Advertisment

ନିଶ୍ଚିତ କଲା ବିସିସିଆଇ: ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟି-୨୦ ବିଶ୍ୱକପ ଖେଳିବ ଭାରତ

୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି-୨୦ ମ୍ୟାଚ୍‌ ଖେଳି ନଥିଲେ। କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ କମବ୍ୟାକ କରିଥିଲେ।

Rohit

Rohit

Advertisment

ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ। କେବଳ ଖେଳିବେ ନାହିଁ, ବରଂ ଭାରତର ନେତୃତ୍ୱ ମଧ୍ୟ ନେବେ। ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ଏହା ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି-୨୦ ବିଶ୍ୱକପ ଜିତିବ।

Advertisment

ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀ ଶାହ ଆଜି ନିରଞ୍ଜନ ଶାହ ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଏହି ଅବସରରେ ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।

ଜୟ ଶାହ କହିଛନ୍ତି, “ଆମେ ୨୦୨୩ ଦିନିକିଆ ବିଶ୍ୱକପ ହାରି ଯାଇଛୁ ସତ, କିନ୍ତୁ ଆମେ କ୍ରମାଗତ ୧୦ଟି ମ୍ୟାଚ୍‌ ଜିତି ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ। ମୁଁ ଏବେ ନିଶ୍ଚିତ ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟ୍ରଫି ବାରବଡୋସରେ ଉଠାଇବ।”

Advertisment

୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି-୨୦ ମ୍ୟାଚ୍‌ ଖେଳି ନଥିଲେ। କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ କମବ୍ୟାକ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ଫ୍ଲପ ମାରିଥିବା ରୋହିତ ଶେଷ ଟି-୨୦ରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ତଥାପି ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ କି ନାହିଁ, ତା’କୁ ନେଇ ସଂଶୟ ଲାଗି ରହିଥିଲା। ହେଲେ ଆଜି ଜୟ ଶାହ ନିଶ୍ଚିତ କରିଛନ୍ତି ଯେ ରୋହିତ ଶର୍ମା ହିଁ ଭାରତର କମାଣ ଟି-୨୦ ବିଶ୍ୱକପରେ ସମ୍ଭାଳିବେ।

ରୋହିତ କ୍ୟାପ୍ଟେନ୍ସି କରିବାକୁ ଯାଉଥିବାରୁ ବିରାଟ କୋହଲି ମଧ୍ୟ ଟି-୨୦ ବିଶ୍ୱକପ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁଇ ବରିଷ୍ଠ ଖେଳାଳି ବିଶ୍ୱକପ ଖେଳିବାକୁ ଇଚ୍ଛୁକ ଥିବା ଜାନୁଆରୀ ମାସରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା।

ଟି-୨୦ ବିଶ୍ୱକପ ଜୁନ ୧ରୁ ୨୯ ଯାଏ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଭାରତ ତା’ର ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଏହି ମ୍ୟାଚ୍‌ଟି ଜୁନ ୫ରେ ନ୍ୟୁୟର୍କରେ ଖେଳାଯିବ। ଜୁନ ୯ରେ ଦଳ ପାକିସ୍ତାନ ଓ ଜୁନ ୧୫ରେ କାନାଡାକୁ ଭେଟିବ।

Rohit Sharma T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe