Advertisment

ପ୍ରଥମ ଟେଷ୍ଟ ବେଳେ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ରୋହିତ ଶର୍ମା!

ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ପର୍ଥରେ ପହଞ୍ଚିବା ସହ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

author-image
Hemant Lenka
Rohit

Rohit

ଆସନ୍ତାକାଲି ଠାରୁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥରେ ଆରମ୍ଭ ହେଉଛି। ଦ୍ୱିତୀୟ ଥର ପାଇଁ ବାପା ହୋଇଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ବଦଳରେ ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିବେ।

Advertisment

ପ୍ରଥମ ଟେଷ୍ଟରୁ ରୋହିତ ବାଦ ପଡ଼ିଥିଲେ ହେଁ ଖୁବଶୀଘ୍ର ସେ ଭାରତୀୟ ସ୍କ୍ୱାଡରେ ଯୋଗଦେବେ। ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ପର୍ଥରେ ପହଞ୍ଚିବା ସହ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

କ୍ରିକବଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ନିକଟରେ ବାପା ହୋଇଥିବା ରୋହିତ ଖୁବଶୀଘ୍ର ଅଷ୍ଟ୍ରେଲିଆକୁ ଉଡ଼ାଣ ଭରିବେ। ସେ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପର୍ଥରେ ପହଞ୍ଚି ଭାରତୀୟ ସ୍କ୍ୱାଡରେ ସାମିଲ ହେବେ। ସେ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିଲେ ହେଁ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଦିବାରାତ୍ର ଟେଷ୍ଟରେ ଦଳର କମାଣ ସମ୍ଭାଳିବେ। ତାଙ୍କ ଅନୁପସ୍ଥିତରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପ୍ରଥମ ଟେଷ୍ଟରେ କ୍ୟାପ୍ଟେନ୍ସି କରିବେ।

Advertisment

ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟରେ ଭାରତର କମାଣ ସମ୍ଭାଳିବାକୁ ଯାଉଥିବା ବୁମ୍ରା ନୂଆ ଶୈଳୀରେ କ୍ୟାପ୍ଟେନ୍ସି କରିବେ ବୋଲି ସୂଚନା ଦେଇଛନ୍ତି।

ଭାରତ ନିକଟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ ଟେଷ୍ଟ ସିରିଜ ମୂଳପୋଛ ହୋଇଥିଲା। ଏହାକୁ ଭୁଲି ଦଳ ପୂରା ଆତ୍ମବିଶ୍ୱାସର ସହ ପର୍ଥ ଟେଷ୍ଟକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Rohit Sharma Border-Gavaskar Trophy Test Cricket Test Match