Advertisment

ଗାବା ଟେଷ୍ଟକୁ ଆଉ ୩ ଦିନ: କେତେ ନମ୍ବରରେ ବ୍ୟାଟିଂ କରିବେ ରୋହିତ? ଦେଲେ ବଡ଼ ସଙ୍କେତ

ଡିସେମ୍ବର ୧୪ରୁ ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହା ପୂର୍ବରୁ ରୋହିତ ଶର୍ମା ନିଜ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି।

Rohit

Rohit

Advertisment

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ ଟେଷ୍ଟ ଶେଷ ହୋଇସାରିଛି। ଭାରତ ଏହି ମ୍ୟାଚ୍‌ରେ ଲଜ୍ଜାଜନକ ଭାବେ ୧୦ ୱିକେଟରେ ହାରି ଯାଇଛି। ମ୍ୟାଚ୍‌ ସରି ଯାଇଥିଲେ ହେଁ ଭାରତୀୟ ଖେଳାଳି ଆଡିଲେଡ ନେଟ୍ସରେ ଅଭ୍ୟାସ ଜାରି ରଖିଛନ୍ତି। ଆଡିଲେଡ ଟେଷ୍ଟ ୨ ଦିନ ଓ ଗୋଟିଏ ସେସନ୍ସରେ ଶେଷ ହୋଇଯାଇଥିଲା।

Advertisment

ମ୍ୟାଚ୍‌ ଶୀଘ୍ର ଶେଷ ହୋଇଯାଇଥିବାରୁ ବିରାଟ କୋହଲି, ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଭଳି ଖେଳାଳି ତୃତୀୟ ଟେଷ୍ଟ ପାଇଁ ବ୍ରିସବେନର ଗାବାକୁ ଯିବା ପୂର୍ବରୁ ଆଡିଲେଟରେ ନେଟ୍ସ କରିଛନ୍ତି।

ଡିସେମ୍ବର ୧୪ରୁ ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହା ପୂର୍ବରୁ ରୋହିତ ଶର୍ମା ନିଜ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ରୋହିତ ୬ନଂରେ ବ୍ୟାଟିଂ କରିଥିଲେ। ସେ ଯଥାକ୍ରମେ ୩ ଓ ୬ ରନ କରିବାକୁ କ୍ରିକେଟ ପଣ୍ଡିତମାନେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି।

Advertisment

କିଛି ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କୁ ଗାବାରେ ଓପନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେହିପରି କେଏଲ ରାହୁଲ ୫ କିମ୍ବା ୬ନଂରେ ବ୍ୟାଟିଂ କରିପାରିବେ ବୋଲି ସେମାନେ କହିଛନ୍ତି। ହେଲେ ଭାରତୀୟ ଦଳର ଅଧିନାୟକ ରୋହିତ କିଛି ବି ପରିବର୍ତ୍ତନ କରିବା ମୁଡରେ ନଥିବା ଭଳି ଲାଗୁଛି।

ଅତିକମରେ ସେ ଆଉ ଗୋଟିଏ ମ୍ୟାଚ୍‌ ମଧ୍ୟକ୍ରମରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ମଙ୍ଗଳବାର ଆଡିଲେଟରେ ଭାରତ ଜୋରଦାର ନେଟ୍ସରେ ଅଭ୍ୟାସ କରିଛି। ଏହି ସମୟରେ ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ ନ ହେବାର ସଙ୍କେତ ମିଳିଛି। ନେଟ୍ସରେ ବିରାଟ କୋହଲି ଉଭୟ ବ୍ୟାକଫୁଟ ଓ ଫ୍ରଣ୍ଟଫୁଟର ଅଭ୍ୟାସ କରିଛନ୍ତି। ରୋହିତ ମଧ୍ୟକ୍ରମରେ କେମିତି ବ୍ୟାଟିଂ କରିବେ, ତା’ର ଅଭ୍ୟାସ କରିଛନ୍ତି।

ନେଟ୍ସ ବେଳେ ପ୍ରଥମେ କେଏଲ ରାହୁଲ ଓ ଯଶସ୍ୱୀ ବ୍ୟାଟିଂ କରିବାକୁ ଆସିଥିଲେ। ଏହାପରେ ଗିଲ ଆସିଥିଲେ। ଶେଷରେ ବିରାଟ, ରୋହିତ ଓ ଋଷଭ ପନ୍ତ ନେଟ୍ସ କରିଥିଲେ। ଏଥିରୁ ଜଣାପଡ଼ୁଛି ଯେ ରୋହିତ ଗାବା ଟେଷ୍ଟରେ ରାହୁଲଙ୍କୁ ମଧ୍ୟକ୍ରମକୁ ଆଣିବା ପାଇଁ ଚାହୁଁ ନାହାନ୍ତି।

ରୋହିତ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ସବୁବେଳେ ଓପନ କରୁଥିଲେ। ହେଲେ ପର୍ଥ ଟେଷ୍ଟରେ ସେ ବ୍ୟକ୍ତିଗତ କାରଣ ପାଇଁ ନ ଖେଳିବାରୁ ଜୈସୱାଲଙ୍କ ସହ କେଏଲ ରାହୁଲ ଓପନ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବାରୁ ଆଡିଲେଡରେ ଏହି ଯୋଡ଼ିକୁ ରିପିଟ କରାଯାଇଥିଲା।

ରୋହିତ ପିଙ୍କ ବଲ ଟେଷ୍ଟ ଖେଳିଥିଲେ ହେଁ ୬ନଂରେ ବ୍ୟାଟିଂ କରିଥିଲେ। ହେଲେ ଦ୍ୱିତୀୟ ଟେଷ୍ଟରେ ଉଭୟ ରାହୁଲ ଓ ରୋହିତ ଫେଲ ମାରିଥିବାରୁ ବ୍ୟାଟିଂ ଅର୍ଡର ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଛି।

Border-Gavaskar Trophy Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe