Rohit
କୁହାଯାଏ କ୍ୟାଚେସ ୱିନ ମ୍ୟାଚେସ। କିନ୍ତୁ ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ଏହାକୁ ହାତ ଛଡ଼ା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ୪ର୍ଥ ଦିନରେ ସେ ୩ଟି କ୍ୟାଚ୍ ହାତ ଛଡ଼ା କରିଛନ୍ତି। ମେବଲର୍ଣ୍ଣ ପଡ଼ିଆରେ ସେ ୩ଟି କ୍ୟାଚ୍ ହାତ ଛଡ଼ା କରିବାରୁ ଅଧିନାୟକ ରୋହିତ ଶର୍ମା ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।
ଯଶସ୍ୱୀ ପ୍ରଥମ କ୍ୟାଚ୍ ଛାଡ଼ିବା ବେଳେ ରୋହିତ ସେତେଟା ଅସନ୍ତୋଷ ପ୍ରକାଶ କରି ନଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି କ୍ୟାଚ୍ ଛାଡ଼ିବା ପରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
କ୍ୟାଚ୍ ଛାଡ଼ିବା ପରେ ରୋହିତ ତାଙ୍କ ପାଖକୁ ଯିବା ସହ ଅତ୍ୟନ୍ତ ରାଗି ଯାଇ ତାଙ୍କୁ କିଛି କହୁଥିବା ଫଟୋ ସାମ୍ନାକୁ ଆସିଛି। କ୍ୟାଚ ଛାଡ଼ି ଚାପରେ ଥିବା ଯଶସ୍ୱୀ ସୁଧାରଙ୍କ ଭଳି ରୋହିତଙ୍କ ସବୁ କଥା ଶୁଣିଛନ୍ତି।
ଜୈସୱାଲଙ୍କ ହରର ରନ ଫିଲ୍ଡରେ ସେତେବେଳେ ଷ୍ଟାର୍ଟ ହୋଇଥିଲା ଯେତେବେଳେ ସେ ଯଶପ୍ରୀତ ବୁମ୍ରାଙ୍କ ବଲରେ ଉସମାନ ଖୱାଜାଙ୍କ କ୍ୟାଚ ଛାଡ଼ିଥିଲେ।
ଏହାପରେ ୭୦ ରନର ଇନିଂସ ଖେଳିଥିବା ମାର୍ନସ ଲାବୁଶେନ ୪୦ତମ ଓଭରରେ ଆକାଶ ଦୀପଙ୍କ ବଲରେ ଗୋଟିଏ ସୁଯୋଗ ଦେଇଥିଲେ ହେଁ ଏହାକୁ ପୁଣି ଯଶସ୍ୱୀ ଛାଡ଼ି ଦେଇଥିଲେ। ଏହି କ୍ୟାଚ୍ ଛାଡ଼ିବାରୁ ରୋହିତ ଶର୍ମା ନିଜର ହତାଶା ଓ କ୍ରୋଧ ଶୋଭାବ ପ୍ରଦର୍ଶନ କରିଥିଲେ। ଆକାଶ ଦୀପ ମଧ୍ୟ ନିଜର ଅସନ୍ତୋଷ ଝାଡ଼ିଥିଲେ।
ଏହାପରେ ସିଲୀ ପଏଣ୍ଟରେ ଫିଲ୍ଡିଂ କରିବା ବେଳେ ମଧ୍ୟ ସେ ଗୋଟିଏ କ୍ୟାଚ ଛାଡ଼ିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଗୋଟିଏ ବଲକୁ ଡିଫେଣ୍ଡ କରିବା ବେଳେ ପାଟ କମିନ୍ସ କ୍ୟାଚ୍ ଦେଇଥିଲେ। ହେଲେ ଜୈସୱାଲଙ୍କ ଦୁଇ ଗୋଡ଼ ମଧ୍ୟରେ ବଲ ଚାଲି ଯାଇଥିଲା। ଏହାପରେ ରୋହିତ ଶର୍ମା ଆହୁରି ରାଗି ଯାଇଥିଲେ। ସେ ଯଶସ୍ୱୀଙ୍କ ଉପରେ ପୁଣି ନିଜର ଅସନ୍ତୋଷ ଝାଡ଼ିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rohit_1735470588.jpg)