Advertisment

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଖେଳିବେ ରୋହିତ, ଟି-୨୦ରେ ସୂର୍ଯ୍ୟ କୁମାରଙ୍କୁ ମିଳିବ ନେତୃତ୍ୱ!

ପୂର୍ବରୁ କୁହାଯାଉଥିଲା ଯେ ରୋହିତ, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ଋଷଭ ପନ୍ତ ଦିନିକିଆ ସିରିଜରେ ବିଶ୍ରାମ ନେବେ। ତେଣୁ କେଏଲ ରାହୁଲ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତର କ୍ୟାପ୍ଟେନ୍ସି ସମ୍ଭାଳିବେ।

Rohit

Rohit

Advertisment

ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ଖେଳିବେ ରୋହିତ ଶର୍ମା। ଦିନିକିଆରେ ସେ ଭାରତର କମାଣ ମଧ୍ୟ ସମ୍ଭାଳିବେ ବୋଲି ହିନ୍ଦୁସ୍ତାନ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

ପୂର୍ବରୁ କୁହାଯାଉଥିଲା ଯେ ରୋହିତ, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ଋଷଭ ପନ୍ତ ଦିନିକିଆ ସିରିଜରେ ବିଶ୍ରାମ ନେବେ। ତେଣୁ କେଏଲ ରାହୁଲ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତର କ୍ୟାପ୍ଟେନ୍ସି ସମ୍ଭାଳିବେ। କିନ୍ତୁ ଏବେ ଖବର ମିଳିଛି ଯେ ରୋହିତ ଆକ୍ସନକୁ ଫେରିବେ।

ତେବେ ବିରାଟ ଓ ବୁମ୍ରାଙ୍କୁ ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ବିଶ୍ରାମ ଦେବ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତ କେବଳ ୬ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହି କାରଣ ପାଇଁ ରୋହିତ ଶ୍ରୀଲଙ୍କା ସିରିଜରେ ନଜର ଆସିବେ। ସେହିପରି ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମଥର ଭାରତ କୌଣସି ସିରିଜ ମଧ୍ୟ ଖେଳିବାକୁ ଯାଉଛି।

Advertisment

ଅନ୍ୟପକ୍ଷରେ ଟି-୨୦ରେ କିଏ ଭାରତର କମାଣ ସମ୍ଭାଳିବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଏହି ଦୌଡ଼ରେ ରହିଛନ୍ତି।

ଟିମ ମ୍ୟାନେଜମେଣ୍ଟ ସୂର୍ଯ୍ୟ କୁମାର ଯାଦବଙ୍କୁ କ୍ୟାପ୍ଟେନ କରିବା ମୁଡରେ ରହିଛି। ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ସମସ୍ୟା ଥିବାରୁ ସେ ଦୀର୍ଘକାଳୀନ ସମୟ ପାଇଁ କ୍ୟାପ୍ଟେନ ହୋଇ ନ ପାରନ୍ତି। ତେଣୁ ୨୦୨୬ ଟି-୨୦ ବିଶ୍ୱକପୁ ଦୃଷ୍ଟିରେ ରଖି ସୂର୍ଯ୍ୟ କୁମାରଙ୍କୁ ଟି-୨୦ ସ୍ଥାୟୀ କ୍ୟାପ୍ଟେନ କରାଯାଇ ପାରେ।

Rohit Sharma Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe