Advertisment

ଅତି ସହଜ କ୍ୟାଚ୍‌ ହାତ ଛଡ଼ା କଲେ ରୋହିତ, ଏମିତି ରିଆକ୍ସନ ଦେଲେ ଷ୍ଟୋକ୍ସ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକରେ ଜାରି ରହିଛି। ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ ହରାଇ ୫୫୫ ରନ୍‌ କରି ନେଇଛି। ଗତକାଲି ଭଳି ଆଜି ମଧ୍ୟ ଭାରତୀୟ ବୋଲରମାନେ ଇଂଲିଶ ବ୍ୟାଟସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି। ଆଜି ଦିନ ସାରା ବୋଲିଂ କରି ଭାରତୀୟ ବୋଲରମାନେ ମାତ୍ର ୫ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି। ଦଳକୁ ଦିବସର […]

author-image
Hemant Lenka
ଅତି ସହଜ କ୍ୟାଚ୍‌ ହାତ ଛଡ଼ା କଲେ ରୋହିତ, ଏମିତି ରିଆକ୍ସନ ଦେଲେ ଷ୍ଟୋକ୍ସ

cdc

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକରେ ଜାରି ରହିଛି। ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ ହରାଇ ୫୫୫ ରନ୍‌ କରି ନେଇଛି। ଗତକାଲି ଭଳି ଆଜି ମଧ୍ୟ ଭାରତୀୟ ବୋଲରମାନେ ଇଂଲିଶ ବ୍ୟାଟସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି।

Advertisment

ଆଜି ଦିନ ସାରା ବୋଲିଂ କରି ଭାରତୀୟ ବୋଲରମାନେ ମାତ୍ର ୫ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି। ଦଳକୁ ଦିବସର ୬ଷ୍ଠ ୱିକେଟ ମିଳିବାର ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ରୋହିତ ଶର୍ମା ଏହାକୁ ମିସ୍‌ କରି ଦେଇଛନ୍ତି। ତେବେ ରୋହିତଙ୍କ କ୍ୟାଚ୍‌ ହାତ ଛଡ଼ା କରିବା ଅପେକ୍ଷା ଏହି ଘଟଣାରେ ପ୍ୟାଭିଲିୟନରେ ବସିଥିବା ବେନ୍‌ ଷ୍ଟୋକ୍ସଙ୍କ ରିଆକ୍ସନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମ୍ୟାଚ୍‌ର ୧୭୫ ତମ ଓଭର୍‌ ବେଳେ ଏହି ଘଟଣା ଘଟିଥିଲା। କ୍ରିଜ୍‌ରେ ଥିବା ଇଂଲିଶ ବ୍ୟାଟସମ୍ୟାନ ଡମ ବେସ୍‌ ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ଷ୍ଟେପ ଆଉଟ୍‌ କରି ଫ୍ଲିକ‌ କରିବାକୁ ଚାହିଁଥିଲେ। ହେଲେ ବଲ୍‌ଟି ୩୦ ୟାର୍ଡ ମଧ୍ୟରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମାଙ୍କୁ ପାଖକୁ ସିଧା ଯାଇଥିଲା। ଏପରି କି ବଲଟି ସଂପୂର୍ଣ୍ଣ ଭାବେ କ୍ୟାଚେବୁଲ ହାଇଟରେ ରହିଥିଲା।

Advertisment

ରୋହିତ ମଧ୍ୟ ବେଶ ଆତ୍ମବିଶ୍ୱାସ ସହ ବଲଟିକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ କ୍ରିକେଟ ଖେଳର ସବୁଠାରୁ ସହଜ କ୍ୟାଚ୍ ରୋହିତଙ୍କ ପାଖକୁ ଯାଇଥିଲେ ହେଁ ସେ ଏହାକୁ ଧରି ପାରି ନଥିଲେ। ଏହା ଦେଖି ବେନ୍ ଷ୍ଟୋକ୍ସ ଚମତ୍କାର ଏକ୍ସପ୍ରେସନ ଦେଇଥିଲେ।


ସୁନ୍ଦର ମଧ୍ୟ ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ। ଅଧିନାୟକ ବିରାଟ କୋହଲି ଏତେ ସହଜ କ୍ୟାଚ୍‌ ରୋହିତଙ୍କ ଭଳି ଜଣେ ଖେଳାଳିଙ୍କ ହାତରୁ କେମିତି ମିସ୍‌ ହେଲା, ତା’କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋହିତ କ୍ୟାଚ୍‌ ଛାଡ଼ିବାରୁ ବେସ୍‌ ଷ୍ଟମ୍ପ ଅପସାରଣ ଯାଏ ଆଉଟ ମଧ୍ୟ ହୋଇନାହାନ୍ତି। ସେ ୨୮ ଓ ଜ୍ୟାକ୍‌ ଲିଚ୍‌ ୬ ରନ୍‌ କରି ଅପରାଜିତ ରହିଛନ୍ତି।