Advertisment

ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା

ଚେନ୍ନାଇ: ପାଞ୍ଚ ଥର ଆଇପିଏଲ ଜିତି ରେକର୍ଡ କରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୬ ଓ୍ୱିକେଟରେ ହାରିଛି। ଏହି ପରାଜୟ ସହ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମାଙ୍କୁ ଝଟକା ଲାଗିଛି। ଧୀମା ଓଭର ରେଟ୍ ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଦଳର ବୋଲର ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଳମ୍ୱ କରିବାରୁ ଏହି ଆର୍ଥିକ ଜରିମାନା ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଲଗାଯାଇଛି। ଯଦି ରୋହିତ […]

ଅଦ୍ୟତନ ହୋଇଛି
ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା

rohit-sharma

Advertisment

ଚେନ୍ନାଇ: ପାଞ୍ଚ ଥର ଆଇପିଏଲ ଜିତି ରେକର୍ଡ କରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୬ ଓ୍ୱିକେଟରେ ହାରିଛି। ଏହି ପରାଜୟ ସହ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମାଙ୍କୁ ଝଟକା ଲାଗିଛି।

Advertisment

ଧୀମା ଓଭର ରେଟ୍ ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଦଳର ବୋଲର ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଳମ୍ୱ କରିବାରୁ ଏହି ଆର୍ଥିକ ଜରିମାନା ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଲଗାଯାଇଛି।

ଯଦି ରୋହିତ ଶର୍ମା ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏଭଳି ଭୁଲ୍ କରିବେ ତାହେଲେ ତାଙ୍କୁ ୩୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାବ୍ୟତୀତ ମୁମ୍ୱାଇ ଇଣ୍ଡିଆନ୍ସ ଖେଳାଳିଙ୍କର ମ୍ୟାଚ ଫି'ର ୨୫ ପ୍ରତିଶତ କଟାଯାଇପାରେ। ଆଉ ଏହି ଜରିମାନା ରାଶି ସର୍ବାଧିକ ୬ ଲକ୍ଷ ରହିପାରେ।

Advertisment

ରୋହିତ ଆହତ

ସେହିପରି ଫିଲ୍ଡିଂ କରୁଥିବା ବେଳେ ରୋହିତ ଶର୍ମା ଆହତ ହୋଇଥିବା ସୂଚନା ରହିଛି। ୧୩ ଓଭର ଚାଲିଥିବା ବେଳେ ରୋହିତ ଆହତ ହୋଇଥିଲେ। ଯାହା ପରେ ସେ ମଇଦାନ ଛାଡ଼ି ବାହାରକୁ ଚାଲିଯାଇଥିଲେ। ତାଙ୍କ ସ୍ଥାନରେ କାଇରନ୍ ପୋଲାର୍ଡ ଦଳର ନେତୃତ୍ୱ ନେଇଥିଲେ। ଏ ନେଇ ରୋହିତ ଶର୍ମା କହିଛନ୍ତି, ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି। ହେଲେ ପରବର୍ତ୍ତୀ ମ୍ୟାଚ ବେଳକୁ ଠିକ୍ ହୋଇଯିବ ବୋଲି ସେ କହିଛନ୍ତି।

ମୁମ୍ବାଇ ୬ ୱିକେଟରେ ପରାସ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି। ମୁମ୍ବାଇ ୧୩୮ ରନର ଟାର୍ଗେଟ ଦେଇଥିଲା। ହେଲେ ଦିଲ୍ଲୀ ୪ ୱିକେଟ୍ ହରାଇ ୫ଟି ବଲ୍ ବାକି ଥିବା ବେଳେ ଟାର୍ଗେଟ ହାସଲ କରିନେଇଥିଲା।

ଦିଲ୍ଲୀ ପକ୍ଷରୁ ଓପନର୍ ଶିଖର ଧୱନଙ୍କ ବ୍ୟାଟ୍ ପୁଣି ଥରେ କମାଲ କରିଛି। ଗତ ମ୍ୟାଚରେ ୯୨ ରନ୍ ସ୍କୋର କରିଥିବା ଧୱନ ଏହି ମ୍ୟାଚରେ ୪୫ ରନ୍ ସଂଗ୍ରହ କରିଥିଲେ। ଧାୱନଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୩୩, ଲଲିତ ଯାଦବ ଅପରାଜିତ ୨୨, ଶିମରନ୍ ହେଟମେୟର ଅପରାଜିତ ୧୪ ଏବଂ କ୍ୟାପଟେନ୍ ଋଷଭ ପନ୍ତ ୭ ରନ୍ କରିଥିଲେ। ଏହି ମ୍ୟାଚ ଜିତି ଦିଲ୍ଲୀ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ୱାଇ ଇଣ୍ଡିଆନ୍ସ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe