Advertisment

ଦ୍ରାବିଡ୍ ହେଲେ କୋଚ୍, ବଡ଼ ମନ୍ତବ୍ୟ ଦେଲେ ରୋହିତ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ୍ ଭାବେ ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡଙ୍କୁ ନିଯୁକ୍ତି କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଦ୍ରାବିଡଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା। କୋଚ୍ ହେବା ପରେ ଦ୍ରାବିଡଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଦ୍ରାବିଡଙ୍କ କୋଚ୍ ହେବା ନେଇ ମନ୍ତବ୍ୟ ଦେଇଛନ୍ତି ଟିମ୍ ଇଣ୍ଡିଆର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା। ରୋହିତ୍ କିମ୍ବଦନ୍ତୀ କ୍ରିକେଟର୍ ଦ୍ରାବିଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ […]

ଦ୍ରାବିଡ୍ ହେଲେ କୋଚ୍, ବଡ଼ ମନ୍ତବ୍ୟ ଦେଲେ ରୋହିତ୍

dravid-and-rohit

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ୍ ଭାବେ ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡଙ୍କୁ ନିଯୁକ୍ତି କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଦ୍ରାବିଡଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା। କୋଚ୍ ହେବା ପରେ ଦ୍ରାବିଡଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଦ୍ରାବିଡଙ୍କ କୋଚ୍ ହେବା ନେଇ ମନ୍ତବ୍ୟ ଦେଇଛନ୍ତି ଟିମ୍ ଇଣ୍ଡିଆର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା। ରୋହିତ୍ କିମ୍ବଦନ୍ତୀ କ୍ରିକେଟର୍ ଦ୍ରାବିଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପରେ ରୋହିତ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦ୍ରାବିଡ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବହୁତ ବହୁତ ବଧେଇ। ସେ ନୂଆ ଦାୟିତ୍ୱ ସହ ଟିମରେ ଯୋଗ ଦେଇଛନ୍ତି। ତାଙ୍କ ସହ କାମ କରିବାକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ। ସେ ଭାରତୀୟ କ୍ରିକେଟର ଜଣେ ମହାନ୍ ଖେଳାଳି ଏବଂ ତାଙ୍କ ସହ ଭବିଷ୍ୟତରେ କାମ କରିବା ନିଶ୍ଚିତ ଭାବେ ଭଲ ରହିବ ବୋଲି ରୋହିତ୍ କହିଛନ୍ତି।

ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ନଭେମ୍ବର ୧୭ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଖେଳିବ। ଏହା ଦ୍ରାବିଡଙ୍କର ପୂର୍ଣ୍ଣକାଳୀନ କୋଚ୍ ଭାବେ ପ୍ରଥମ ଦାୟିତ୍ୱ ହେବ। ଏହା ପୂର୍ବରୁ ଜୁଲାଇ ମାସରେ ଶିଖର ଧୱନଙ୍କ ନେତୃତ୍ୱରେ ଦ୍ରାବିଡ୍ ଭାରତୀୟ ଟିମ୍ ସହ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେଠାରେ ଭାରତ ସୀମିତ ଓଭର ସିରିଜ୍ ଖେଳିଥିଲା।

Advertisment

ଏହା ପୂର୍ବରୁ ଦ୍ରାବିଡ୍ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ଥିଲେ। ତା' ପୂର୍ବରୁ ସେ ଭାରତୀୟ ଅଣ୍ଡର-୧୯ ଓ ଇଣ୍ଡିଆ-ଏ ଟିମର ହେଡ୍ କୋଚ୍ ରହିଆସିଛନ୍ତି। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଅଣ୍ଡର୍-୧୯ ଟିମ୍ ବିଶ୍ୱବିଜେତା ହୋଇଥିଲା। ସେହିପରି ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଅନେକ ଯୁବ ପ୍ରତିଭା ବାହାରିଛନ୍ତି।

ରାହୁଲ୍ ଦ୍ରାବିଡ୍ ଭାରତ ପକ୍ଷରୁ ୧୬୪ ଟେଷ୍ଟ ଖେଳି ୩୬ ଶତକ ଓ ୬୩ ଅର୍ଦ୍ଧଶତକ ସହାୟତାରେ ୧୩୨୮୮ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୭୦ ରନ୍ ରହିଛି। ସେ ୩୪୪ ଦିନିକିଆ ଖେଳି ୧୨ ଶତକ ଓ ୮୩ ଅର୍ଦ୍ଧଶତକ ସହ ୧୦୮୮୯ ରନ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe