Advertisment

ଆଉ ଭାରତ ପାଇଁ ଟି-୨୦ ଖେଳିବେନି ରୋହିତ ଶର୍ମା!

୩୬ ବର୍ଷୀୟ ରୋହିତ ଶର୍ମା ଭାରତ ପାଇଁ ୧୪୮ ଟି ଟି-୨୦ ଖେଳିଥିବା ବେଳେ ୩୮୫୩ ରନ କରିଛନ୍ତି। ୧୪୦ ଷ୍ଟ୍ରାଇକ ରେଟରେ ସେ ରନ କରିବା ସହ ରେକର୍ଡ ୪ ଶତକ ମଧ୍ୟ ହାସଲ କରିଛନ୍ତି।

Rohit

Rohit

Advertisment

ଟିମ ଇଣ୍ଡିଆର ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ପାଇଁ ଆଉ ଟି-୨୦ ଖେଳି ନପାରନ୍ତି ରୋହିତ ଶର୍ମା। ସେ ନିଜର ଭବିଷ୍ୟତ ସମ୍ପର୍କରେ ବିସିସିଆଇ ସହ ୫୦ ଓଭର ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ କଥାବାର୍ତ୍ତା ହୋଇସାରିଥିଲେ। ଏହି ଆଲୋଚନା ବେଳେ ରୋହିତ ଆଗକୁ ଭାରତ ପାଇଁ କେବଳ ଦିନିକିଆ ଓ ଟେଷ୍ଟ ଖେଳିବେ ବୋଲି ବିସିସିଆଇକୁ ଜଣାଇ ଦେଇଥିବା ଜଣାପଡ଼ିଛି।

Advertisment

୨୦୨୨ ନଭେମ୍ବର ମାସରେ ଭାରତ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରିଥିଲା। ସେବେଠାରୁ ରୋହିତ ଆଉ ଟି-୨୦ ଅନ୍ତର୍ଜାତୀୟ ଖେଳି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର କମାଣ ସମ୍ଭାଳୁଛନ୍ତି। ଏବେ ହାର୍ଦ୍ଦିକ ସ୍ଥାୟୀ ଭାବେ ଟି-୨୦ରେ ଭାରତର ନେତୃତ୍ୱ ନେବେ। କାରଣ ରୋହିତ ଆଉ ଟି-୨୦ରେ ଭାରତ ପାଇଁ ନଜର ଆସିବାର ସମ୍ଭାବନା ନଥିବା ସ୍ପଷ୍ଟ ହୋଇଛି।

୩୬ ବର୍ଷୀୟ ରୋହିତ ଶର୍ମା ଭାରତ ପାଇଁ ୧୪୮ ଟି ଟି-୨୦ ଖେଳିଥିବା ବେଳେ ୩୮୫୩ ରନ କରିଛନ୍ତି। ୧୪୦ ଷ୍ଟ୍ରାଇକ ରେଟରେ ସେ ରନ କରିବା ସହ ରେକର୍ଡ ୪ ଶତକ ମଧ୍ୟ ହାସଲ କରିଛନ୍ତି।

Advertisment

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ରୋହିତ ଟି-୨୦ ଖେଳିବେ ନାହିଁ ବୋଲି ଖବରରେ କୌଣସି ନୂଆ ନାହିଁ। ସେ ପ୍ରାୟ ବର୍ଷେ ହେଲା ଭାରତ ପାଇଁ ଟି-୨୦ ଖେଳି ନାହାନ୍ତି। ସେ ବିଶ୍ୱକପ ଉପରେ ଫୋକସ କରିଥିଲେ। ଏ ସମ୍ପର୍କରେ ସେ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି। ସେ ନିଜ ଆଡ଼ୁ ଟି-୨୦ରୁ ଦୂରେଇ ରହିବେ ବୋଲି ଅଗରକରଙ୍କୁ ଜଣାଇଥିଲେ। ଏହା ସଂପୂର୍ଣ୍ଣ ଭାବେ ରୋହିତଙ୍କ ନିଷ୍ପତ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।

ରୋହିତ ଟି-୨୦ ଖେଳିବାକୁ ନଥିବାରୁ ଏବେ ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ଦଳର ଓପନର ବ୍ୟାଟର ଭାବେ ଉଭା ହୋଇଛନ୍ତି। ଏମାନେ ଆଇପିଏଲରେ ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଯଦି ଏହି ୪ ଯୁବ ବ୍ୟାଟର ଭଲ ପ୍ରଦର୍ଶନ କରିବେ ନାହିଁ, ତା’ହେଲେ ବିଶ୍ୱକପ ବେଳକୁ ବିସିସିଆଇ ପୁଣିଥରେ ରୋହିତଙ୍କୁ ନିଜର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିପାରେ।

ବର୍ତ୍ତମାନ ସମୟରେ ରୋହିତ ୱାର୍କଲୋଡକୁ ଠିକ ଭାବେ ପରିଚାଳନା କରିବାକୁ ଚାହୁଁଛନ୍ତି। ରୋହିତ ପ୍ରାରମ୍ଭିକ ସମୟରେ ଆହତ ହେଉଥିଲେ। କିନ୍ତୁ ଅଧିକାଂଶ ସମୟ ସେ ମ୍ୟାଚ ଖେଳିବାକୁ ଉପଲବ୍ଧ ରହୁଥିଲେ। ୩୬ ବର୍ଷୀୟ ରୋହିତଙ୍କ ପାଇଁ ୩ଟି ଯାକ ଫର୍ମାଟ ଓ ଆଇପିଏଲ ଖେଳିବା ଆଦୌ ସମ୍ଭବ ନୁହେଁ।

ଡିସେମ୍ବର ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଭାରତ ୭ଟି ଟେଷ୍ଟ ମ୍ୟାଚ ଖେଳିବ। ତେଣୁ ରୋହିତ ରେଡ ବଲ କ୍ରିକେଟ ଉପରେ ଅଧିକ ଫୋକସ କରିବାକୁ ଚାହୁଁଥିବା କୁହାଯାଉଛି। ୨୦୨୫ରେ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯାଉଛି, ତା’ହେଲେ ଏହାର ନେତୃତ୍ୱ ମଧ୍ୟ ରୋହିତ ଶର୍ମା ନେବେ।

ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ସମୟରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଭାରତ ପାଇଁ ଖେଳିବେ। କିନ୍ତୁ ଘରୋଇ ପରିବେଶରେ ଭାରତ ଖେଳିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ରୋଟେସନ ପଲିସି ଗ୍ରହଣ କରାଯିବ।

ଶାମି, ବୁମ୍ରା ଓ ସିରାଜ ପର୍ଯ୍ୟାୟକ୍ରମେ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ଖେଳିବେ। ଆହତ ସମସ୍ୟାରୁ ଫେରିଥିବା ବୁମ୍ରାଙ୍କ ଉପରେ ବିସିସିଆଇ ଅଧିକ ଚାପ ପକାଇବାକୁ ଚାହୁଁନାହିଁ। ତେଣୁ ତାଙ୍କୁ ବିଶ୍ରାମ ଦେଇ ଖେଳାଇବାକୁ ବିସିସିଆଇ ଲକ୍ଷ୍ୟ ରଖିଛି।

Bcci Rohit Sharma ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe