Advertisment

WTC ଫାଇନାଲ ପୂର୍ବରୁ ରୋହିତଙ୍କ ହାତରେ ବାଜିଲା ବଲ୍‌, ଅଭ୍ୟାସ କଲେନି

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ WTC ଫାଇନାଲ ମ୍ୟାଚ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଜି ଅପସନାଲ ଅଭାସ ସେସନରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ।

Rohit

Rohit

Advertisment

ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ଆସିଛି। ଆଇପିଏଲରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ରୋହିତ ଶର୍ମା ଏବେ ଆହତ ହୋଇଥିବାର ଖବର ଆସିଛି।

Advertisment

ସେ ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ତାଙ୍କ ବୁଢ଼ା ଆଙ୍ଗୁଠିରେ ବଲ ବାଜିଛି। କିଛି ସମୟର ବିଶ୍ରାମ ପରେ ରୋହିତ ପୁଣି ଅଭ୍ୟାସ ସେସନ୍ସଙ୍କୁ ଫେରିଥିଲେ। କିନ୍ତୁ ସେ ଆଉ ବ୍ୟାଟିଂ କରି ନାହାନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ରୋହିତଙ୍କ ଆହତକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ WTC ଫାଇନାଲ ମ୍ୟାଚ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଜି ଅପସନାଲ ଅଭାସ ସେସନରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ।

Advertisment

ସେ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ହଠାତ୍‌ ଗୋଟିଏ ବଲ ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ବଲ ମାଡ଼ ହୋଇଥିଲା। ସେ ତୁରନ୍ତ ଅଭ୍ୟାସ ବନ୍ଦ କରିବା ସହ ଆହତ ଆଙ୍ଗୁଠିରେ ଟେପିଂ କରିଥିଲେ।

ତଥାପି ଯନ୍ତ୍ରଣା ନ କମିବାରୁ ସେ ନେଟ୍ସରୁ ଚାଲି ଯାଇଥିଲେ। କିଛି ସମୟ ପରେ ସେ ପୁଣି ଫେରିଥିଲେ ହେଁ ଆଉ ଅଭ୍ୟାସ କରି ନଥିଲେ। ରୋହିତ ଆହତ ପରେ ହାତରେ ଟେପିଂ କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

World Test Championship Finale WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe