Advertisment

ଅଧିନାୟକ ଦାୟିତ୍ୱକୁ ଫେରିପାରନ୍ତି ରୋହିତ ଶର୍ମା: ମନୋଜ ତିୱାରୀ

ଆଇପିଏଲ ଯାତ୍ରାରେ ସର୍ବାଧିକ ଟାଇଟଲ୍ ହାସଲ କରିଥିବା ମୁମ୍ବାଇ ଚଳିତ ସିଜିନରେ ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଏପରି କହିଛନ୍ତି ତିୱାରୀ।

Rohit Sharma & Hardik Pandya

Rohit Sharma & Hardik Pandya

Advertisment

ରୋହିତ ଶର୍ମାଙ୍କୁ ପୁଣିଥିରେ ମୁମ୍ବାଇ ଇଣ୍ଡଆନ୍ସର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ। ଏପରି କହିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ। ଆଇପିଏଲ ଯାତ୍ରାରେ ସର୍ବାଧିକ ଟାଇଟଲ୍ ହାସଲ କରିଥିବା ମୁମ୍ବାଇ ଚଳିତ ସିଜିନରେ ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଏପରି କହିଛନ୍ତି ତିୱାରୀ।

Advertisment

ସେ କହିଛନ୍ତି, ରୋହିତ ଶର୍ମାଙ୍କୁ ପୁନର୍ବାର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇପାରେ। ମୋତେ ଲାଗୁଛି ଏପରି କରିବାରେ ମୁମ୍ବାଇ ମ୍ୟାନେଜମେଣ୍ଟ ଦ୍ୱିଧା କରିବନି। ରୋହିତ ଶର୍ମା ପାଞ୍ଚ ଥର ଟ୍ରଫି ଜିତିବା ପରେ ମଧ୍ୟ ସେମାନେ ତାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛନ୍ତି। ଅଧିନାୟକ ପରିବର୍ତ୍ତନ କରିବା ଏକ ବଡ ଆହ୍ୱାନ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦଳ ଗୋଟିଏ ପଏଣ୍ଟ ବି ହାସଲ କରିପାରିନାହିଁ। କ୍ୟାପ୍ଟେନ୍ସି ଭଲ ଥିଲା, ଦୁର୍ଭାଗ୍ୟବଶତଃ ଏପରି ହେଲା ବୋଲି କହିପାରିବାନି। ବାସ୍ତବରେ ଠିକ୍ ବାବରେ ଅଧିନାୟକତ୍ୱ ହୋଇନାହିଁ ବୋଲି ତିୱାରୀ କହିଛନ୍ତି।

Advertisment

୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଗୁଜରାଟ ଟାଇଟନ୍ସ କ୍ୟାପ୍ଟେନ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ଦଳକୁ କ୍ୟାପ୍ଟେନ ଭାବେ ଫେରିଛନ୍ତି। ସେ ରୋହିତଙ୍କ ପରିବର୍ତ୍ତେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଦଳର ସ୍ଥିତି ଦୁର୍ବଳ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚ୍ ଗୁଜରାଟ ଏବଂ ଦ୍ୱିତୀୟଟି ହାଇଦ୍ରାବାଦଠାରୁ ହାରିଥିଲା।

ଗତକାଲି ଘରୋଇ ମାଟି ୱାଙ୍ଖେଡରେ ରାଜସ୍ତାନ ବିପକ୍ଷରେ ମ୍ୟାଚ୍ ଥିଲା, ଏଥିରେ ମଧ୍ୟ ମୁମ୍ବାଇ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି। ମୁମ୍ବାଇର ଏପରି ବପର୍ଯ୍ୟୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ସମାଲୋଚନା କରାଯାଉଛି। ତେବେ ଆଗକୁ ଟିମ୍ ମ୍ୟାନେଜମେଣ୍ଟ ଏନେଇ କି ପଦକ୍ଷେପ ନେଉଛି ତା' ଉପରେ ନଜର।  

Hardik Pandya Rohit Sharma Mumbai Indians Manoj Tiwari MI Captaincy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe