Advertisment

ପୁଣି ଥରେ ବାପା ହେଲେ ରୋହିତ ଶର୍ମା

ଗତକାଲି ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି।

author-image
Niharika Rout
Rohit Sharma with wife

Rohit Sharma with wife

ପୁଣି ଥରେ ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଗତକାଲି ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ବାଦ ଦେଇ ଟିମ୍‌ ଇଣ୍ଡିଆର କ୍ରିକେଟରମାନେ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଲେଣି। କିନ୍ତୁ ରୋହିତ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ଜଣାଯାଇଛି। ତେବେ ସେ ଖୁବ୍‌ ଶୀଘ୍ର ଆଗାମୀ ମ୍ୟାଚରେ ସାମିଲ ହେବେ ବୋଲି ଜଣାଯାଇଛି।

ରିତିକାଙ୍କ ପ୍ରେଗନେନ୍ସି ନେଇ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ମିଳି ନ ଥିବା ବେଳେ ଏନେଇ ଷ୍ଟାର କପଲ୍‌ ବି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ କୌଣସି ସୂଚନା ଦେଇ ନ ଥିଲେ। ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ନ ହେବାରୁ କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ତାଙ୍କ ଆଲୋଚନା କରିଥିଲେ। ମାତ୍ର ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ଏରାନ ପିଞ୍ଚ କିନ୍ତୁ ଗାଭାସ୍କରଙ୍କ ସହ ସହମତ ହୋଇ ନ ଥିଲେ।

Advertisment

ସେ କହିଥିଲେ, ଯଦି ରୋହିତ ଶର୍ମାଙ୍କୁ ଘରେ ରହିବାକୁ ପଡ଼ୁଛି, ଅର୍ଥାତ ଘରେ ତାଙ୍କ ଆବଶ୍ୟକତା ରହିଛି। କାରଣ ତାଙ୍କ ପତ୍ନୀଙ୍କର ପ୍ରସବ ସମୟ ପାଖେଇ ଆସିଲାଣି। ଏହାପରେ ରିତିକା ଏରାନ ପିଞ୍ଚଙ୍କ ଇନଷ୍ଟା ପୋଷ୍ଟକୁ ଟ୍ୟାଗ କରି ସାଲୁଟ ଇମୋଜି ପୋଷ୍ଟ କରିଥିଲେ। ଏହାପରେ ବି ରୋହିତ ଶର୍ମାଙ୍କ ଘରକୁ ଖୁସି ଖବର ଆସୁଥିବା ଖବର ପ୍ରଚାରିତ ହୋଇଥିଲା ଓ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

Indian Cricket Team Cricket Rohit Sharma