Advertisment

ICC ଟେଷ୍ଟ ରାଙ୍କିଙ୍ଗ: ଟପ୍‌ ୫କୁ ଫେରିଲେ ରୋହିତ ଶର୍ମା

ବୁଧବାର ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ରୋହିତଙ୍କ ସାଥୀ ଖେଳାଳି ବିରାଟ କୋହଲି ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି।

Rohit Sharma

Rohit Sharma

Advertisment

ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟ ରୋହିତ ଶର୍ମାଙ୍କୁ ମିଳିଛି ବଡ଼ ସଫଳତା। ସେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୫ରେ ପ୍ରବେଶ କରିଛନ୍ତି। ୨୦୨୧ ସେପ୍ଟେମ୍ବର ପରେ ପ୍ରଥମଥର ପାଇଁ ରୋହିତ ଶର୍ମା ରାଙ୍କିଙ୍ଗର ଟପ୍‌ ୫ ଖେଳାଳିଙ୍କ ମଧ୍ୟରେ ରହିବାକୁ ସକ୍ଷମ ହୋଇଛନ୍ତି। ରୋହିତ ରାଙ୍କିଙ୍ଗରେ ଥିବା ସମସ୍ତ ଭାରତୀୟଙ୍କ ତୁଳନାରେ ସବୁଠାରୁ ଉପରେ ରହିଛନ୍ତି।

Advertisment

ବୁଧବାର ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ରୋହିତଙ୍କ ସାଥୀ ଖେଳାଳି ବିରାଟ କୋହଲି ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ବିରାଟ ରାଙ୍କିଙ୍ଗର ୭ନଂ ଓ ଜୈସୱାଲ ୬ନଂ ସ୍ଥାନରେ ଅଛନ୍ତି।

ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷରେ ଭାରତ ତା’ର ପ୍ରଥମେ ଟେଷ୍ଟ ଖେଳିବ। ଏହି ମ୍ୟାଚ୍‌ ଓ ଏହାପରେ ୨୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ରୋହିତ, ବିରାଟ ଓ ଜୈସୱାଲ ଦମଦାର ପ୍ରଦର୍ଶନ କରି ରାଙ୍କିଙ୍ଗରେ ସୁଧାର ଆଣିବାକୁ ସୁଯୋଗ ପାଇବେ।

Advertisment

ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ରୋହିତ ଓ ଜୈସୱାଲ ଦମଦାର ପ୍ରଦର୍ଶନ କରିଥିଲେ। ଜୈସୱାଲ ସିରିଜରେ ରେକର୍ଡ ୭୧୨ ରନ କରିବା ସହ ୨ଟି ଶତକ ଓ ୩ଟି ଅର୍ଦ୍ଧଶତ ମାରିଥିଲେ। ରୋହିତ ମଧ୍ୟ ୨ଟି ଶତକ ସହ ୪୦୦ ରନ ହାସଲ କରିଥିଲେ। ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅନୁପସ୍ଥିତ ରହିଥିଲେ।

ଆଜି ଆଇସିସି ଜାରି କରିଥିବା ରାଙ୍କିଙ୍ଗ ତାଲିକାରେ ଶ୍ରୀଲଙ୍କା ବ୍ୟାଟର୍ସଙ୍କୁ ବଡ଼ ସଫଳତା ମିଳିଛି। ନିକଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ତା’ର ଟେଷ୍ଟ ସିରିଜ ଶେଷ କରିଥିଲା। ସେହିପରି ତୃତୀୟ ଟେଷ୍ଟକୁ ଭ୍ରମଣକାରୀ ଦଳ ଜିତି ଇଂଲଣ୍ଡ ବିପକ୍ଷରେ ୧୦ ଧରି ରହିଥିବା ବିଜୟ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା। ଶ୍ରୀଲଙ୍କାର କୌଣସି ବ୍ୟାଟର ଟପ୍ ୧୦ରେ ପ୍ରବେଶ କରି ନାହାନ୍ତି।

କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ରାଙ୍କିଙ୍ଗରେ ସୁଧାର ଆସିଛି। ଶ୍ରୀଲଙ୍କାର ଅଧିନାୟକ ଧନଞ୍ଜୟ ଡି ସିଲଭା, ମଧ୍ୟକ୍ରମ ବ୍ୟାଟର କାମିନ୍ଦୁ ମେଣ୍ଡିସ ଓ ଓପନର ପଥୁମ ନିଶାଙ୍କା ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ଧନଞ୍ଜୟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ମେଣ୍ଡିସ ୬ଟି ସ୍ଥାନ ଉପରକୁ ଉଠି ୧୯ତମ ଓ ୧୨୭ର ଅପରାଜି ଇନିଂସ ଖେଳିଥିବା ନିଶାଙ୍କା ୪୨ଟି ସ୍ଥାନ ଉପରକୁ ଉଠି ୩୯ ନମ୍ବରରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଛନ୍ତି। ତେବେ ଶ୍ରୀଲଙ୍କା ବିପକ୍ଷ ଶେଷ ଟେଷ୍ଟରେ ସେ ଫେଲ ମାରିବାରୁ ତାଙ୍କୁ ପଏଣ୍ଟ ହ୍ରାସ ପାଇଛି। ସେ ୯୨୨ ପଏଣ୍ଟରୁ ଖସି ୮୯୯ରେ ପହଞ୍ଚିଛନ୍ତି।

ଦ୍ୱିତୀୟ ସ୍ଥାନରେ କେନ ୱିଲିୟମସନ, ତୃତୀୟରେ ଡାରେଲ ମିଚେଲ, ୪ର୍ଥରେ ଷ୍ଟିଭ ସ୍ମିଥ, ୫ମରେ ରୋହିତ ଶର୍ମା, ୬ଷ୍ଠରେ ଜୈସୱାଲ, ୭ମରେ ବିରାଟ କୋହଲି, ୮ମରେ ଉସମାନ ଖାଜ୍ୱା, ୯ମରେ ମହମ୍ମଦ ରିଜୱାନ ଓ ୧୦ମ ସ୍ଥାନରେ ମାର୍ନସ ଲାବୁଶେନ ରହିଛନ୍ତି। ବାବର ଆଜମ ପୂର୍ବଭଳି ଟପ ୧୦ରୁ ବାଦ ପଡ଼ିଛନ୍ତି।

Rohit Sharma ICC Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe