Advertisment

ରୋହିତ ଶର୍ମା ହେଲେ ଭାରତର ଟି-୨୦ ଅଧିନାୟକ, ସ୍କ୍ୱାଡରେ ନାହାନ୍ତି ବିରାଟ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା।  ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହୋଇଛନ୍ତି। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜରେ ଟିମ ଇଣ୍ଡିଆ ନୂଆ ଅଧିନାୟକଙ୍କ […]

ଅଦ୍ୟତନ ହୋଇଛି
ରୋହିତ ଶର୍ମା ହେଲେ ଭାରତର ଟି-୨୦ ଅଧିନାୟକ, ସ୍କ୍ୱାଡରେ ନାହାନ୍ତି ବିରାଟ

rg

Advertisment

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା।  ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହୋଇଛନ୍ତି। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜରେ ଟିମ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ।

Advertisment

ରୋହିତ ଅଧିନାୟକ ହୋଇଥିବା ବେଳେ ତାଙ୍କ ସହ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ରାହୁଲ ଡ୍ରାଭିଡ୍‌ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ଦାୟିତ୍ୱ ଗ୍ରହଣ କରିବେ। ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି।

ଆଜି ବିସିସିଆଇ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଛି। ନିକଟରେ ଟି-୨୦ ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡ ଦଳରେ ନୂଆ ମୁହଁ ଭାବେ ସୁଯୋଗ ପାଇଛନ୍ତି। ଯୁବ ତାରକା ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଆଭେଶ ଖାନଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ସୁଯୋଗ ମିଳିଛି।

Advertisment

ବିଶ୍ୱକପ ସ୍କ୍ୱାଡରୁ ହଠାତ୍‌ ବାଦ ପଡ଼ିଥିବା ୟୁଜଭେନ୍ଦର ଚହଲ ଦଳକୁ କମବ୍ୟାକ କରିଛନ୍ତି। ଷ୍ଟାଣ୍ଡବାଇରେ ଥିବା ଶ୍ରେୟର ଆୟର, ଅକ୍ଷର ପଟେଲ ଓ ଦୀପକ ଚହର ମଧ୍ୟ ମୁଖ୍ୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ତ୍ୟା, ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ପୂର୍ବଭଳି ଦଳରେ ସୂର୍ଯ୍ୟ କୁମାର ଯାଦବଳ ଇଶାନ କିଶନ ଓ ଋଷଭ ପନ୍ତ ନିଜ ସ୍ଥାନ ପକ୍କା କରିଛନ୍ତି। ଭୁବନେଶ୍ୱର କୁମାର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହରକୁ ବସିସିଆଇ ଚୟନ କମିଟି ଟିମ୍‌ରା ସ୍ଥାନ ଦେଇନାହିଁ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ଭେଙ୍କଟେଶ ଆୟର, ୟୁଜଭେନ୍ଦର ଚହଲ, ରବି ଅଶ୍ୱିନ, ଅକ୍ଷର ପଟେଲ, ଆଭେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନଭେମ୍ବର ୧୭, ୧୯ ଓ ୨୧ ତାରିଖରେ ଟି-୨୦ ମ୍ୟାଚଗୁଡ଼ିକ ଖେଳାଯିବ। ଏହାପରେ ନଭେମ୍ବର ୨୫ରୁ ପ୍ରଥମ ଟେଷ୍ଟ ଓ ଡିସେମ୍ବର ୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା ହୋଇନାହିଁ। ସମ୍ଭବତଃ ଆସନ୍ତାକାଲି ବିସିସିଆଇ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କରିପାରେ। ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ହିଁ ଦଳର କମାଣ ସମ୍ଭାଳିବେ। ପୂର୍ବଭଳି ଅଜିଙ୍କ୍ୟ ରାହଣେ ଟେଷ୍ଟ ଟିମ୍‌ର ଉପ ଅଧିନାୟକ ପଦ ସମ୍ଭାଳିବେ। କିନ୍ତୁ ବିରାଟଙ୍କ ଅନୁପସ୍ଥିତିରେ ରୋହିତ ହିଁ ଟେଷ୍ଟ ଟିମ୍‌ ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି।

ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇରେ ଆରମ୍ଭ ହେବ। ଏହି ସମୟରେ ବିରାଟ ଦଳକୁ କମବ୍ୟାକ କରିବା ସହ କ୍ୟାପ୍ଟେନଶିପ ପଦ ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe