Advertisment

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି କି ରୋହିତ ଶର୍ମା? ଦେଲେ ବଡ଼ ସଙ୍କେତ

ଯଦି ରୋହିତ ପ୍ରଥମ ଟେଷ୍ଟରେ ଉପଲବ୍ଧ ନ ହେବେ, ତା’ହେଲେ ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷରେ କମାଣ ସମ୍ଭାଳିବେ।

author-image
Hemant Lenka
Rohit

Rohit

ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ଟେଷ୍ଟ ସିରିଜ ହାରିଥିବା ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ଖେଳିବା ସ୍ୱପ୍ନ ସୁତାଖିଅରେ ଝୁଲୁଛି। ଏବେ ଭାରତକୁ ଫାଇନାଲ ଖେଳିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ୫ ଟିକିଆ ଟେଷ୍ଟ ସିରିଜ୍‌କୁ ଅତି କମରେ ୪-୦ରେ ଜିତିବାକୁ ପଡ଼ିବ।

Advertisment

ଅଷ୍ଟ୍ରେଲିଆ ମାଟିରେ ଏପରି କାରନାମା କରିବା ବେଶ କଷ୍ଟକର। ଯଦି ଭାରତୀୟ ଟିମ ସିରିଜ ନ ଜିତିବ, ତା’ହେଲେ ଦଳକୁ ଫାଇନାଲ ଖେଳିବା ପାଇଁ ଅନ୍ୟ ଟିମର ଟେଷ୍ଟ ସିରିଜ୍‌ ରେଜଲ୍ଟ ଉପରେ ନିର୍ଭର କରିବ।

ଏପରି ସ୍ଥିତିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିବେ କି ନାହିଁ, ତା’କୁ ନେଇ ସନ୍ଦେହରେ ରହିଛନ୍ତି। ନଭେମ୍ବର ୨୨ରୁ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଖେଳିବ। ବ୍ୟକ୍ତିଗତ କାରଣ ପାଇଁ ରୋହିତ ଏହି ମ୍ୟାଚ୍‌ରେ ଉପଲବ୍ଧ ହେବେ କି ନାହିଁ, ସେକଥା ସେ ନିଜେ ମଧ୍ୟ ଜାଣି ନଥିବା କହିଛନ୍ତି।

Advertisment

ନ୍ୟୁଜିଲ୍ୟାଣ୍ଡ ଠାରୁ ତୃତୀୟ ଟେଷ୍ଟ ହାରିବା ପରେ ରୋହିତ ଏ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଅଷ୍ଟ୍ରେଲିଆ ଗସ୍ତ କରିବି ନାହିଁ, ସେକଥା ଜାଣିନି। ସବୁ କିଛି ଆଶା ଓ ଆଶଙ୍କା ମଧ୍ୟରେ ରହିଛି।”

ଯଦି ରୋହିତ ପ୍ରଥମ ଟେଷ୍ଟରେ ଉପଲବ୍ଧ ନ ହେବେ, ତା’ହେଲେ ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷରେ କମାଣ ସମ୍ଭାଳିବେ। ସେହିପରି ସ୍କ୍ୱାଡରେ ଥିବା ଅଭିମନ୍ୟୁ ଈଶ୍ୱରନ ଇଂନିସ ଆରମ୍ଭ କରିବେ। ଖାସ ଏହି କାରଣ ପାଇଁ ଈଶ୍ୱରନଙ୍କୁ ବର୍ଡର-ଗାଭାସ୍କର ଟ୍ରଫିର ସ୍କ୍ୱାଡରେ ରଖାଯାଇଛି।

ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିବା ପୂର୍ବରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। କିନ୍ତୁ ଦଳ ଏବେ ଦ୍ୱିତୀୟକୁ ଖସି ଆସିଛି। ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ଦ୍ୱିତୀୟରେ ଥିବା ଭାରତ ମଧ୍ୟରେ ବିଜୟ ପ୍ରତିଶତକ ପଏଣ୍ଟରେ ମଧ୍ୟ ଯଥେଷ୍ଟ ପାର୍ଥକ୍ୟ ନାହିଁ। ଏପରି ସ୍ଥିତିରେ ଭାରତକୁ ବର୍ଡର ଗାଭାସ୍କର ଟ୍ରଫିକୁ ଜିତିବାକୁ ପଡ଼ିବ।

Rohit Sharma WTC WTC Final