ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତକୁ ହାତରେ ଆଉ ଦୁଇ ଦିନ ବାକିଥିବା ବେଳେ ଏହା ପୂର୍ବରୁ ଭାରତୀୟ କ୍ରିକେଟକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ତାଙ୍କ ସ୍ଥାନରେ ଯୁବ କ୍ରିକେଟର୍ ପ୍ରିୟାଙ୍କ ପାଞ୍ଚାଲଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରୁ ରୋହିତଙ୍କ ସ୍ଥାନରେ ପ୍ରିୟାଙ୍କଙ୍କୁ ସାମିଲ୍ ନେଇ ବିସିସିଆଇ ସ୍ପଷ୍ଟ […]

rohit-sharma

Ranjit Kumar Jena
  • Published: Monday, 13 December 2021
  • , Updated: 13 December 2021, 07:37 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତକୁ ହାତରେ ଆଉ ଦୁଇ ଦିନ ବାକିଥିବା ବେଳେ ଏହା ପୂର୍ବରୁ ଭାରତୀୟ କ୍ରିକେଟକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ତାଙ୍କ ସ୍ଥାନରେ ଯୁବ କ୍ରିକେଟର୍ ପ୍ରିୟାଙ୍କ ପାଞ୍ଚାଲଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରୁ ରୋହିତଙ୍କ ସ୍ଥାନରେ ପ୍ରିୟାଙ୍କଙ୍କୁ ସାମିଲ୍ ନେଇ ବିସିସିଆଇ ସ୍ପଷ୍ଟ କରିଛି।

ଭାରତୀୟ ଟେଷ୍ଟ ଟିମର ନୂଆ ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିବା ରୋହିତଙ୍କ ବାଦ୍ ପଡ଼ିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ରୋହିତଙ୍କର ହାମଷ୍ଟ୍ରିଷ୍ଟ ଇଞ୍ଜୁରୀ ହୋଇଛି। ମୁମ୍ବାଇରେ ଟ୍ରେନିଂ ସେସନରେ ଭାଗ ନେଉଥିବା ବେଳେ ରୋହିତଙ୍କୁ ଏହି ଆଘାତ ଲାଗିଥିଲା। ତାଙ୍କୁ ଅତିକମରେ ତିନି ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିବାକୁ ପଡ଼ିପାରେ। ଏପର୍ଯ୍ୟନ୍ତ ରୋହିତଙ୍କ ଆଘାତ କେତେ ଗୁରୁତର ତାହା ଜଣାପଡ଼ିନାହିଁ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ ନାହିଁ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ। ରୋହିତଙ୍କ ସ୍ଥାନରେ ଭାରତୀୟ ଟିମର ଭାଇସ କ୍ୟାପଟେନ୍ କିଏ ହେବେ, ସେ ନେଇ ବିସିସିଆଇ ସୂଚନା ଦେଇନାହିଁ।

https://twitter.com/BCCI/status/1470388463539146758?s=20

ରୋହିତଙ୍କ ସ୍ଥାନରେ ସାମିଲ୍ ହୋଇଥିବା ପ୍ରିୟାଙ୍କ ପାଞ୍ଚାଲ୍ ଗୁଜରାଟର ଓପନିଂ ବ୍ୟାଟ୍ସମ୍ୟାନ୍। ସେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ପ୍ରିୟାଙ୍କ ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷରେ ତିନୋଟି ଇନିଂସରେ ୧୨୦ ରନ୍ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୯୬ ରନ୍ ଥିଲା। ସେ ୧୦୦ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୫.୫୨ ହାରରେ ୭୦୧୧ ରନ୍ କରିଛନ୍ତି। ସେ ୨୪ ଶତକ ଓ ୨୫ ଅର୍ଦ୍ଧଶତକ ମାରିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ସ୍କ୍ୱାଡ୍ ଘୋଷଣା ହେବା ସହ ରୋହିତଙ୍କୁ ଦିନିକିଆ କ୍ୟାପଟେନ ଭାବେ ଘୋଷଣା କରାଯାଇଥିଲା। ରୋହିତ୍ ଏବେ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ପୋଛି ନେଇଥିଲା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ତେବେ ଟି-୨୦ ସିରିଜ୍ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ପ୍ରିୟାଙ୍କ ପାଞ୍ଚାଲ, ଶ୍ରେୟସ ଆୟର୍, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଋଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ।

Related story