Advertisment

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେନି ରୋହିତ ଶର୍ମା!

ନଭେମ୍ବର ୨୨ରୁ ପ୍ରଥମ ଟେଷ୍ଟ ପର୍ଥରେ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଦୃଷ୍ଟିରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।

Rohit

Rohit

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳି ନ ପାରନ୍ତି ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା। ପର୍ଥରେ ଖେଳା ଯିବାକୁ ଥିବା ପ୍ରଥମ ଟେଷ୍ଟରେ ରୋହିତ ନିଜର ଅନୁପସ୍ଥିତି ସମ୍ପର୍କରେ ମୁଖ୍ୟ ଚୟନକର୍ତ୍ତା ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇ ସାରିଥିବା ଜଣାପଡ଼ିଛି।

Advertisment

ନଭେମ୍ବର ୨୨ରୁ ପ୍ରଥମ ଟେଷ୍ଟ ପର୍ଥରେ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଦୃଷ୍ଟିରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।

ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ରୋହିତ ଶର୍ମା ଏବେ ନିଜର କୌଣସି ବ୍ୟକ୍ତିଗତ କାମ ସମାଧାନ କରୁଛନ୍ତି। ଯଦି ନଭେମ୍ବର ୨୨ ବେଳକୁ ଏହି କାମ ଶେଷ ହୋଇ ନଥିବ, ତା’ହେଲେ ସେ ପର୍ଥ ଟେଷ୍ଟରେ ଉପଲବ୍ଧ ହେବେ ନାହିଁ। ଏ ସମ୍ପର୍କରେ ସେ ଅନଔପଚାରିକ ଭାବେ ବିସିସିସିଆଇକୁ ଅବଗତ କରାଇଛନ୍ତି। କିନ୍ତୁ ବିଧିବଦ୍ଧ ଭାବେ ସେ ଏକଥା ଜଣାଇ ନାହାନ୍ତି।

Advertisment

ଟି-୨୦ରୁ ଅବସର ନେଇ ସାରିଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପରେ ଏବେ ଛୁଟି କାଟୁଛନ୍ତି। ସେ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ ବେଳକୁ ଫେରିବେ।

ଏହି ସିରିଜ ପରେ ଭାରତ ୫ ଟିକିଆ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଯିବ। ପ୍ରଥମ ଟେଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବେଳେ ଆଡିଲେଡରେ ଡିସେମ୍ବର ୬ରୁ ଦିବାରାତ୍ର ଟେଷ୍ଟ ଅନୁଷ୍ଠିତ ହେବ।

ଡିସେମ୍ବର ୧୪ରେ ଗାବାରେ ତୃତୀୟ ଟେଷ୍ଟ ଖେଳାଯିବ। ଏହା ବକ୍ସିଂ ଟେଷ୍ଟ ଭାବେ ଆୟୋଜନ ହେବ। ଡିସେମ୍ବର ୨୬ରେ ମେଲବର୍ଣ୍ଣ ଓ ଜାନୁଆରୀ ୩ରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ ଅନୁଷ୍ଠିତ ହେବ।

ରୋହିତ ଅଷ୍ଟ୍ରେଲିଆରେ ୭ଟି ଟେଷ୍ଟ ଖେଳି ୪୦୮ ରନ କରିଛନ୍ତି। ଏଥିରେ ୩ଟି ୫୦ ରହିଛି।

Rohit Sharma Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe