Advertisment

ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ରୋହିତ ଶର୍ମା

ରୋହିତ ଶର୍ମା ୨୫୬ଟି ଦିନିକିଆ ମ୍ୟାଚ୍ ଖେଳି ସାରିଲେଣି। ସେଥିରୁ ୨୪୮ଟି ଇନିଂସରେ ସେ ବ୍ୟାଟିଂ କରି ୧୦,୪୨୩ ରନ୍ ସଂଗ୍ରହ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rohit Sharma

Rohit Sharma

ବିଶ୍ୱକପ୍ କ୍ରିକେଟ୍‌ରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କର ଏହା ହେବ ୧୦୦ତମ ଦିନିକିଆ ମ୍ୟାଚ୍। ୧୦୦ ବା ତା’ଠାରୁ ଅଧିକ ଦିନିକିଆ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବାରେ ସେ ହେବେ ସପ୍ତମ ଭାରତୀୟ ଅଧିନାୟକ।

Advertisment

ମହେନ୍ଦ୍ର ସିଂହ ଧୋନି (୩୩୨), ମହମ୍ମଦ ଆଝାରୁଦ୍ଦିନ (୨୨୧), ବିରାଟ କୋହଲତ (୨୧୩), ସୌରଭ ଗାଙ୍ଗୁଲି (୧୯୬), କପିଲ ଦେବ (୧୦୮) ଓ ରାହୁଲ ଦ୍ରାବିଡ଼ (୧୦୪) ହେଉଛନ୍ତି ଅନ୍ୟ ଭାରତୀୟ ଅଧିନାୟକ ଯେଉଁମାନେ ୧୦୦ ବା ତା’ଠୁ ଅଧିକ ଦିନିକିଆ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି।

ରୋହିତ ଶର୍ମା ୨୫୬ଟି ଦିନିକିଆ ମ୍ୟାଚ୍ ଖେଳି ସାରିଲେଣି। ସେଥିରୁ ୨୪୮ଟି ଇନିଂସରେ ସେ ବ୍ୟାଟିଂ କରି ୧୦,୪୨୩ ରନ୍ ସଂଗ୍ରହ କରିଛନ୍ତି। ତା’ ଭିତରେ ୩୧ଟି ଶତକ ଓ ୫୩ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୫୨ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଏଥିରେ ୮୮ ଇନିଂସରୁ ୩୬୭୭ ରନ୍ କରିଛନ୍ତି। ତା’ ମଧ୍ୟରେ ୧୦ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ରହିଛି। ରୋହିତ ୧୪୮ଟି ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୧୪୦ଟି ଇନିଂସରେ ୩୮୫୩ ରନ୍ କରିଛନ୍ତି। ତା’ ମଧ୍ୟରେ ୪ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ରହିଛି।

Advertisment

ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ସେ ୫ଟି ମ୍ୟାଚ୍‌ରୁ ୩୧୧ ରନ୍ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ରହିଛି। 

Rohit Sharma