Advertisment

ମହମ୍ମଦ ଶାମିଙ୍କୁ ଅଷ୍ଟ୍ରେଲିଆ ନେବାକୁ ଚାହୁଁ ନାହାନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ

ଶାମି ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ମଧ୍ୟ ନଜର ଆସିବେ ନାହିଁ।

shami

shami

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବଡ଼ ବୟାନ ଦେଇଛନ୍ତି। ଆସନ୍ତାକାଲି ବେଙ୍ଗାଲୁରୁରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଆଜି ରୋହିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ତାଙ୍କୁ ଦିନିକିଆ ବିଶ୍ୱକପ ଠାରୁ ଆହତ ସମସ୍ୟା ଦେଇ ଗତି କରୁଥିବା ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସମ୍ପର୍କରେ ପ୍ରଶ୍ନ କରାଯାଇଛି।

Advertisment

ଏହାର ଉତ୍ତରରେ ସେ ନିଶ୍ଚିତ କରିଛନ୍ତି ଯେ ଶାମି ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ମଧ୍ୟ ନଜର ଆସିବେ ନାହିଁ। ୨୦୨୩ ବିଶ୍ୱକପ ପରଠାରୁ ଟିମରୁ ବାହାରେ ରହିଥିବା ଶାମି ବାରମ୍ବାର କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରିନାହିଁ। ଏବେ ରୋହିତ ତାଙ୍କୁ ଅଷ୍ଟ୍ରେଲିଆ ଟୁରରେ ନେବାକୁ ଚାହୁଁ ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

ଯଦି ବି ସେ ଅଷ୍ଟ୍ରଲିଆ ବିପକ୍ଷ ଟେଷ୍ଟ ସିରିଜ ବେଳକୁ ଫିଟ ହୋଇ ସାରିଥିବେ, ତଥାପି ରୋହିତ ତାଙ୍କୁ ସ୍କ୍ୱାଡରେ ନେବାକୁ ଅରାଜି ହୋଇଛନ୍ତି। ଏହା ପଛର କାରଣ ହେଲା ଶାମି ଏବେ ଅଣ୍ଡରକୁକଡ ବା ମ୍ୟାଚ୍‌ ଖେଳିବାକୁ ପୂରା ପ୍ରସ୍ତୁତ ହୋଇ ନାହାନ୍ତି। କାରଣ ସେ ୨୦୨୩ ଡିସେମ୍ବରରୁ ହିଁ କୌଣସି କ୍ରିକେଟ ମ୍ୟାଚ୍‌ ଖେଳିନାହାନ୍ତି। ତେଣୁ ତାଙ୍କୁ ରୋହିତ ଅଣ୍ଡକୁକଡ୍‌ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, “ଅଷ୍ଟ୍ରେଲିଆ ସିରିଜ ପାଇଁ ତାଙ୍କ ଉପରେ ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର। ତାଙ୍କର ଆହତ ସମସ୍ୟା ରହିଥିଲା ଓ ଆଣ୍ଠୁ ମଧ୍ୟ ଫୁଲିବା ଭଳି ସମସ୍ୟା ଦେଖାଯାଇଥିଲା। ଏହା ତାଙ୍କୁ ସମାନ୍ୟ ପଛକୁ ନେଇ ଯାଇଛି ଓ ତାଙ୍କୁ ପୁଣି ସବୁ କିଛି ଆରମ୍ଭ କରିବାକୁ ପଡ଼ିଛି। ଏବେ ସେ ଏନସିଏର ଡାକ୍ତର ଓ ଫିଜୋଓଙ୍କ ତତ୍ତ୍ୱାବଧାନରେ ରହିଛନ୍ତି।

ଆମେ ଅଣ୍ଡରକୁକଡ ଶାମିଙ୍କୁ ଅଷ୍ଟ୍ରେଲିଆ ନେବାକୁ ଚାହୁଁନାହୁଁ। ଆମେ ଆମର ଅଙ୍ଗୁଳିକୁ କ୍ରସ କରି ରଖିଛୁ। ଅର୍ଥାତ କିଛି ବି ହୋଇପାରେ। ସେ ଫିଟ ହେବା ପ୍ରକ୍ରିୟାରେ ରହିଥିଲେ। ସେ ପ୍ରାୟ ୧୦୦% ଫିଟ ହୋଇଯାଇଥିଲେ। ହେଲେ ତାଙ୍କ ଆଣ୍ଠୁରେ ପୁଣି ଫୁଲା ଦେଖାଯାଇଥିଲା। ଏହା ତାଙ୍କୁ ଫିଟ ହେବାରେ ପୁଣି ପଛକୁ ନେଇ ଯାଇଛି। ତେଣୁ ତାଙ୍କୁ ପୁଣି ସବୁକିଛି ଆରମ୍ଭ କରିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଏନସିଏରେ ରହିଛନ୍ତି। ସେ ଫିଜିଓ ଓ ଡାକ୍ତରଙ୍କ ସହ ନିଜ ଫିଟନେଶ ଉପରେ କାମ କରୁଛନ୍ତି।”

ରୋହିତ ଆହୁରି କହିଛନ୍ତି ଯେ “ଜାତୀୟ ଟିମକୁ ଆସିବା ପୂର୍ବରୁ ଶାମିକୁ ପୁଣି ପୂର୍ଣ୍ଣମାତ୍ରାରେ ଫିଟ ହେବାକୁ ପଡ଼ିବ ବୋଲି ଟିମ ମ୍ୟାନେଜମେଣ୍ଟ ଚାହୁଁଛି। ଆମେ ତାଙ୍କୁ ୧୦୦% ଫିଟ ଦେଖିବାକୁ ଚାହୁଁଛୁ। ଆମେ ଗୋଟିଏ ଅଣ୍ଡରକୁକଡ ଶାମିଙ୍କୁ ଅଷ୍ଟ୍ରେଲିଆ ନେବା ପାଇଁ ଚାହୁଁନାହୁଁ। ଏହା ଆମ ପାଇଁ ଠିକ ନିଷ୍ପତ୍ତି ହେବ ନାହିଁ।

ଜଣେ ଦ୍ରୁତ ବୋଲରଙ୍କ ପାଇଁ ଅନେକ ସମୟ ଧରି କ୍ରିକେଟରୁ ଦୂରେଇ ରହିବା ଗୋଟିଏ ଗମ୍ଭୀର ବିଷୟ। ଏପରି ସ୍ଥିତିରେ ହଠାତ୍‌ ଆସିବା ଓ ଶତ ପ୍ରତିଶତ ଦେବା ସମ୍ଭବ ନୁହେଁ। ଆମେ ତାଙ୍କୁ ୧୦୦% ଫିଟ ହେବାକୁ ପୂରା ସମୟ ଦେବାକୁ ଚାହୁଁଛୁ।

ଫିଜିଓ, ଟ୍ରେନର୍ସ ଓ ଡାକ୍ତରମାନେ ତାଙ୍କ ପାଇଁ ପୂରା ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପୂର୍ବରୁ କିଛି ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିବାର ସମ୍ଭାବନା ରହିଛି।”

ଜାତୀୟ କ୍ରିକେଟ ଏକାଡେମୀର କର୍ମଚାରୀମାନେ ନିୟମିତ ଭାବେ ଶାମିଙ୍କ ସହ କାମ କରୁଛନ୍ତି। ନିଜ ଫିଟନେଶର ପ୍ରମାଣ ଦେବା ପାଇଁ ଶାମିଙ୍କୁ କିଛି ମ୍ୟାଚ୍‌ ମଧ୍ୟ ଖେଳିବାକୁ ପଡ଼ିବ।

Rohit Sharma Mohammed Shami Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe