Advertisment

ହୋମ ଗ୍ରାଉଣ୍ଡରେ ବିସ୍ଫୋରକ ବ୍ୟାଟିଂ ପରେ ରୋହିତ ଆଉଟ

ପ୍ରଥମ ଓଭର୍‌ରେ ସେ ୧୦ ରନ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହାପରେ ଶୁବମନ ଗିଲ ଅନ୍ୟତମ ଦ୍ରୁତ ବୋଲର ସାଉଦିଙ୍କୁ ୨ଟି ଚୌକା ମାରିଥିଲେ।

ଅଦ୍ୟତନ ହୋଇଛି
Rohit

Rohit

Advertisment

ଚଳିତ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ସେମିରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ବ୍ୟାଟିଂ କରୁଛି ଭାରତ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ମ୍ୟାଚ୍‌ରେ ଭାରତ ଦମଦାର ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ହୋମ ଗ୍ରାଉଣ୍ଡ ହେଉଛି ୱାଙ୍ଖେଡେ। ସେ ନିଜ ହୋମଗ୍ରାଉଣ୍ଡରେ ଦମ ଦେଖାଇଛନ୍ତି। ଆରମ୍ଭରୁ ହିଁ ସେ କ୍ୱିୱି ଟିମର ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଦିଙ୍କୁ କାଉଣ୍ଟର ଆଟାକ ଆରମ୍ଭ କରିଛନ୍ତି। ସେ ବିସ୍ଫୋରକ ୪୭ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି। 

Advertisment

ପ୍ରଥମ ଓଭର୍‌ରେ ରୋହିତ ୧୦ ରନ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହାପରେ ଶୁବମନ ଗିଲ ଅନ୍ୟତମ ଦ୍ରୁତ ବୋଲର ସାଉଦିଙ୍କୁ ୨ଟି ଚୌକା ମାରିଥିଲେ। ତୃତୀୟ ଓଭର୍‌ରେ ରୋହିତଙ୍କ ବ୍ୟାଟରୁ ପୁଣି ଚୌକା ଓ ଛକା ଦେଖିବାକୁ ମିଳିଥିଲା। ୪ର୍ଥ ଓଭରରେ ସେ ସାଉଦିଙ୍କୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ୫ମ ଓଭରରେ ସେ ପୁଣି ବୋଲ୍ଟକୁ ଛକା ମାରିଛନ୍ତି। ଏହି ଓଭରରୁ ଭାରତକୁ ୯ ରନ ମିଳିଥିଲା।

ରୋହିତ ଶର୍ମା ଗୋଟିଏ ପଟେ ବଡ଼ବଡ଼ ଶଟ ଖେଳୁଥିବା ବେଳେ ଗିଲ୍‌ ବେଶ ସତର୍କତାର ସହ ଖେଳୁଛନ୍ତି। ୫ ଓଭରରେ ଭାରତ ୪୭ ରନ କରିବାକୁ ୬ଷ୍ଠ ଓଭର୍‌ରେ ବୋଲିଂ ଏଣ୍ଡରେ କେନ ୱିଲିୟମସନ ପରିବର୍ତ୍ତନ କରିଥିଲେ। ସେ ୬ଷ୍ଠ ଓଭର ବେଳକୁ ସ୍ପିନର ମିଚେଲ ସାଣ୍ଟନରଙ୍କୁ ଆଣିଥିଲେ। ହେଲେ ରୋହିତ ତାଙ୍କୁ ଗୋଟିଏ ଚୌକା ଓ ଛକା ମାରି ଦଳୀୟ ସ୍କୋରକୁ ୫୦ ପାର କରାଇଥିଲେ। ୬ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୫୮ ହୋଇଯାଇଥିଲା। 

Advertisment

ଏହି ସମୟରେ ରୋହିତ ୨୨ ବଲରେ ୪୫ ଓ ଗିଲ୍‌ ୧୪ ବଲରେ ୧୧ ରନ କରିଥିଲେ। ୭ମ ଓଭର ନେଇ ଆସିଥିଲେ ଟ୍ରେଣ୍ଟ ବୋଲ୍ଟ। ପ୍ରଥମ ବଲରେ ସେ କୌଣସି ରନ ନେଇ ନଥିଲେ। ଏହାପରେ ୱାଇଡ ହୋଇଥିଲା। ପରବର୍ତ୍ତୀ ୩ଟି ବଲ ଡଟ୍‌ ହୋଇଥିଲା। ୫ମ ବଲରେ ସେ ୨ ରନ ନେଇଥିଲା। ୭ମ ଓଭର୍‌ରେ ଭାରତକୁ ମାତ୍ର ୩ ରନ ମିଳିଥିଲା। ୮ମ ଓଭର୍‌ ବୋଲିଂ କରିବାକୁ ଆସିଥିଲେ ଲକି ଫର୍ଗୁସନ। ପ୍ରଥମ ବଲରେ ଶୁବମନ ଗିଲ କୌଣସି ରନ କରି ନଥିଲେ। କିନ୍ତୁ ଦ୍ୱିତୀୟ ବଲରେ ସେ ଚୌକା ମାରିଥିଲେ। ତୃତୀୟ ବଲରେ ୨ ରନ ହୋଇଥିଲା। ୪ର୍ଥ ବଲରେ ସେ ପୁଣି ୨ ରନ ନେଇଥିଲେ। ୫ମ ବଲ ଡଟ୍‌ ହୋଇଥିଲା। ୬ଷ୍ଠ ବଲରେ ସେ ୧ ରନ ନେଇଥିଲେ। 

୮ ଓଭର ସୁଦ୍ଧା ଭାରତ ବିନା ୱିକେଟରେ ୭୦ ରନ କରିଛି। ୯ମ ଓଭରରେ କିନ୍ତୁ ସାଉଦି ୪୭ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ରୋହିତ ଆଜି ୪ଟି ଛକା ଓ ୪ଟି ଛକା ମାରିଛନ୍ତି।  

Rohit Sharma ICC CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe