Advertisment

ମୁମ୍ବାଇ ଇଣ୍ଡିଆନ୍ସର କୋଚ୍‌ ବାଉଚରଙ୍କ କଥା ରୋହିତଙ୍କ ପତ୍ନୀଙ୍କୁ ବାଧିଲା

ଆଇପିଏଲର ୨୦୨୩ ସଂସ୍କରଣରେ ରୋହିତ ୧୬ଟି ମ୍ୟାଚ୍‌ରେ କେବଳ ୩୩୨ ରନ କରିଥିଲେ। ସେହିପରି ୨୦୨୨ରେ ତାଙ୍କ ବ୍ୟାଟରୁ କେବଳ ୨୬୮ ରନ ବାହାରିଥିଲା।

author-image
Hemant Lenka
MI

MI

ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ପଦରୁ ରୋହିତ ଶର୍ମାଙ୍କୁ ବିଦା କରାଯିବା ଘଟଣାକୁ ଠିକ ବୋଲି ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର କହିଛନ୍ତି। ଏଥିସହ କାହିଁକି ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କମାଣ ମିଳିଲା, ତା’ ଉପରେ ମଧ୍ୟ ବାଉଚର ମତ ରଖିଛନ୍ତି।

Advertisment

ତେବେ ବାଉଚର ଦେଇଥିବା ବୟାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେ। ସେ ଖୋଲା ଖୋଲି ଭାବେ ବାଉଚରଙ୍କ ବୟାନକୁ ବିରୋଧ କରିଛନ୍ତି। ଏଥିସହ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।

୨୦୨୪ ଆଇପିଏଲ ପାଇଁ ମୁମ୍ବାଇର ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଛି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ମୁମ୍ବାଇ ୫ଥର ଆଇପିଏଲ ଜିତିଥିଲେ ମଧ୍ୟ ତାଙ୍କୁ ପଦରୁ ହଟାଯିବା ଘଟଣାକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରି ନଥିଲେ। ତେବେ ରୋହିତ ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି।

Advertisment

ଏବେ କିନ୍ତୁ ଏ ସମ୍ପର୍କରେ ବାଉଚର ଦେଇଥିବା ବୟାନକୁ ରୋହିତଙ୍କ ପତ୍ନୀ ରିତିକା ବିରୋଧ କରିଛନ୍ତି। ବାଉଚର ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିବା ଗୋଟିଏ କ୍ରିକେଟିଂ ନିଷ୍ପତ୍ତି। ଲୋକମାନେ ଏହାକୁ ନେଇ ଏତେ ଭାବପ୍ରବଣ ହେବା କଥା ନୁହେଁ। ମୁମ୍ବାଇ ଇଣ୍ଡିଆନ୍ସର ଟ୍ରାଞ୍ଜିସନ ଫେଜ୍‌ର ଅଂଶ ବିଶେଷ ଭାବେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରାଯାଇଥିବା ବାଉଚର କହିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାର୍କ ବାଉଚର କହିଥିଲେ ଯେ ରୋହିତ ଶର୍ମା ବିଗତ କିଛି ସିଜିନ ହେଲା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବ୍ୟାଟରେ କିଛି କମାଲ କରିପାରି ନାହାନ୍ତି। ତାଙ୍କୁ କ୍ୟାପ୍ଟେନ ପଦରୁ ହଟାଯାଇଥିବାରୁ ଏହା ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଫୋକସ କରିବାରେ ସହାୟକ ହେବ। 

POSTରିତିକା କରିଥିବା ପୋଷ୍ଟ

ତାଙ୍କର ଏହି ଭିଡିଓକୁ Smash Sports ପକ୍ଷରୁ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି। ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ରିତିକା କହିଛନ୍ତି ଯେ “ଏଥିରେ ଅନେକ କିଛି ଭୁଲ ରହିଛି।” ବାସ ଏହାକୁ ନେଇ ସୋଶାଲ ମିଡିଆରେ ରିତିକା ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ବୟାନ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି।

ଆଇପିଏଲର ୨୦୨୩ ସଂସ୍କରଣରେ ରୋହିତ ୧୬ଟି ମ୍ୟାଚ୍‌ରେ କେବଳ ୩୩୨ ରନ କରିଥିଲେ। ସେହିପରି ୨୦୨୨ରେ ତାଙ୍କ ବ୍ୟାଟରୁ କେବଳ ୨୬୮ ରନ ବାହାରିଥିଲା। କ୍ରମାଗତ ବିଫଳତା ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଲିଗ ପର୍ଯ୍ୟାୟରୁ ବିଦା ହୋଇଥିଲା। ସମ୍ଭବତଃ ଏହି କାରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ ପଦରୁ ବିଦା କରିଥିବା କୁହାଯାଉଛି।

୨୦୧୩ରେ ରୋହିତ ଶର୍ମା ମୁମ୍ବାଇର କମାଣ ରିକି ପଣ୍ଟିଂଙ୍କ ଠାରୁ ନେଇଥିଲେ। ୨୦୧୩,୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ରୋହିତଙ୍କ କ୍ୟାପ୍ଟେନ୍ସିରେ ଆଇପିଏଲ ଟ୍ରଫି ଜିତିଥିଲା। ରୋହିତ ମଧ୍ୟ ବ୍ୟାଟରେ ନିଜର ଜଲୱା ଦେଖାଇଥିଲେ।

୨୦୧୫ରେ ହାର୍ଦ୍ଦିକ ମୁମ୍ବାଇ ପାଇଁ ଡେବ୍ୟୁ କରିଥିଲେ। ସେ ୬ଟି ସଂସ୍କରଣ ମୁମ୍ବାଇ ସହ ରହିବା ପରେ ୨୦୨୨ରେ ସେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ। ୨୦୨୨ରେ ଗୁଜରାଟ ଚାମ୍ପିୟନ ହୋଇଥିଲା। ୨୦୨୩ରେ ଗୁଜରାଟକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ତେଣୁ ମୁମ୍ବାଇ ୨୦୨୪ ଆଇପିଏଲ ପୂର୍ବରୁ ରେକର୍ଡ ଟଙ୍କା ଦେଇ ଟ୍ରେଡ ନିୟମ ବଳରେ ପାଣ୍ଡ୍ୟାଙ୍କୁ ଗୁଜରାଟରୁ ଆଣିଛି। ସେ ଆସିବା ପରେ ତାଙ୍କୁ ମୁମ୍ବାଇର କ୍ୟାପ୍ଟେନ୍ସି ପଦ ମିଳିଛି। ବାଉଚର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ପାଣ୍ଡ୍ୟାଙ୍କ ଉପରେ ସେ ଭରସା ଦେଖାଇଛନ୍ତି।

Hardik Pandya Rohit Sharma Mumbai Indians