Advertisment

କ୍ୟାପଟେନ୍ ବିବାଦକୁ ନେଇ ବଡ଼ ବୟାନ ଦେଲେ ରୋହିତ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଦିନିକିଆ ଓ ଟି-୨୦ ନେତୃତ୍ୱରେ ପରିବର୍ତ୍ତନ ହୋଇଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ପରେ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ତେବେ ଏସବୁ ବିବାଦ ଭିତରେ ନୂଆ କ୍ୟାପଟେନ୍ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। […]

କ୍ୟାପଟେନ୍ ବିବାଦକୁ ନେଇ ବଡ଼ ବୟାନ ଦେଲେ ରୋହିତ୍, ଦେଖନ୍ତୁ ଭିଡିଓ

rohit-sharma

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଦିନିକିଆ ଓ ଟି-୨୦ ନେତୃତ୍ୱରେ ପରିବର୍ତ୍ତନ ହୋଇଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ପରେ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ତେବେ ଏସବୁ ବିବାଦ ଭିତରେ ନୂଆ କ୍ୟାପଟେନ୍ ରୋହିତ ଶର୍ମା ମୁହଁ ଖୋଲିଛନ୍ତି।

Advertisment

ରୋହିତ୍ ବିସିସିଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି, ଯାହା ଭିଡିଓ ଶେଆର୍ କରାଯାଇଛି। ରୋହିତ୍ ଇସାରାରେ କହିଛନ୍ତି ଯେ ଲୋକେ ବହୁତ କଥା କହିବେ, କିନ୍ତୁ ମୋ ପାଇଁ ସେସବୁ ଫରକ ପଡ଼େନାହିଁ। ରୋହିତ୍ କହିଛନ୍ତି, ଯେତେବେଳେ ଆପଣ ଭାରତ ପକ୍ଷରୁ କ୍ରିକେଟ୍ ଖେଳନ୍ତି, ଆପଣଙ୍କ ଉପରେ ସର୍ବଦା ଚାପ ରହିଥାଏ। ଆଉ ଯେତେବେଳେ ଆପଣ ଖେଳନ୍ତି, ସବୁବେଳେ ଲୋକେ କିଛି ନା କିଛି କହିବେ। କେହି ସକାରାତ୍ମକ କଥା କହିବେ ତ କେହି ନକରାତ୍ମକ କଥା କହିବେ। କିନ୍ତୁ ମୋ ପାଇଁ ଜଣେ କ୍ୟାପଟେନ୍ ନୁହେଁ ବରଂ ଜଣେ କ୍ରିକେଟର୍ ଭାବେ ନିଜ କାମ ଉପରେ ଫୋକସ୍ କରିବା ନିହାତି ଜରୁରୀ। ଲୋକେ କ’ଣ କହୁଛନ୍ତି, ତାକୁ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ।

ରୋହିତ୍ କହିଛନ୍ତି, ଟିମର ପ୍ରତିଟି ସଦସ୍ୟ ଜାଣିବା ଦରକାର ଯେ ଯେତେବେଳେ ଆମେ ହାଇ-ପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳୁ, ବହୁତ କିଛି ଆଲୋଚନା ହୋଇଥାଏ। କିନ୍ତୁ ଆମ ହାତରେ ଯାହା ଅଛି, ଆମକୁ ତା’ ଉପରେ ଫୋକସ୍ କରିବା ଦରକାର। ଫିଲ୍ଡ ଭିତରେ ଶତପ୍ରତିଶତ ପ୍ରଦର୍ଶନ କରି ମ୍ୟାଚ୍ କିପରି ଜିତିବୁ, ତା’ ଉପରେ ଧ୍ୟାନ ଦେବା ଦରକାର। ବାହାରେ କ’ଣ ଘଟୁଛି, ତାହା ଆମର କୌଣସି କାମରେ ଆସିବ ନାହିଁ। ଆମେ ପରସ୍ପର ବିଷୟରେ କ’ଣ ଭାବୁ, ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଖେଳାଳିଙ୍କ ମଧ୍ୟରେ ମଜଭୁତ୍ ସମ୍ପର୍କ ଗଠନ କରିବା ଦରକାର, ଯାହାଦ୍ୱାରା ଆମେ ଆମର ଲକ୍ଷ୍ୟ ହାସଲ କରିପାରିବୁ। ରାହୁଲ୍ ଦ୍ରାବିଡ୍ ଏହା ଉପରେ ଆମର ସହାୟତା କରୁଛନ୍ତି ବୋଲି ରୋହିତ୍ କହିଛନ୍ତି।

Advertisment

https://twitter.com/BCCI/status/1470009891620225027?s=20

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ପୂର୍ଣ୍ଣକାଳୀନ କ୍ୟାପଟେନ୍ ଭାବେ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ରୋହିତ୍ ଏପର୍ଯ୍ୟନ୍ତ ୧୦ ଦିନିକିଆ ମୁକାବିଲାରେ ଭାରତର ନେତୃତ୍ୱ ନେଇସାରିନ୍ତି। ଏଥିରୁ ଭାରତ ୮ଟିରେ ବିଜୟୀ ହୋଇଥିବାରେ ଦୁଇଟିରେ ପରାସ୍ତ ହୋଇଛି। ରୋହିତଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe