Advertisment

ଏହି କାରଣ ପାଇଁ ଆମେ ପିଙ୍କ ବଲ ଟେଷ୍ଟରେ ହାରିଲୁ ବୋଲି କହିଲେ ରୋହିତ ଶର୍ମା

ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଖେଳୁ ନଥିଲେ। ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। ପିଙ୍କ ବଲ ଟେଷ୍ଟକୁ ରୋହିତ ଫେରିଥିଲେ ହେଁ ଭାରତ ପରାସ୍ତ ହୋଇଛି।

author-image
Hemant Lenka
Rohit

Rohit

ଆଡିଲେଡ ଓଭାଲରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ ବଲ ଟେଷ୍ଟରେ ଭାରତକୁ ଲଜ୍ଜାଜନକ ପରାଜୟ ବରଣ କରିବାକୁ ପଡ଼ିଛି। ଘରୋଇ ଅଷ୍ଟ୍ରେଲିଆ ୧୦ ୱିକେଟରେ ଭାରତକୁ ହରାଇ ଦେଇଛି। ପର୍ଥରେ ଭାରତ ଠାରୁ ୨୯୫ ରନରେ ହାରିଥିବା ଅଷ୍ଟ୍ରେଲିଆ ଆଡିଲେଡ ଓଭାଲରେ କମବ୍ୟାକ କରି ବର୍ଡର-ଗାଭାସ୍କର ଟ୍ରଫିକୁ ୧-୧ ସ୍ଥିତିକୁ ନେଇ ଆସିଛି।

Advertisment

ପରାଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ସେ ପରାଜୟରେ ମର୍ମାହତ ହୋଇଥିବା ବେଳେ ସାମ୍ବାଦିକ ସମ୍ମିଳନୀର ସାମ୍ନା କରିଛନ୍ତି। ଏଥିସହ ଦଳ କ’ଣ ପାଇଁ ମାତ୍ର ଅଢ଼େଇ ଦିନ ଭିତରେ ମ୍ୟାଚ୍‌ ହାରିଲା, ତା’ର କାରଣ ମଧ୍ୟ କହିଛନ୍ତି। ଦୁଇ ଦଳ ମଧ୍ୟରେ ବ୍ୟାଟିଂ ହିଁ ପାର୍ଥକ୍ୟ ସୃଷ୍ଟି କରିଥିବା ସେ ସ୍ୱୀକାର କରିଛନ୍ତି।

ରୋହିତ କହିଛନ୍ତି, “ଆମେ ଆଦୌ ଭଲ ବ୍ୟାଟିଂ କରିନାହୁଁ। ସେମାନେ ବଲ ବ୍ୟାଟିଂ କରିଥିଲେ। ଏହା ହିଁ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ରହିଥିଲା।  ଏହା ଆମ ପାଇଁ ଅତ୍ୟନ୍ତ ନିରାଶ କରିବା ଭଳି ସପ୍ତାହ। ଆମେ ମ୍ୟାଚ୍‌ ଜିତିବା ପାଇଁ ଆବଶ୍ୟକ ଖେଳ ଖେଳିନାହୁଁ। ଅଷ୍ଟ୍ରେଲିଆ ଆମ ଠାରୁ ବହୁତ ଭଲ ଖେଳିଛି।

Advertisment

ମ୍ୟାଚ୍‌ରେ ଏମିତି କିଛି ମୁହୂର୍ତ୍ତ ଆସିଥିଲା, ଯେଉଁଠାରେ ଆମକୁ କମବ୍ୟାକ ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ଆମେ ଏହି ସୁଯୋଗର ଫାଇଦା ଉଠାଇବାରେ ଫେଲ ମାରିଥିଲୁ। ସୁଯୋଗ ହାତ ଛଡ଼ା କରିବା ଆମକୁ ମ୍ୟାଚ୍‌ରେ ମହଙ୍ଗା ପଡ଼ିଛି।”

ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଖେଳୁ ନଥିଲେ। ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। ପିଙ୍କ ବଲ ଟେଷ୍ଟକୁ ରୋହିତ ଫେରିଥିଲେ ହେଁ ଭାରତ ପରାସ୍ତ ହୋଇଛି।

ଏ ସମ୍ପର୍କରେ ରୋହିତ କହିଛନ୍ତି, “ଆମେ ପର୍ଥରେ ଯାହା କରିଥିଲୁ, ତାହା ବେଶ ସ୍ପେଶାଲ ଥିଲା। ଆମେ ଆଡିଲେଡରେ ମଧ୍ୟ ସେହି ଆଶା ନେଇ ଆସିଥିଲୁ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ପ୍ରତିଟି ଟେଷ୍ଟ ମ୍ୟାଚରେ କିଛି ଅଲଗା ଚ୍ୟାଲେଞ୍ଜ ଥାଏ। ଆମେ ଜାଣିଥିଲୁ ଯେ ପିଙ୍କ ବଲରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବ। କିନ୍ତୁ ମୁଁ ପୁଣି କହିବାକୁ ଚାହୁଁଛି ଯେ ଅଷ୍ଟ୍ରେଲିଆ ପୂରା ମ୍ୟାଚରେ ଆମ ଠାରୁ ଭଲ ଥିଲା।”

Rohit Sharma Border-Gavaskar Trophy