Advertisment

ମୁମ୍ବାଇ ଇଣ୍ଡିଆନ୍ସରେ ଫାଟ: ରୋହିତ, ସୂର୍ଯ୍ୟ କୁମାର ଓ ବୁମ୍ରାଙ୍କ ବୈଠକ!

ଟିମର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ଯୋଗୁ ଗୋଟିଏ ଟିମରେ ଏପରିତ ସମସ୍ୟା ଦେଖାଯିବା ସ୍ୱାଭାବିକ କଥା। ଖେଳରେ ସବୁବେଳେ ଏମିତି ଘଟିଥାଏ। ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ।

Rohit

Rohit

Advertisment

ଆଇପିଏଲର ପ୍ଲେଅଫ ଦୌଡ଼ରୁ ବିଧିବଦ୍ଧ ଭାବେ ବାଦ ପଡ଼ିଥିବା ୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ କିଛି ବି ଠିକ ନାହିଁ। ସିଜିନ ଆରମ୍ଭରୁ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ୍ସରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ କମାଣ ଦିଆଯାଇଥିଲା।

Advertisment

ହେଲେ ଦଳ କ୍ରମାଗତ ମ୍ୟାଚ ହାରିବା ସହ ପ୍ଲେଅଫରୁ ବାଦ ପଡ଼ିଛି। ଦଳ ପ୍ଲେ ଅଫରୁ ବାଦ ପଡ଼ିବା ପରେ ପାଣ୍ଡ୍ୟାଙ୍କ ବିରୋଧରେ ମେଳି କରିଛନ୍ତି ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଓ ଯଶପ୍ରୀତ ବୁମ୍ରା। ୩ ଜଣ ଯାକ ଏକାଠି ଗୋଟିଏ ଗୁପ୍ତ ବୈଠକ କରି ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି।

ରିପୋର୍ଟ ଅନୁସାରେ, ମୁମ୍ବାଇ ଗୋଟିଏ ମ୍ୟାଚ୍‌ ହାରିବା ପରେ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ଆଉ କିଛି ବରିଷ୍ଠ ଖେଳାଳିମାନେ ବୈଠକ କରିଥିଲେ।

Advertisment

ଏହି ବୈଠକରେ ଖେଳାଳିମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ମତ ରଖିଥିଲେ। ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିକୁ ନେଇ ସେମାନେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସେହିପରି ସମସ୍ୟା ସମ୍ପର୍କରେ ଜଣିକିଆ ମିଟିଂ ମଧ୍ୟ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଛି।

ରୋହିତ ଶର୍ମା ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ରହିଥିଲେ। ତାଙ୍କ ଅଧୀନରେ ମୁମ୍ବାଇ ୫ଥର ଚାମ୍ପିୟନ ହୋଇଥିଲା। ହେଲେ ୨୦୨୪ ଆଇପିଏଲର ଠିକ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ମୁମ୍ବାଇର ଅଧିନାୟକ ପଦ ପାଣ୍ଡ୍ୟାଙ୍କୁ ମିଳିଥିଲା। ହଠାତ ନେତୃତ୍ୱ ପରିବର୍ତ୍ତନ ଡ୍ରେସିଂ ରୁମ ପରିବେଶକୁ ବିଗାଡ଼ି ଦେଇଥିଲା।

ଟିମର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ଯୋଗୁ ଗୋଟିଏ ଟିମରେ ଏପରିତ ସମସ୍ୟା ଦେଖାଯିବା ସ୍ୱାଭାବିକ କଥା। ଖେଳରେ ସବୁବେଳେ ଏମିତି ଘଟିଥାଏ। ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ହାରିବା ପରେ ପାଣ୍ଡ୍ୟା ସିଧାସଳଖ ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ଦୋଷ ଦେଇଥିଲେ। ତେବେ ଉକ୍ତ ମ୍ୟାଚ୍‌ରେ ତିଲକ ୩୨ ବଲରେ ୬୩ ରନର ଇନିଂସ ଖେଳିଥିଲେ।

ସେହିପରି ତିଲକ ମଧ୍ୟ ଚଳିତ ସିଜିନରେ ମୁମ୍ବାଇ ପାଇଁ ସର୍ବାଧିକ ସ୍କୋର କରିଛନ୍ତି। ତଥାପି ପାଣ୍ଡ୍ୟାଙ୍କ ବୟାନ ସମସ୍ତଙ୍କୁ ଚିକିତ କରିଥିଲା। ଏଥିପାଇଁ ଦଳରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି।

Hardik Pandya Rohit Sharma Mumbai Indians
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe