Advertisment

ନିଶ୍ଚିତ କଲେ ଜୟ ଶାହ: ଚାମ୍ପିୟନ୍ସ ଟ୍ରଫି ଓ WTCରେ ଭାରତର ନେତୃତ୍ୱ ନେବେ ରୋହିତ ଶର୍ମା

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ଭାରତ ରୋହିତଙ୍କ କ୍ୟାପ୍ଟେନ୍ସିରେ ଜିତିଥିଲା। ବିଶ୍ୱକପ ଜିତିବା ପରେ ରୋହିତ ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିଥିଲେ।

author-image
Hemant Lenka
Rohit

Rohit

ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ସମସ୍ତ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମର କମାଣ ରୋହିତ ଶର୍ମା ହିଁ ସମ୍ଭାଳିବେ ବୋଲି ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ନିଶ୍ଚିତ କରିଛି। ଏଥିସହ ଟି-୨୦ ବିଶ୍ୱକପ ଭଳି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଓ WTC ଫାଇନାଲ ଖେଳିବ ଓ ଟ୍ରଫି ଜିତିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ଭାରତ ରୋହିତଙ୍କ କ୍ୟାପ୍ଟେନ୍ସିରେ ଜିତିଥିଲା। ବିଶ୍ୱକପ ଜିତିବା ପରେ ରୋହିତ ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିଥିଲେ। କିନ୍ତୁ ସେ ଭାରତ ପାଇଁ ଟେଷ୍ଟ ଓ ଦିନିକିଆ ଖେଳିବେ ବୋଲି ସ୍ପଷ୍ଟ କରିଥିଲେ। ସେ କେବଳ ଖେଳିବେ ନାହିଁ ବରଂ ଭାରତର ନେତୃତ୍ୱ ମଧ୍ୟ ନେବେ ବୋଲି ଶାହ ସ୍ପଷ୍ଟ କରିଛନ୍ତି।

ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଶାହ କହିଛନ୍ତି, “ମୁଁ ନିଶ୍ଚିତ ଯେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଆମେ WTC ଫାଇନାଲ ଓ ଚାମ୍ପିୟନ୍ସ ଟ୍ରଫି ଜିତିବୁ। ଐତିହାସିକ ବିଜୟ ପାଇଁ ମୁଁ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି। ଏହି ବିଜୟକୁ ମୁଁ ରୋହିତ ଶର୍ମା, ବିରାଟ କୋହଲି, ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ରବୀନ୍ଦ୍ର ଜାଡେଜାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି।

Advertisment

ଗଲା ଗୋଟିଏ ବର୍ଷ ମଧ୍ୟରେ ଏହା ଆମର ତୃତୀୟ ଫାଇନାଲ। ଆମେ ୨୦୨୩ ଜୁନରେ ଆମେ ଅଷ୍ଟ୍ରେଲିଆ ଠାରୁ ହାରିଥିଲୁ। ୨୦୨୩ ନଭେମ୍ବରରେ ଆମେ ୧୦ଟି ବିଜୟ ହାସଲ କରି ଲୋକଙ୍କ ହୃଦୟ ଜିତିଥିଲୁ। କିନ୍ତୁ ଆମେ ବିଶ୍ୱକପ ଜିତି ପାରି ନଥିଲୁ।

ଚଳିତ ବର୍ଷ ଫେବୃଆରୀ ୧୪ରେ ମୁଁ ରାଜକୋଟରେ କହିଥିଲି ଯେ ୨୦୨୪ ଜୁନ ମାସରେ ଆମେ ଲୋକ ହୃଦୟ ସହ ଟି-୨୦ ବିଶ୍ୱକପ ଜିତିବୁ। ବାର୍ବଡସରେ ତ୍ରିରଙ୍ଗା ପୋତିବୁ। ଆମ ଅଧିନାୟକ ତାହା କରି ଦେଖାଇଛନ୍ତି। ଫାଇନାଲ ବିଜୟରେ ଶେଷ ୫ ଓଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏଥିପାଇଁ ମୁଁ ସୂର୍ଯ୍ୟ କୁମାର ଯାଦବ(ଡାଭିଡ ମିଲରଙ୍କ ଚମତ୍କାର କ୍ୟାଚ ଧରିଥିଲେ), ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ବର୍ତ୍ତମାନ ଆମର ପରବର୍ତ୍ତୀ ଟାର୍ଗେଟ ହେଉଛି WTC ଫାଇନାଲ ଓ ଚାମ୍ପିୟନ୍ସ ଟ୍ରଫି ଜିତିବା।”

Rohit Sharma Jay Shah