Advertisment

ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ: ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଲେ ରୋହିତ ଶର୍ମା

ଶୁବମନ ଗିଲ୍‌ କାଲିର ମ୍ୟାଚ୍‌ ଖେଳିବେ ନାହିଁ। ସେହିପରି ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ସମେତ ହାର୍ଦ୍ଦିକ ପଣ୍ଡ୍ୟା କୌଣସି ବ୍ୟକ୍ତିଗତ କାରଣ ପାଇଁ କ୍ୟାମ୍ପ ଛାଡ଼ି ଘରକୁ ଯାଇଛନ୍ତି।

ଅଦ୍ୟତନ ହୋଇଛି
Rohit Sharma

Rohit Sharma

Advertisment

ଆସନ୍ତକାଲି ରାଜକୋଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଭାରତ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଟ୍ରଫି କବଜା କରି ସାରିଛି।

Advertisment

ସେହିପରି ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଦଳକୁ କମବ୍ୟାକ କରିଛନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ମଧ୍ୟ ଦଳକୁ ଫେରିଛନ୍ତି। ବିଶ୍ୱକପ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ।

କିନ୍ତୁ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆସନ୍ତାକାଲି ମ୍ୟାଚ୍‌ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ।

Advertisment

ରୋହିତଙ୍କ କହିବା ଅନୁଯାୟୀ, ଭାରତୀୟ କ୍ୟାମ୍ପକୁ ଏବେ ଭାଇରାଲ ଜ୍ୱର ଆଟାକ କରିଛି। ଏଥିପାଇଁ ଶୁବମନ ଗିଲ୍‌ କାଲିର ମ୍ୟାଚ୍‌ ଖେଳିବେ ନାହିଁ। ସେହିପରି ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ସମେତ ହାର୍ଦ୍ଦିକ ପଣ୍ଡ୍ୟା କୌଣସି ବ୍ୟକ୍ତିଗତ କାରଣ ପାଇଁ କ୍ୟାମ୍ପ ଛାଡ଼ି ଘରକୁ ଯାଇଛନ୍ତି। ତେଣୁ ଏବେ ସିଲେକସନ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ରହିବେ ବୋଲି ରୋହିତ ସୂଚନା ଦେଇଛନ୍ତି।

ସିରିଜ ଦୃଷ୍ଟିକୋଣରୁ ଆସନ୍ତାକାଲିର ମ୍ୟାଚ୍‌ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ କବଜା କରି ସାରିଛି।

ରୋହିତ ଶର୍ମା କହିଛନ୍ତି, “ଆମର କିଛି ଖେଳାଳି ଅସୁସ୍ଥ ଅଛନ୍ତି। କିଛି ଖେଳାଳିଙ୍କ ବ୍ୟକ୍ତିଗତ ସମସ୍ୟା ରହିଛି। ତେଣୁ ସେମାନେ ଘରକୁ ଯାଇଛନ୍ତି। କିଛି ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ। ଏବେ ଆମ ପାଖରେ ସିଲେକସନ ପାଇଁ ୧୩ ଜଣ ଖେଳାଳି ରହିଛନ୍ତି।

ଗିଲ ଅସୁସ୍ଥ ଥିବାରୁ ବିଶ୍ରାମ ନେବେ। ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଘରକୁ ଫେରିଛନ୍ତି। ସେହିପରି ଅକ୍ଷର ପଟେଲ ମଧ୍ୟ ଫିଟ ହୋଇ ନାହାନ୍ତି। ଟିମ ଭିତରେ ଏବେ ଭାଇରାଲ ଜନିତ ଅସୁସ୍ଥା ରହିଛି। ତେଣୁ ଟିମକୁ ନେଇ ସାମାନ୍ୟ ଚିନ୍ତା ରହିଛି। ଆମ ପାଇଁ ଆଗାମୀ କିଛି ସପ୍ତାହ ଗୁରୁତ୍ୱ ପୂର୍ଣ୍ଣ। ଘରକୁ ଯାଇଥିବାରୁ ବିଶ୍ୱକପ ପାଇଁ ସେମାନେ ଫ୍ରେସ ମୁଡରେ ଆସିବେ। ଏହା ଏକ ଭଲ ଖବର।”

India Vs Australia Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe