Advertisment

ଅଭ୍ୟାସ ମ୍ୟାଚ୍‌ରେ ଫେଲ ମାରିଲେ ମହାନତା ଦେଖାଇଥିବା ରୋହିତ ଶର୍ମା

ରୋହିତ ବ୍ୟାଟରେ କିଛି ବି କମାଲ କରି ପାରି ନଥିଲେ ହେଁ ଅଭ୍ୟାସ ମ୍ୟାଚ୍‌ରେ ନିଜର ମହାନତା ଦେଖାଇଛନ୍ତି।

author-image
Hemant Lenka
Rohit

Rohit

ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ପିଙ୍କ ବଲରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚ୍‌ରେ ଫେଲ ମାରିଛନ୍ତି ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା। ନିକଟରେ ବାପା ହୋଇଥିବା ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳି ନଥିଲେ। ହେଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆଜି ସେ ଅଭ୍ୟାସ ମ୍ୟାଚ୍‌ରେ ନଜର ଆସିଛନ୍ତି। କିନ୍ତୁ ଆଜି ସେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ରୋହିତ ବ୍ୟାଟରେ କିଛି ବି କମାଲ କରି ପାରି ନଥିଲେ ହେଁ ଅଭ୍ୟାସ ମ୍ୟାଚ୍‌ରେ ନିଜର ମହାନତା ଦେଖାଇଛନ୍ତି। ରୋହିତ ନିଜର ମହାନତା ଦେଖାଇ ଇନିଂସ ଆରମ୍ଭ କରିନାହାନ୍ତି। ସବୁବେଳେ ଓପନ କରୁଥିବା ରୋହିତ ଆଜି କେଏଲ ରାହୁଲଙ୍କ ପାଇଁ ୪ନଂରେ ବ୍ୟାଟିଂ କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଓ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ। ଏହି ସମୟରେ ରାହୁଲ ଦମଦାର ବ୍ୟାଟିଂ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ହେଲେ ରୋହିତ ଦଳକୁ ଫେରିଥିବାରୁ ରାହୁଲ କେଉଁଠି ବ୍ୟାଟିଂ କରିବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା।

Advertisment

ଅଭ୍ୟାସରେ ମ୍ୟାଚ୍‌ରେ କିନ୍ତୁ ରୋହିତ ନିଜ ନାଁକୁ ଓପନିଂ ତାଲିକାରୁ କାଢ଼ି ୫ନଂରେ ରଖିଥିଲେ। ତେବେ ସେ ୪ନଂରେ ବ୍ୟାଟିଂ କରିଛନ୍ତି। ଜୈସୱାଲ ଓ ରାହୁଲ ଓପନିଂ କରିଛନ୍ତି। ଜୈସୱାଲ ୪୫ ରନରେ ଆଉଟ ହୋଇଥିବା ବେଳେ ଶୁବମନ ଗିଲ ୩ନଂରେ ଆସିଥିଲେ। ରାହୁଲ ୨୭ ରନ କରି ରିଟାୟାର ହେବାରୁ ରୋହିତଙ୍କୁ ମୈଦାନରେ ଦେଖିବାକୁ ମିଳିଥିଲା।

କିନ୍ତୁ ୪ନଂରେ ବ୍ୟାଟିଂ କରିଥିବା ରୋହିତ ୧୧ ବଲରେ ୩ ରନ କରି ଚାର୍ଲି ଆଣ୍ଡରସନଙ୍କ ବଲରେ ସ୍ଲିପ ଅଞ୍ଚଳରେ ଆଉଟ ହୋଇଯାଇଛନ୍ତି। ଗିଲ ୫୦ ରନ କରି ରିଟାୟର ହୋଇଥିବା ବେଳେ ନୀତୀଶ ରେଡ୍ଡୀ ୩୨ ବଲରେ ୪୨ ରନର ଇନିଂସ ଖେଳି କ୍ଲିନବୋଲ୍ଡ ହୋଇଛନ୍ତି।

ବର୍ଷା ଯୋଗୁ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ଖେଳ ହୋଇପାରି ନଥିଲା। ଦ୍ୱିତୀୟ ଦିନରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହର୍ଷିତ ରାଣାଙ୍କ ୪ ୱିକେଟ ବଳରେ ପ୍ରଧାନମନ୍ତ୍ରୀ ଏକାଦଶକୁ ଭାରତୀୟ ଟିମ ୨୪୦ ରନରେ ଅଲଆଉଟ କରି ଦେଇଥିଲା।

୪୬ ଓଭରରେ ୨୪୧ ରନର ଟାର୍ଗେଟ ପାଇଥିବା ଭାରତୀୟ ଟିମ ପାଇଁ ରୋହିତଙ୍କୁ ଛାଡ଼ି ଆଉ ସବୁ ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୩୯ ଓଭରରେ ୩ ୱିକେଟ ହରାଇ ୨୧୬ ରନ କରି ନେଇଛି। ଏବେ ଦଳକୁ ଅଭ୍ୟାସ ମ୍ୟାଚ୍‌କୁ ଜିତିବା ପାଇଁ ୨୫ ରନର ଆବଶ୍ୟକ ରହିଛି।

Rohit Sharma Border-Gavaskar Trophy Test Cricket