Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ କାହିଁକି ଓହରି ଯିବେ ରୋହିତ ଶର୍ମା?

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଘୋଷଣା ହେବାକୁ ଥିବା ଟେଷ୍ଟ ସ୍କ୍ୱାଡରେ ବିରାଟ କୋହଲି ରହିବେ।

Rohit

Rohit

Advertisment

ଜୁନ ୨୦ରୁ ଭାରତର ୪୫ ଦିନିଆ ଇଂଲଣ୍ଡ ଟୁର ଆରମ୍ଭ ହେବ। ଏହି ସମୟରେ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। କିନ୍ତୁ ଏହି ଟେଷ୍ଟ ସିରିଜରେ ରୋହିତ ଶର୍ମା ନଜର ନ ଆସି ପାରନ୍ତି। ସେ ନିଜ ଆଡ଼ୁ ନିଜ ନାଁକୁ ପ୍ରତ୍ୟାହାର କରି ନେବେ ବୋଲି ଜଣାପଡ଼ିଛି। ନାଲି ବଲ କ୍ରିକେଟରେ ରୋହିତ କ୍ରମଗାତ ଭାବେ ବିଫଳ ହୋଇ ଚାଲିଛନ୍ତି। ତେଣୁ ଏବେ ସେ ଗୁରୁତ୍ୱପୂର୍ଣ୍ଣ ଇଂଲଣ୍ଡଚ ବିପକ୍ଷ ସିରିଜ ଖେଳିବାକୁ ଚାହୁଁ ନଥିବା ରିପୋର୍ଟ ପ୍ରକାଶ ପାଇଛି। ଏନେଇ ସେ ବିସିସିଆଇକୁ ମଧ୍ୟ ଅବଗତ କରାଇ ସାରିଥିବା କୁହାଯାଉଛି।

Advertisment

ତେବେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଘୋଷଣା ହେବାକୁ ଥିବା ଟେଷ୍ଟ ସ୍କ୍ୱାଡରେ ବିରାଟ କୋହଲି ରହିବେ। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ୩ଟି ମ୍ୟାଚ୍‌ରେ କେବଳ ୩୧ ରନ କରିପାରି ଥିଲେ। ଖରାପ ଫର୍ମ ପାଇଁ ସେ ନିଜ ଆଡ଼ୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରୁ ବାହାରି ଯାଇଥିଲେ। ସେତେବେଳେ ତାଙ୍କ ଅବସରକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। କିନ୍ତୁ ରୋହିତ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ନିଜ ନାଁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କ ଅବସର ଚର୍ଚ୍ଚା ପୁଣି ଜୋର ଧରିଛି।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ରୋହିତ ଖେଳି ନଥିଲେ। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। ଭାରତ ମଧ୍ୟ ପ୍ରଥମ ଟେଷ୍ଟ ଜିତିଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରୁ ରୋହିତଙ୍କ କମବ୍ୟାକ ହୋଇଥିଲା। ସେବେଠାରୁ ଭାରତ ହାରି ଚାଲିଥିଲା। ୩ଟି ମ୍ୟାଚ୍‌ରେ ରୋହିତ ୬.୨୦ ହାରରେ ବ୍ୟାଟିଂ କରିବା ସହ ୩୧ ରନ କରିପାରିଥିଲେ। ଭାରତ ମଧ୍ୟ ୩ଟି ଯାକ ମ୍ୟାଚ୍‌ ହାରିଥିଲା। ଶେଷ ମ୍ୟାଚ୍‌ରେ ରୋହିତ ଖେଳି ନଥିଲେ ହେଁ ଭାରତ ପୁଣି ହାରିଥିଲା। 

Advertisment

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ମୁଖ୍ୟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଏ ଟିମ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୨ଟି ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଟିମର ଏକାଧିକ ପ୍ରମୁଖ ଖେଳାଳିଙ୍କୁ ରଖାଯିବ। ସେମାନେ ଲାୟନ୍ସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳି ଇଂଲଣ୍ଡ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବେ। ପ୍ରଥମ ଅଭ୍ୟାସ ମ୍ୟାଚ୍‌ ମେ’ ୩୦ରେ ଖେଳା ଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୬ ତାରିଖରୁ ଆରମ୍ଭ ହେବ। ଏହାପରେ ଜୁନ ୨୦ରୁ ଭାରତୀୟ ଟିମ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ଭେଟିବ।

କୁହାଯାଉଛି ଯେ ଭାରତୀୟ ଟିମରେ ଏଥର କରୁଣ ନାଏରଙ୍କୁ ଦେଖିବାକୁ ମିଳିପାରେ। ସେ ପ୍ରଥମେ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଯଦି ଭଲ ପ୍ରଦର୍ଶନ କରନ୍ତି, ତା’ହେଲେ ତାଙ୍କୁ ସିନିୟର ଟିମରେ ପୁଣି ସାମିଲ କରାଯିବ।

୨୦୨୪-୨୫ ଘରୋଇ ସିଜିନରେ କରୁଣ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ସୟିଦ ମୁସ୍ତାକ ଅଲୀରେ ସେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ରହିଥିବା ବେଳେ ରଣଜୀ ଟ୍ରଫିର ୯ଟି ମ୍ୟାଚ୍‌ରେ ୮୬୩ ରନ କରିଥିଲେ। ସେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ରଣଜୀରେ ନିଜର ଦମ ଦେଖାଇଥିଲେ। କରୁଣଙ୍କ ଯୋଗୁ ବିର୍ଦ୍ଦଭା ରଣଜୀ ଟ୍ରଫି ଫାଇନାଲରେ କେରଳକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ହାସଲ କରିପାରି ଥିଲା। ତେଣୁ ତାଙ୍କ ନାଁ ବିସିସିଆଇ ବିଚାରକୁ ନେଇପାରେ।

India Vs England Bcci Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe