Advertisment

ଖୁସି ଖବର, ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜକୁ ଫେରିବେ ରୋହିତ୍

ନୂଆଦିଲ୍ଲୀ: ସୀମିତ ଓଭରରେ ଭାରତର ନବନିଯୁକ୍ତ କ୍ୟାପଟେନ୍ ରୋହିତ୍ ଶର୍ମା ଆଜି ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି। ରିପୋର୍ଟ ମୁତାବକ ସେ ୟୋ-ୟୋ ଟେଷ୍ଟ ମଧ୍ୟ ପାସ୍ କରିନେଇଛନ୍ତି। ଆଉ ଏଥିସହ ରୋହିତ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ଫେରିବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ। ବାମ ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା କାରଣରୁ ରୋହିତ୍ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ। ହେଲେ […]

ଖୁସି ଖବର, ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜକୁ ଫେରିବେ ରୋହିତ୍

rohit-sharma

Advertisment

ନୂଆଦିଲ୍ଲୀ: ସୀମିତ ଓଭରରେ ଭାରତର ନବନିଯୁକ୍ତ କ୍ୟାପଟେନ୍ ରୋହିତ୍ ଶର୍ମା ଆଜି ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି। ରିପୋର୍ଟ ମୁତାବକ ସେ ୟୋ-ୟୋ ଟେଷ୍ଟ ମଧ୍ୟ ପାସ୍ କରିନେଇଛନ୍ତି। ଆଉ ଏଥିସହ ରୋହିତ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ଫେରିବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ।

Advertisment

ବାମ ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା କାରଣରୁ ରୋହିତ୍ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ। ହେଲେ ଏବେ ସେ ପୁଣିଥରେ ଟିମର ନେତୃତ୍ୱ ନେବେ। ରୋହିତ୍ ମୁମ୍ବାଇରେ ତାଙ୍କର ଟ୍ରେନିଂ ଆରମ୍ଭ କରିସାରିଛନ୍ତି ଏବଂେ ଫିଟନେସ୍ ଟେଷ୍ଟ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ପହଞ୍ଚିଛନ୍ତି।

ରୋହିତଙ୍କୁ ମଧ୍ୟ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇପାରେ ବୋଲି ଖବର ମିଳିଛି। ହେଲେ ୨୦୨୨ ଓ ୨୦୨୩ରେ ଲଗାତର ଦୁଇଟି ବିଶ୍ୱକପରେ ଟିମର ନେତୃତ୍ୱ ଦାୟିତ୍ୱ ଏବଂ କାମର ବୋଝକୁ ନେଇ ଅନ୍ୟ ବିକଳ୍ପ ଉପରେ ବିଚାର କରିପାରେ। କ୍ୟାପଟେନ୍ ଭାବେ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଆଶାମୁତାବକ ରହିନାହିଁ। ରାହୁଲଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାରେ ୪ଟି ଯାକ ଅନ୍ତର୍ଜାତୀୟ ମ୍ୟାଚରେ ହାରିଥିଲା। ବୋର୍ଡ ରାହୁଲଙ୍କୁ ଟେଷ୍ଟ କ୍ୟାପଟେନ୍ସି ଦେଇ ରିସ୍କ ନେବାକୁ ଚାହିଁବ ନାହିଁ। ତେଣୁ ରୋହିତଙ୍କୁ ହିଁ ଟେଷ୍ଟ କ୍ୟାପଟେନ୍ସି ମିଳିବାର ସମ୍ଭାବନା ରହିଛି।

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅହମଦାବାଦ ଏବଂଦ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୋଲକାତାରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୧ ଏବଂ ଟି-୨୦ ସିରିଜ ଫେବୃଆରୀ ୧୬ରୁ ୨-୦ ଯାଏ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe