Advertisment

ପର୍ଥ ଟେଷ୍ଟରୁ ରୋହିତ ଶର୍ମା ବାଦ୍, ନେତୃତ୍ୱ ନେବେ ଯଶପ୍ରୀତ ବୁମରା!

ଶୁବମନ ଗିଲଙ୍କ ପରେ ପର୍ଥରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା।

author-image
Debibandita Barick
Rohit Sharma & Jasprit Bumrah

Rohit Sharma & Jasprit Bumrah

ପର୍ଥରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଦଳରେ ରହିବେ ନାହିଁ। ଏନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ରୋହିତ ଶର୍ମା ବର୍ତ୍ତମାନ ପିତୃତ୍ୱ ଛୁଟିରେ ଥିବାରୁ ସେ ବର୍ଡର-ଗାଭାସ୍କର ଟ୍ରଫିର ଉଦଘାଟନୀ ମ୍ୟାଚରେ ଭାଗ ନେଇପାରିବେ ନାହିଁ। ଏହି ମ୍ୟାଚ୍ ନଭେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ସେପର୍ଯ୍ୟନ୍ତ ରୋହିତ ଶର୍ମା ଛୁଟିରେ ଥିବାରୁ ସେ ଦଳରେ ଯୋଗଦେଇ ପାରିବେ ନାହିଁ।

ତେବେ ରୋହିତ ଶର୍ମା କେବେ ଟିମ୍ ଇଣ୍ଡିଆରେ ସାମିଲ୍ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ଦଳକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି। କାରଣ ରୋହିତଙ୍କ ଅନୁପସ୍ଥିତିରେ ବୁମରା ଦଳର ନେତୃତା ନେବା ନେଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବରୁ ସ୍ପଷ୍ଟ କରିଥିଲେ। 

Advertisment

ଗମ୍ଭୀର ପୂର୍ବରୁ ନିଶ୍ଚିତ କରିଥିଲେ ଯେ, ରୋହିତ ଶର୍ମା ଯଦି ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି, ତେବେ ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆର ଅଧିନାୟକ ହେବେ।

ସେପଟେ, ଶୁବମନ ଗିଲ୍ ମଧ୍ୟ ଆହତ ସମସ୍ୟା କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏପରି ସ୍ଥିତିରେ ଯଶସ୍ୱୀ ଜୈସ୍ୱାଲଙ୍କ ସହ କିଏ ଓପନିଂ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ବିସିସିଆଇ କାହାକୁ ଓପନିଂ ପାଇଁ ଚୟନ କରୁଛି, ତା' ଉପରେ ନଜର। 

Rohit Sharma Jasprit Bumrah Shubaman Gill Perth Test