ ୫୫ତମ ମ୍ୟାଚ୍‌ ଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇ ଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ବିଜୟ ପରେ ମଧ୍ୟ ରୋହିତ ଶର୍ମା ଖୁସି ନଥିଲେ। ସେ ବେଶ୍‌ ଦୁଃଖିତ ନଜର ଆସିଛନ୍ତି। ଏପିରକି ଡ୍ରେସିଂ ରୁମ୍‌ରେ ବସି ତାଙ୍କୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇ ପଡିଛନ୍ତି।

ତେବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସତରେ କ'ଣ ହିଟ୍‌ ମ୍ୟାନ୍‌ କାନ୍ଦୁଛନ୍ତି, ଏନେଇ କୌଣସି ସଠିକ୍‌ ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଏହି ଭିଡିଓକୁ ଦେଖି ତାଙ୍କ ଅନେକ ଫ୍ୟାନ୍‌ମାନେ ମଧ୍ୟ ଦୁଃଖିତ ହୋଇପଡିଛନ୍ତି। ଚାରିଆଡୁ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କାହିଁକି ରୋହିତ୍‌ ଶର୍ମା କାନ୍ଦୁଛନ୍ତି? ସେ ଥକି ଯାଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ତାଙ୍କ ଫ୍ୟାନ୍‌ମାନେ ପଚାରିଛନ୍ତି। 

Advertisment

ଗତକାଲି ହାଇଦ୍ରାବାଦକୁ ୭ ଓ୍ୱିକେଟ୍‌ରେ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ହାଇଦ୍ରାବାଦ ବିରୋଧ ମ୍ୟଚ୍‌ରେ ସୂର୍ଯ୍ୟ କୁମାର ଯାଦବ ସେଞ୍ଚରୀ ମାରି ଟିମ୍‌କୁ ଜିତାଇ ଥିଲେ। ତେବେ ରୋହିତ ଶର୍ମା ଉକ୍ତ ମ୍ୟାଚ୍‌ରେ କେବଳ ୪ ରନ୍‌ ହିଁ କରିପାରି ଥିଲେ।

Rohit Sharma Mumbai Indians IPL 2024 Rohit Sharma Crying
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe