Advertisment

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା, ରୋହିତ୍ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଆହତ ହୋଇଛନ୍ତି। ମୁମ୍ବାଇରେ ଟ୍ରେନିଂ ସେସନରେ ରୋହିତ ଆଘାତପ୍ରାପ୍ତ ହୋଇଛନ୍ତି। ଟ୍ରେନିଂ ସେସନରେ ଥ୍ରୋ’ ଡାଉନ୍ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ବଲ୍ ସିଧା ରୋହିତଙ୍କ ହାତରେ ବାଜିଥିଲା। ଯାହା ପରେ ରୋହିତ୍ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତଙ୍କ ଆହତ ହେବା ଫ୍ୟାନଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ମିଳିଥିବା […]

ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା, ରୋହିତ୍ ଆହତ

rohit-sharma

Advertisment

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଆହତ ହୋଇଛନ୍ତି। ମୁମ୍ବାଇରେ ଟ୍ରେନିଂ ସେସନରେ ରୋହିତ ଆଘାତପ୍ରାପ୍ତ ହୋଇଛନ୍ତି। ଟ୍ରେନିଂ ସେସନରେ ଥ୍ରୋ’ ଡାଉନ୍ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ବଲ୍ ସିଧା ରୋହିତଙ୍କ ହାତରେ ବାଜିଥିଲା। ଯାହା ପରେ ରୋହିତ୍ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

Advertisment

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତଙ୍କ ଆହତ ହେବା ଫ୍ୟାନଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ମିଳିଥିବା ସୂଚନା ମୁତାବକ, ରୋହିତଙ୍କ ଆହତ ସେତେଟା ଗୁରୁତର ନୁହେଁ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପାଇଁ ତାଙ୍କୁ ସମସ୍ୟା ହେବ ନାହିଁ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ ତାରିଖରେ ଖେଳିବ। ଉକ୍ତ ଟେଷ୍ଟ ପାଇଁ ଆହୁରି ୧୦ରୁ ଅଧିକ ଦିନ ରହିଛି। ତେଣୁ ସତରେ ଯଦି ରୋହିତଙ୍କ ଆଘାତ ଗୁରୁତର ନଥିବ, ତାହେଲେ ସେ ମ୍ୟାଚ୍ ପୂର୍ବରୁ ଫିଟ୍ ହୋଇଯାଇଥିବେ। କିନ୍ତୁ ଯଦି ସେ ଫିଟ୍ ନହୁଅନ୍ତି, ତାହେଲେ ସେଞ୍ଚୁରିଅନରେ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ୍ ଭାରତୀୟ ଇନିଂସର ଶୁଭାରମ୍ଭ କରିପାରନ୍ତି।

Advertisment

ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ରୋହିତଙ୍କ ଫିଟ୍ ହେବା ନିହାତି ଜରୁରୀ। କାରଣ ହିଟମ୍ୟାଚ୍ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟଙ୍କ ପରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ରୋହିତ୍ ଯେଉଁଭଳି ଫର୍ମରେ ଅଛନ୍ତି, ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବାରେ ସହାୟକ ହୋଇପାରେ। ସେ ଇଂଲଣ୍ଡରେ ୫୨ରୁ ଅଧିକ ହାରରେ ୩୬୮ ରନ୍ କରିଛନ୍ତି।

ବର୍ତ୍ତମାନ ଟିମ୍ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇରେ ବାୟୋ-ବବଲ ପରିବେଶରେ ଅଛନ୍ତି। ଏଠାରୁ ଟିମ୍ ଚାର୍ଟର୍ଡ ଫ୍ଲାଇଟ୍ ଯୋଗେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ ଖେଳିବ। ଯାହା ପରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳାଯିବ। ସୀମିତ ଓଭର ସିରିଜରେ ରୋହିତ୍ ଶର୍ମା ନେତୃତ୍ୱ ନେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe