Advertisment

RoKo Show: ସିଡ୍‌ନୀରେ ରୋକୋ ଶୋ’, ମ୍ୟାଚ୍‌ ଜିତିଲା ଭାରତ : ୨ ବର୍ଷ ପରେ ରୋହିତଙ୍କ ଶତକ, ଅର୍ଦ୍ଧଶତକ ମାରିଲେ ବିରାଟ

ରୋହିତଙ୍କ କ୍ୟାରିୟରର ଏହା ୫୦ତମ ଅନ୍ତର୍ଜାତୀୟ ଶତକ। ସେ ଦିନିକିଆରେ ୩୩ଟି, ଟେଷ୍ଟରେ ୧୨ଟି ଓ ଟି-୨୦ରେ ୫ଟି ଶତକ ମାରିଛନ୍ତି। ସେ ବିଶ୍ୱର ଏକମାତ୍ର ବ୍ୟାଟର ଯିଏ କ୍ରିକେଟର ୩ଟି ଫର୍ମାଟରେ ୫ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିଛନ୍ତି।

ROka

ରୋକୋ

Advertisment

ଅଷ୍ଟ୍ରେଲିଆର ସିଡ୍‌ନୀରେ ରୋକୋ ଶୋ’। ରୋକୋ ଜଲୱାରେ କମ୍ପିଲା ଷ୍ଟାଡିୟମ। ଅଷ୍ଟ୍ରେଲିଆ( India Vs Australia) ବିପକ୍ଷ ଶେଷ ଦିନିକିଆରେ ଚମକିଛନ୍ତି ଟିମ ଇଣ୍ଡିଆର ଦୁଇ ଭେଟରାନ ରୋହିତ ଶର୍ମା(Rohit Sharma) ଓ ବିରାଟ କୋହଲି(Virat Kohli)। ରୋକୋ ଜଲୱା ବଳରେ ଭାରତ ୯ ୱିକେଟେ ଶେଷ ଦିନିକିଆ(ODI)କୁ ଜିତି ନେଇଛି। ପ୍ରଥମ ଦୁଇଟି ଦିନିକିଆ ହାରି ସିରିଜ ହାତ ଛଡ଼ା କରିଥିଲେ ହେଁ ଶୁବମନ ଗିଲଙ୍କ ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ରକ୍ଷା କରିଛି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୪୬.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୩୫ ରନ କରିଥିଲା। ଏହାର ଜବାବରେ ରୋକୋ ନିଜ ନିଜର ଜଲୱା ଦେଖାଇ ମ୍ୟାଚ୍‌କୁ ଏକତରଫା ଭାବେ ଭାରତ ସପକ୍ଷରେ କରିଛନ୍ତି। ଦୁଇ ଭେଟରାନଙ୍କ ଅବସର ଚର୍ଚ୍ଚା ଜୋର ଧରିଥିବା ବେଳେ ସେମାନେ ସିଡ୍‌ନୀରେ ଚମତ୍କାର ଇନିଂସ ଖେଳିଛନ୍ତି। 

ରୋହିତ ଶେଷ ଯାଏ ୧୨୫ ବଲରେ ୧୨୧ ଓ ବିରାଟ ୮୧ ବଲରେ ୭୪ ରନ ଭାରତକୁ ୩୮.୩ ଓଭରରେ ବିଜୟ ଭେଟି ଦେଇଛନ୍ତି। ରୋହିତ ତାଙ୍କ ଇନିଂସରେ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୭ଟି ଚୌକା। ଭାରତ ଏକମାତ୍ର ବ୍ୟାଟର ଭାବେ କେବଳ ଶୁବମନ ଗିଲ ୨୪ଙ୍କୁ ହରାଇଥିଲା। 

Advertisment

ପ୍ରଥମ ଦିନିକିଆରେ ଫେଲ ମାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ। ଏବେ ଶେଷ ଦିନିକିଆରେ ସେ ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୧୦୫ ବଲରେ ସେ ଶତକ ମାରି ଏବେ ବି ତାଙ୍କ ଭିତରେ ଆହୁରି ଅନେକ ଖେଳ ରହିଥିବା ପ୍ରମାଣ କରି ଦେଖାଇଛନ୍ତି। ଦୀର୍ଘ ୨ ବର୍ଷ ପରେ ରୋହିତଙ୍କ ବ୍ୟାଟରୁ ଦିନିକିଆରେ ଦେଖିବାକୁ ମିଳିଛି ଶତକ। ସେ ଶେଷଥର ୨୦୨୩ ଅକ୍ଟୋବର ୧୧ରେ ଆଫଗାନ ବିପକ୍ଷ ଦିଲ୍ଲୀ ଦିନିକିଆରେ ୧୩୧ ରନ ଇନିଂସ ଖେଳିଥିଲେ। 

ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀ ଦିନିକିଆରେ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି। ରୋହିତଙ୍କ କ୍ୟାରିୟରର ଏହା ୫୦ତମ ଅନ୍ତର୍ଜାତୀୟ ଶତକ। ସେ ଦିନିକିଆରେ ୩୩ଟି, ଟେଷ୍ଟରେ ୧୨ଟି ଓ ଟି-୨୦ରେ ୫ଟି ଶତକ ମାରିଛନ୍ତି। ସେ ବିଶ୍ୱର ଏକମାତ୍ର ବ୍ୟାଟର ଯିଏ କ୍ରିକେଟର ୩ଟି ଫର୍ମାଟରେ ୫ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିଛନ୍ତି। 

ସେହିପରି ଅଷ୍ଟ୍ରେଲିଆରେ ଭ୍ରମଣକାରୀ ବ୍ୟାଟର ଭାବେ ସର୍ବାଧିକ ଶତକ ମାରିବାର ରେକର୍ଡ ମଧ୍ୟ ରୋହିତ ନିଜ ନାଁରେ କରି ନେଇଛନ୍ତି। ସେ ୩୩ଟି ଇନିଂସରେ ୬ଟି ଶତକ ମାରିଥିବା ବେଳେ ତାଙ୍କ ପଛକୁ ୩୨ଟି ଇନିଂସରେ ୫ଟି ଶତକ ସହ ବିରାଟ କୋହଲି ଓ ୪୯ଟି ଇନିଂସରେ ୫ଟି ଶତକ ସହ କୁମାର ସାଙ୍ଗାକାରା ରହିଛନ୍ତି। 


ରୋହିତଙ୍କ ଶତକ ମାରିଥିବା ବେଳେ ଅନ୍ୟତମ ଭେଟରାନ ଖେଳାଳି ବିରାଟ ମଧ୍ୟ ବେଶୀ ପଛରେ ନାହାନ୍ତି। ପ୍ରଥମ ଦୁଇଟି ଦିନିକିଆରେ ଖାତା ଖୋଲି ପାରି ନଥିବା ବିରାଟ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁଇଟି ଯାକ ଦିନିକିଆରେ ସେ ଶୂନରେ ଆଉଟ ହୋଇଥିବାରୁ  ତାଙ୍କ ଅବସର ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୫ତମ ଅର୍ଦ୍ଧଶତକ। ସେହିପରି ସେ ଆଜି ୫୩ ରନ କରିବା କ୍ଷଣି ଦିନିକିଆ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ କୁମାର ସାଙ୍ଗାକାରାଙ୍କ ୧୪୨୩୪ ରନକୁ ପଛରେ ପକାଇ ଦେଇଛନ୍ତି। 

Virat Kohli Rohit Sharma India Vs Australia ODI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe