Advertisment

ବିରାଟଙ୍କ ପରାମର୍ଶକୁ ଗ୍ରହଣ ନ କରିବା ରୋହିତଙ୍କୁ ମହଙ୍ଗା ପଡ଼ିଲା

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ ଦେଇଥିବା ପ୍ରସ୍ତାବକୁ ଗ୍ରହଣ ନ କରିବା ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଛି।

author-image
Hemant Lenka
Rohit

Rohit

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପରାମର୍ଶକୁ ଗ୍ରହଣ କରି ନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ ଦେଇଥିବା ପ୍ରସ୍ତାବକୁ ଗ୍ରହଣ ନ କରିବା ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଛି। ଡିଆରଏସ୍‌କୁ ନେଇ ପୂରା ଘଟଣା ଘଟିଛି।

Advertisment

ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ଡେଭନ କନୱେ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ୨୫ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ରବୀନ୍ଦ୍ର ଜାଡେଜା। ତାଙ୍କର ଗୋଟିଏ ବଲ କନୱେଙ୍କ ପ୍ୟାଡରେ ବାଜିବାରୁ ଭାରତୀୟ ଖେଳାଳିମାନେ ଅପିଲ କରିଥିଲେ। ତେବେ ଅମ୍ପାୟାର ଏହାକୁ ନଟଆଉଟ ଘୋଷଣା କରିଥିଲେ।

ଭାରତୀୟ ଟିମର ଅଧିକାଂଶ ଖେଳାଳି ମଧ୍ୟ ରୋହିତଙ୍କୁ ଡିଆରଏସ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ବିରାଟ ତୁରନ୍ତ ରୋହିତଙ୍କ ପାଖରେ ପହଞ୍ଚିଥିଲେ ଓ ବଲ ଲେଗ ଷ୍ଟମ୍ପକୁ ମିସ କରିବ ବୋଲି କହିଥିଲେ। ତେଣୁ ସେ ଡିଆରଏସ ନେବାକୁ ରୋହିତଙ୍କୁ ମନା କରିଥିଲେ।

Advertisment

ହେଲେ ବିରାଟଙ୍କ ପରାମର୍ଶକୁ ଅଣଦେଖା କରି ରୋହିତ ଡିଆରଏସ ନେଇଥିଲେ। ରିପ୍ଲେରୁ ଜଣାପଡ଼ିଥିଲା ଯେ ବିରାଟ ହିଁ ଠିକ ଥିଲେ। ବଲ ଲେଗ ଷ୍ଟମ୍ପ ମିସ କରିଥିଲା। ଫଳରେ ଭାରତ ଗୋଟିଏ ମୂଲ୍ୟବାନ ରିଭ୍ୟୁ ହରାଇଥିଲା।

ଏହାପରେ କନୱେ ଦମଦାର ଇନିଂସ ଖେଳିବା ସହ ଶେଷରେ ରବି ଅଶ୍ୱିନଙ୍କ ବଲରେ ୭୫ ରନ କରି ଆଉଟ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ କିଛି ସମୟ ପାଇଁ ଦମ ଦେଖାଇଥିଲେ ହେଁ ୧୩୨୫ ଦିନ ପରେ ଟେଷ୍ଟ କ୍ରିକେଟ ଖେଳୁଥିବା ୱାଶିଂଟନ ସୁନ୍ଦର କମାଲ କରିଥିଲେ। ସେ ୫୯ ରନ ଦେଇ ୭ ୱିକେଟ ନେବାରୁ କ୍ୱିୱି ଟିମ ପ୍ରଥମ ଇନିଂସରେ ୨୫୯ ରନରେ ଅଲଆଉଟ ହୋଇଯାଇଛି।

ନ୍ୟୁଜିଲ୍ୟାଣ୍ଡ ଏକଦା ୩ ୱିକେଟ ହରାଇ ୧୯୭ ରନ କରି ନେଇଥିଲା। ଲାଗୁଥିଲା ଦଳ ପ୍ରଥମ ଇନିଂସରେ ବଡ଼ ସ୍କୋର କରିବ। ହେଲେ ୱାଶି ଏହା କରିବାକୁ ଦେଇ ନାହାନ୍ତି। ୱାଶି ଏକାକୀ ୭ ୱିକେଟ ନେଇଥିବା ବେଳେ ଅଶ୍ୱିନଙ୍କ ଖାତାକୁ ୩ଟି ୱିକେଟ ଯାଇଛି।

Virat Kohli Rohit Sharma Test Cricket Test Match