Advertisment

ପ୍ରଥମ ଟେଷ୍ଟ ପୂର୍ବରୁ ବାଂଲାଦେଶ ସମ୍ପର୍କରେ ଏମିତି କହିଲେ ରୋହିତ ଶର୍ମା

ଥମ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ସମ୍ପର୍କରେ ମଜାଳିଆ କଥା କହିଛନ୍ତି।

Rohit Sharma

Rohit Sharma

Advertisment

ଗୁରୁବାର ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଦୁଇ ଦଳ ଝାଳବୁହା ପରିଶ୍ରମ କରିବାରେ ଲାଗିଛନ୍ତି। ତେବେ ପ୍ରଥମ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ସମ୍ପର୍କରେ ମଜାଳିଆ କଥା କହିଛନ୍ତି। 

Advertisment

ଦୀର୍ଘ ୪୫ ଦିନର ବ୍ୟବଧାନ ପରେ ଟିମ ଇଣ୍ଡିଆ ବ୍ରେକ ପରେ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବ। କିନ୍ତୁ ବାଂଲାଦେଶ ନିକଟରେ ପାକିସ୍ତାନ ବିପକ୍ଷରେ ଐତିହାସି ୨-୦ ଟେଷ୍ଟ ବିଜୟ ହାସଲ କରିଥିଲା।

ଭାରତରେ ବାଂଲାଦେଶ ଭିନ୍ନ ତଥା ଅତ୍ୟନ୍ତ କଷ୍ଟକର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କାରଣ ପାକିସ୍ତାନ ତୁଳନାରେ ଭାରତୀୟ ଟିମ ବେଶ ଶକ୍ତିଶାଳୀ। ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

Advertisment

ତଥାପି ରୋହିତ ବାଂଲାଦେଶ ପକ୍ଷରୁ ମିଳିବାକୁ ଥିବା ଚ୍ୟାଲେଞ୍ଜ ପ୍ରତି ମଧ୍ୟ ସତର୍କ ରହିଛନ୍ତି। ଏସବୁ ଭିତରେ ବାଂଲାଦେଶର ଫର୍ମ ସମ୍ପର୍କରେ ରୋହିତଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ବେଶ ମଜାଳିଆ ଉତ୍ତର ଦେଇଛନ୍ତି।

ସେ କହିଛନ୍ତି, “ସବୁ ଦଳ ଭାରତକୁ ହରାଇବାକୁ ଚାହାନ୍ତି। ସେମାନଙ୍କୁ ଭାରତକୁ ହରାଇବାରେ ମଜା ଆସିଥାଏ। ସେମାନଙ୍କୁ ମଜା ନେବାକୁ ଦିଆଯାଉ। ଆମେ ସେମାନଙ୍କୁ କେମିତି ହରାଇବୁ, ତା’ ଉପରେ ଫୋକସ କରିବୁ।

ଆମକୁ ମ୍ୟାଚ ଜିତିବାର ଅଛି ଓ ସେଥିପାଇଁ ଆମେ ଏଠାକୁ ଆସିଛୁ। ସେମାନେ କ’ଣ ଭାବୁଛନ୍ତି, ସେକଥା ଆମେ ଚିନ୍ତା କରୁନାହୁଁ। ଆମ ବିଷୟରେ କୁହନ୍ତୁ। ଯେତେବେଳେ ଇଂଲଣ୍ଡ ଏଠାକୁ ଆସିଥିଲା ସେତେବେଳେ ବି ଅନେକ କିଛି କୁହାଯାଇଥିଲା।

କିନ୍ତୁ ଆମେ ସେସବୁ ଉପରେ ଫୋକସ କରି ନଥିଲୁ। ଆମକୁ ରେଜଲ୍ଟ ଦେବାର ଅଛି। ଏଠାରେ ମଧ୍ୟ ଆମେ ସମାନ ଲକ୍ଷ୍ୟ ରଖିଛୁ। ଆମକୁ ଭଲ କ୍ରିକେଟ ଖେଳିବାର ଅଛି। ନିକଟରେ ଆମେ ଅନେକ ଟିମ ସହ ଖେଳିଛୁ। ବିରୋଧୀଙ୍କ ସମ୍ପର୍କରେ ବେଶୀ ଚିନ୍ତା କରିବା ବଦଳରେ ଆମ ସମସ୍ତଙ୍କର ଲକ୍ଷ୍ୟ ହେଲା ବିଜୟ।”

ଅନ୍ୟପକ୍ଷରେ ବାଂଲାଦେଶର ମୁଖ୍ୟକୋଚ ଚନ୍ଦିକା ହାତୁରୁସିଂଘଙ୍କ ମତ ହେଲା ଭାରତ ଭଳି ଗୋଟିଏ ଶକ୍ତିଶାଳୀ ଦେଶ ବିରୋଧରେ ଖେଳିବା ପରେ ଆମେ ଆମର ପ୍ରକୃତ ସ୍ଥାନକୁ ଜାଣିପାରିବୁ। ଅନ୍ତର୍ଜାତୀୟ ସ୍ତରରେ ଆମେ କେଉଁଠି ଅଛୁ, ସେକଥା ବୁଝି ପାରିବୁ ବୋଲି ସେ କହିଛନ୍ତି।

Bcci Rohit Sharma Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe