Advertisment

ଭାଇରାଲ ପରେ ରୋହିତଙ୍କ ଭିଡିଓ ଡିଲିଟ କଲା କେକେଆର୍‌, କିନ୍ତୁ...

ଉକ୍ତ ଭିଡିଓକୁ କେକେଆର ତା’ର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲା। କିନ୍ତୁ ବିବାଦ ବଢ଼ିବାରୁ ପ୍ରାଞ୍ଚାଇଜ ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଛି।

Rohit

Rohit

Advertisment

ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କୋଲକାତା ନାଇଟ ରାଇଡର୍ସ ସହ ହେବ। ଏହାପୂର୍ବରୁ ସୋଶାଲ ମିଡିଆରେ ମୁମ୍ବାଇ ବ୍ୟାଟର ରୋହିତ ଶର୍ମାଙ୍କ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେକେଆରର ଆସିସଷ୍ଟାଣ୍ଟ କୋଚ୍‌ ଅଭିଷେକ ନାୟରଙ୍କ ସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହେଉଛନ୍ତି।

Advertisment

ଭିଡିଓର ବ୍ୟାକଗ୍ରାଉଣ୍ଡରେ ପ୍ରବଳ ଶବ୍ଦ ହେଉଛି ସତ କିନ୍ତୁ ରୋହିତ ଓ ନାୟରଙ୍କ ମଧ୍ୟରେ ଚାଲିଥିବା କିଛି କଥା ମଧ୍ୟ ଶୁଣା ଯାଉଛି। ଉକ୍ତ ଭିଡିଓକୁ କେକେଆର ତା’ର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲା। କିନ୍ତୁ ବିବାଦ ବଢ଼ିବାରୁ ପ୍ରାଞ୍ଚାଇଜ ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଛି।

ଭିଡିଓରେ ରୋହିତ ଓ ନାୟର ସବୁ କିଛି ବଦଳି ଯାଇଛି ସମ୍ପର୍କରେ କଥା ହେଉଛନ୍ତି। ସେହିପରି ଭିଡିଓ ଶେଷରେ ରୋହିତ କହୁଛନ୍ତି ଯେ ଏଇଟା ମୋର ଶେଷ। କେଉଁ ପ୍ରସଙ୍ଗରେ ରୋହିତ ଏପରି କଥା ନାୟରଙ୍କୁ କହୁଛନ୍ତି, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ଚର୍ଚ୍ଚା ହେଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ପଦ ବଦଳିବାକୁ ନେଇ ରୋହିତ ନିଜ ମନର କଥା ନାୟରଙ୍କୁ କହୁଛନ୍ତି।

Advertisment

ଦୂରରୁ ଶୁଟିଂ ହେଉଥିବା ଭିଡିଓରେ ରୋହିତ କହୁଛନ୍ତି ଯେ “ଗୋଟିଏ ଗୋଟିଏ କରି ସବୁ କିଛି ବଦଳିବାରେ ଲାଗିଛି। ସବୁ କିଛି ସେମାନଙ୍କ ଉପରେ। ଯାହା ବି ହେଉ, ସେଇଟା ମୋ ଘର ଭାଇ। ସେଇଟା ଏମିତି ଗୋଟିଏ ମନ୍ଦିର, ଯାହାକୁ ମୁଁ ତିଆରି କରିଛି।” ଭିଡିଓରେ ଶେଷ ଲାଇନରେ ରୋହିତ କହୁଛନ୍ତି, “ଭାଇ ମୋର କ’ଣ ଅଛି, ଏଇଟା ତ ମୋର ଶେଷ।”

ଏହି ଭିଡିଓକୁ ଅନେକ ଲୋକ ଶେୟାର କରିବାରେ ଲାଗିଛନ୍ତି। କିଛି ଜଣ ରୋହିତ ଶର୍ମା ମୁମ୍ବାଇ ଉପରେ ଖପ୍ପା ଥିବା କହୁଥିବା ବେଳେ ଆଉ କିଛି ଏହା ତାଙ୍କର ଶେଷ ଆଇପିଏଲ ବୋଲି କହୁଛନ୍ତି। ଆଉ କିଛି ଫ୍ୟାନ୍ସ ଭିଡିଓ ଶେୟାର କରି ପାଣ୍ଡ୍ୟାଙ୍କ ନିଯୁକ୍ତି ଯୋଗୁ ରୋହିତ ଏପରି କହିଥିବା ମତ ରଖିଛନ୍ତି। ଭିଡିଓ ଭାଇରାଲ ହେବାରୁ କେକେଆର ପକ୍ଷରୁ ଏହାକୁ ଡିଲିଟ କରି ଦିଆଯାଇଛି।

କିଛି ଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସି ଶୈଳୀକୁ ନେଇ ଦଳର ବରିଷ୍ଠ ଖେଳାଳିମାନେ ଖୁସି ନାହାନ୍ତି।

IPL Rohit Sharma IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe