Advertisment

ସଚିନ, ପଣ୍ଟିଂ ଓ ଧୋନିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ବିଶ୍ୱକପ ପୂର୍ବରୁ ଖେଳା ଯାଉଥିବା ଏସିଆ କପରେ ରୋହିତ ଆଜି କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅବଶ୍ୟ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇ ନାହାନ୍ତି।

Rohit

Rohit

Advertisment

ରୋହିତ ଶର୍ମା ଇଜ ବ୍ୟାକ। ଫର୍ମକୁ ନେଇ କିଛି ଦିନର ସଂଘର୍ଷ ପରେ କମବ୍ୟାକ କରିଛନ୍ତି ଭାରତୀୟ ଦଳର ଅଧିନାୟକ। ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୨୨ ଦିନ ଥିବା ବେଳେ ରୋହିତ ଫର୍ମକୁ ଫେରିବା ଭାରତୀୟ କ୍ରିକେଟ ଫ୍ୟାନ୍ସକୁ ଉତ୍ସାହିତ କରିଛି।

Advertisment

ବିଶ୍ୱକପ ପୂର୍ବରୁ ଖେଳା ଯାଉଥିବା ଏସିଆ କପରେ ରୋହିତ ଆଜି କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅବଶ୍ୟ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇ ନାହାନ୍ତି। ସେ କେବଳ ୫୩ ରନ କରି ଦୁନିଥ ୱେଲାଲାଗେଙ୍କ ବଳରେ ବୋଲ୍ଡ ହୋଇଛନ୍ତି। ତେବେ ଆଉଟ ହେବା ପୂର୍ବରୁ ସେ  ୪୯ ବଲରେ ୭ ଚୌକା ଓ ୨ଟି ଛକା ବଳରେ ୫୩ ରନର ଇନିଂସ ଖେଳିଥିଲେ। 

୫୩ ରନରେ ଅଉଟ ହୋଇଥିଲେ ହେଁ ରୋହିତ ଏବେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିନିକିଆରେ ଏକମାତ୍ର ବ୍ୟାଟର ଭାବେ ୩ ଥର ଦ୍ୱିଶତକ ହାସଲ କରିଥିବା ରୋହିତ ୬ଷ୍ଠ ଭାରତୀୟ ଓ ବିଶ୍ୱର ୧୫ତମ ଖେଳାଳି ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୧୦ ହଜାର ରନ ପୂରଣ କରିଛନ୍ତି।

Advertisment

ରୋହିତ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଭାବେ ୧୦ ହଜାର ରନ କ୍ଲବରେ ନିଜ ନାଁକୁ ସାମିଲ କରିଛନ୍ତି। ଏପରି କରି ସେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସୌରଭ ଗାଙ୍ଗୁଲି, ବ୍ରାଏନ ଲାରା, କ୍ରିସ ଗେଲ, ମହେନ୍ଦ୍ର ସିଂହ ଧୋନି ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତଙ୍କ ଉପରେ କେବଳ ବିରାଟ କୋହଲି ରହିଛନ୍ତି। ବିରାଟ ୨୦୫ଟି ଇନିଂସରେ ୧୦ ହଜାର ରନ ପୂରଣ କରିଥିବା ବେଳେ ରୋହିତ ୨୪୧ତମ ଇନିଂସରେ ଏହି କୀର୍ତ୍ତମାନ ହାସଲ କରିଛନ୍ତି।

୧୦ ହଜାର ରନ କରିବାକୁ ରୋହିତ ଶର୍ମା କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ତୁଳନାରେ ୧୮ଟି, ଗାଙ୍ଗୁଲିଙ୍କ ତୁଳନାରେ ୨୨ଟି, ପଣ୍ଟିଂଙ୍କ ତୁଳନାରେ ୨୫ଟି ଓ ଧୋନିଙ୍କ ତୁଳନାରେ ୩୨ଟି ଇନିଂସ କମ ଖେଳିଛନ୍ତି।

ଆଜି ଶ୍ରୀଲଙ୍କା ବିପକ୍ଷ ଏସିଆ କପ ସୁପର ୪ ମୁକାବିଲାରେ ୬କା ମାରି ରୋହିତ ନୂଆ ରେକର୍ଡ କରିଛନ୍ତି। ଏସିଆ କପରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇ ଯାଇଛି। ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ନାଁରେ ଏହି ରେକର୍ଡ ଥିଲା।

Rohit Sharma Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe