ଚେନ୍ନାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିନ। ଆଜି ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି। ତେବେ ଦଳ ଆଗରେ ବଡ଼ ସ୍କୋର ଥିବା ବେଳେ ପ୍ରାରମ୍ଭରୁ ଲାଗିଛି ଝଟକା। ଆଉଟ୍ ହୋଇ ଯାଇଛନ୍ତି ଓପନିଂ କରିବାକୁ ଆସିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା।
ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ୯ଟି ବଲ୍ର ସମ୍ମୁଖୀନ ହୋଇଥିବା ରୋହିତ ଗୋଟିଏ ଚୌକା ସହାୟତାରେ ୬ ରନ୍ କରି ଆଉଟ୍ ହୋଇଛନ୍ତି। ଜୋଫ୍ରା ଆର୍ଚରଙ୍କ ବଲ୍ରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଖବର ଲେଖାଯିବା ବେଳକୁ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି। ଶୁବମନ ୨୪ଟି ବଲ୍ରୁ ୨୪ରନ୍ କରିଥିବା ବେଳେ ଚେତେଶ୍ୱର ୧୯ ବଲ୍ରୁ ୯ ରନ୍ କରିଛନ୍ତି। ଦଳୀୟ ସ୍କୋର ୩୯ ରନ୍ ହୋଇଛି।
ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଛି। ଅଧିନାୟକ ଜୋ ରୁଟ୍ ସର୍ବାଧିକ ୨୧୮ ରନ୍ କରିଛନ୍ତି। ସେହିପରି ଡମ୍ ସିବଲେ ୮୭ ରନ୍ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୮୨ କରିଥିଲେ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍ ବଲ୍ ସମସ୍ତଙ୍କୁ ବୋଲ୍ଡ କରିଦେଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।
Cricket
ଜାଡେଜାଙ୍କ ପରେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ ବିବାଦକୁ ଟାଣିଲା ଅଷ୍ଟ୍ରେଲିଆ ମିଡିଆ
ପ୍ରଥମେ ବିରାଟ କୋହଲି ପରେ ରବୀନ୍ଦ୍ର ଜାଡେଜାଙ୍କୁ ଅଷ୍ଟ୍ରେଲୀୟ ଗଣମାଧ୍ୟମ ବିବାଦ ମଧ୍ୟକୁ ଟାଣିଥିଲା। ଏବେ ଅଷ୍ଟ୍ରେଲିଆ ମିଡିଆର ଟାର୍ଗେଟକୁ ଆସିଛନ୍ତି ଭାରତୀୟ ଟିମର ଦ୍ରୁତ ବୋଲର ଆକାଶ ଦୀପ।
Cricket
ଜାଡେଜାଙ୍କ ‘ହିନ୍ଦୀ’ପ୍ରେସ କନଫରେନ୍ସ ବିବାଦ ପରେ ବାତିଲ ହେଲା କ୍ରିକେଟ ମ୍ୟାଚ୍
ଅଷ୍ଟ୍ରେଲିଆ ମିଡିଆ ଅଭିଯୋଗ କରିଛି ଯେ ଜାଡେଜା ଇଂରାଜୀରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଭାରତୀୟ ଗଣମାଧ୍ୟମର ପ୍ରତିନିଧି ଓ ଟିମ ଇଣ୍ଡିଆର ମ୍ୟାନେଜର ଏହାକୁ ଖଣ୍ଡନ କରି ଚାଲିଛନ୍ତି।
Cricket
ଅଣ୍ଡର ୧୯ ମହିଳା ଏସିଆ କପର ନୂଆ ଚାମ୍ପିୟନ ଭାରତ: ୪୧ ରନରେ ହାରିଲା ବାଂଲାଦେଶ
କିଛି ଦିନ ତଳେ ପୁରୁଷ ଅଣ୍ଡର ୧୯ ଏସିଆ କପ ଫାଇନାଲରେ ବାଂଲାଦେଶ ଚତ୍ମକାର ଢଙ୍ଗରେ ଭାରତକୁ ହରାଇ ଦେଇଥିଲେ। ହେଲେ ଅଣ୍ଡର ୧୯ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।
Cricket
ବିବାଦରେ ଥିବା ପୃଥ୍ୱୀଙ୍କୁ ମୁମ୍ବାଇ କ୍ରିକେଟ ଦେଲା ନୂଆ ଦାୟିତ୍ୱ, କିନ୍ତୁ...
ପୃଥ୍ୱୀ ଶ’ଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(ଏମସିଏ) ପୁଣି ଗୋଟିଏ ସୁଯୋଗ ଦେଇଛି।