Advertisment

ଦିନିକିଆ ସିରିଜ: ରୋହିତ ଅଧିନାୟକ, ଗିଲ ଉପ ଅଧିନାୟକ

ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୋଲକାତା ନାଇଟ ରାଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି।

Gill

Gill

Advertisment

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ନଜର ଆସିବେ ଦୁଇ ହେଭିୱେଟ ରୋହିତ ଶର୍ମା ଓ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଗୌତମ ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ଆରମ୍ଭ ହେଉଛି।

Advertisment

ପ୍ରଥମ ସିରିଜରେ ଦୁଇ ଷ୍ଟାର ଖେଳାଳି ଖେଳିବେ। ରୋହିତ ପୂର୍ବଭଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତର କମାଣ ସମ୍ଭାଳିବେ। ତାଙ୍କ ଡେପୁଟି ଭାବେ ପୂର୍ବରୁ କେଏଲ ରାହୁଲ ରହିଥିଲେ। ହେଲେ ଟି-୨୦ ଭଳି ଭାରତୀୟ ଟିମର ନୂଆ ଉପ ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍‌। କେଏଲ ରାହୁଲ ୱିକେଟ କିପର ଭାବେ ଦଳରେ ସୁଯୋଗ ପାଇଛନ୍ତି।

ଟି-୨୦ରୁ ଅବସର ନେଇ ସାରିଥିବା ରୋହିତ ଓ ବିରାଟ ବର୍ତ୍ତମାନ ୟୁକେ ଓ ଆମେରିକାରେ ଛୁଟି କାଟୁଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ବିଶ୍ରାମ ନେବେ ବୋଲି କୁହାଯାଉଥିଲା।

Advertisment

କିନ୍ତୁ ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଉଭୟଙ୍କୁ ବିସିସିଆଇ ଫିଟ ରଖିବାକୁ ଚାହୁଁଛି। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ତେଣୁ ବିରାଟ ଓ ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ କୁହାଯାଇଛି।

ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୋଲକାତା ନାଇଟ ରାଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି। ସେହିପରି ଶିବମ ଦୁବେ ସ୍କ୍ୱାଡରେ ରହିଛନ୍ତି। କେଏଲ ରାହୁଲଙ୍କ ଭଳି ଶ୍ରେୟସ ଆୟର ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି।

ରାହୁଲଙ୍କ ବ୍ୟତୀତ ଦଳରେ ୱିକେଟ କିପର ଭାବେ ଋଷଭ ପନ୍ତଙ୍କୁ ମଧ୍ୟ ନିଆଯଇଛି। ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ସ୍ପିନ ବୋଲର ଭାବେ ରହିଛନ୍ତି। ରାଣାଙ୍କ ବ୍ୟତୀତ ଖଲୀଲ ଅହମଦ, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ଦ୍ରୁତ ବୋଲିଂର କମାଣ ସମ୍ଭାଳିବେ।

ଟି-୨୦ ଭଳି ଯଶପ୍ରୀତ ବୁମ୍ରାଙ୍କୁ ଦିନିକିଆରେ ମଧ୍ୟ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ହିଁ ଦିନିକିଆରେ ଉପଲବ୍ଧ ହେବେ ନାହିଁ ବୋଲି କହି ସାରିଥିଲେ। ପନ୍ତ ପ୍ରଥମଥର ପାଇଁ କାର ଦୁର୍ଘଟଣାକୁ ମୁକୁଳିବା ପରେ ଦିନିକିଆ ସିରିଜକୁ ଫେରିଛନ୍ତି। ରିୟାନ ପରାଗ ଉଭୟ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ରହିଛନ୍ତି।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଦିନିକିଆ ଅଗଷ୍ଟ ୨ରୁ ଆରମ୍ଭ ହୋଇ ୭ ତାରିଖ ଯାଏ ଚାଲିବ।

ଦିନିକିଆ ସ୍କ୍ୱାଡ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ, ଖଲୀଲ ଅହମଦ ଓ ହର୍ଷିତ ରାଣା।

Shubman Gill Rohit Sharma Sri Lanka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe