Advertisment

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନୂଆ ରେକର୍ଡ କରିଛନ୍ତି।

author-image
Hemant Lenka
Rohit

Rohit

ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୧ ରନର ଇନିଂସ ଖେଳିଛନ୍ତି ସତ, କିନ୍ତୁ ଏହି ଇନିଂସ ବଳରେ ସେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏପରି କି ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଆଜି ରୋହିତ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଖେଳାଳି ଭାବେ ନିଜକୁ ୧୧ ହଜାର ରନ କ୍ଲବରେ ସାମିଲ କରିଛନ୍ତି। ସେ ୨୬୧ଟି ଇନିଂସରେ ଏପରି ରେକର୍ଡ କରିଛନ୍ତି। ତାଙ୍କ ଉପରେ ଏକମାତ୍ର ଖେଳାଳି ଭାବେ ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ରହିଛନ୍ତି। ବିରାଟ ମାତ୍ର ୨୨୨ଟି ଇନିଂସରେ ଦିନିକିଆରେ ୧୧ ହଜାର ରନ ପୂରଣ କରିଥିଲେ। ସଚିନ ତେନ୍ଦୁଲକର ୨୭୬ ଇନିଂସ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଆଜି ସଚିନଙ୍କ ଠାରୁ କମ ଇନିଂସରେ ରୋହିତ ୧୧ ହଜର କରି ନେଇଛନ୍ତି।

ଆଜିର ମ୍ୟାଚ୍‌ ପୂର୍ବରୁ ରୋହିତ ୧୧ ହଜାର ରନ ଠାରୁ ୧୨ ରନ ପଛରେ ଥିଲେ। ଭାରତର ରନ ଚେଜ୍‌ ବେଳେ ସେ ମୁସ୍ତାଫିଜୁର ରହମାନଙ୍କୁ ଚୌକା ମାରି ୧୧ ହଜାର ରନ ପୂରଣ କରିଥିଲେ। ମୁସ୍ତାଫିଜୁର ସ୍ଲଟରେ ବଲ ପକାଇଥିବା ବେଳେ ଏହାକୁ ରୋହିତ ମିଡ ଅନ ରେଞ୍ଜରେ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୪୧ ରନ କରି ତସ୍କିନ ଅହମଦଙ୍କ ବଲରେ ଆଉଟ ହୋଇ ଯାଇଛନ୍ତି।

Advertisment

ଦିନିକିଆରେ ଦ୍ରୁତତମ ୧୧ ହଜାର ରନ

୧- ବିରାଟ କୋହଲି- ୨୨୨ ଇନିଂସ (ପାକିସ୍ତାନ ବିପକ୍ଷ ୨୦୧୯, ମାଞ୍ଚେଷ୍ଟର)

୨- ରୋହିତ ଶର୍ମା – ୨୬୧ ଇନିଂସ (ବାଂଲାଦେଶ ବିପକ୍ଷ ୨୦୨୫, ଦୁବାଇ)

୩- ସଚିନ ତେନ୍ଦୁଲକର- ୨୭୬ ଇନିଂସ (ଇଂଲଣ୍ତ ବିପକ୍ଷ ୨୦୦୨, କାନପୁର)

୪- ରିକି ପଣ୍ଟିଂ – ୨୮୬ ଇନିଂସ (ଭାରତ ବିପକ୍ଷ ୨୦୦୮, ସିଡ୍‌ନୀ)

୫- ସୌରଭ ଗାଙ୍ଗୁଲି – ୨୮୮ ଇନିଂସ (ଇଂଲଣ୍ଡ ବିପକ୍ଷ ୨୦୦୭, ବର୍ମିଂହାମ)

୬- ଜ୍ୟାକ୍ସ କାଲିସ – ୨୯୩ ଇନିଂସ (ପାକିସ୍ତାନ ବିପକ୍ଷ ୨୦୧୦, ଦୁବାଇ)

ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରୋହିତଙ୍କ ଫର୍ମକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ବିଶେଷ କରି ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ନିଜର ଦମ ଦେଖାଇଥିଲେ। କଟକର ବାରବାଟୀ ଷ୍ଟାଡିୟମରେ ସେ ମାତ୍ର ୭୬ ୧ଲରେ ନିଜର ଶତକ ହାସଲ କରିଥିଲେ।

ଏହି ମ୍ୟାଚ୍‌ରେ ସେ ମୋଟ ୯୦ ବଲରେ ୧୧୯ ରନର ଇନିଂସ ଖେଳିବା ସହ ଭାରତ ଦମଦାର ବିଜୟ ହାସଲ କରିଥିଲା। ରୋହିତ ୧୨ଟି ଚୌକା ଓ ୭ଟି ଛକା ମାରିଥିଲେ। ଭାରତୀୟ ଟିମ ବିଶାଳ ୩୦୫ ରନର ଟାର୍ଗେଟକୁ ୩୩ ବଲ ପୂର୍ବରୁ ମଧ୍ୟ ହାସଲ କରି ନେଇଥିଲା। ତୃତୀୟ ଦିନିକିଆରେ ଅବଶ୍ୟ ରୋହିତ ଫେଲ ମାରିଥିଲେ। କିନ୍ତୁ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ସେ ୪୧ ରନର ଇନିଂସ ଖେଳିଛନ୍ତି।

Rohit Sharma Champions Trophy