Advertisment

ବିସିସିଆଇର A+ ଚୁକ୍ତିରୁ ବାଦ ପଡ଼ିବେ ରୋହିତ, ବିରାଟ ଓ ଜାଡେଜା!

ଏହି ବର୍ଗରେ ରହୁଥିବା ଖେଳାଳିମାନଙ୍କୁ ବିସିସିଆଇ ସବୁଠାରୁ ଅଧିକ ଟଙ୍କା ଦେଇଥାଏ। କିନ୍ତୁ ୨୦୨୪ ଟି-୨୦ ବିଶ୍ୱକପ ପରେ ରୋହିତ, ବିରାଟ ଓ ଜାଡେଜା ଟି-୨୦ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

Rohit

Rohit

Advertisment

ଚଳିତ ବର୍ଷ ବିସିସିଆଇ ଖେଳାଳିମାନଙ୍କ ସହ କରୁଥିବା ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିନାହିଁ। ଖୁବଶୀଘ୍ର ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତିରେ କେଉଁ ଖେଳାଳିଙ୍କୁ ରଖିବ ଓ କାହାକୁ ବାଦ ଦେବ, ତା’ ନିଷ୍ପତ୍ତି ନେବ। ତେବେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ବିସିସିଆଇର ଏ+ ଚୁକ୍ତି ହରାଇ ପାରନ୍ତି ବୋଲି କୁହାଯାଉଛି। ନିୟମ ଅନୁସାରେ ଯେଉଁ ଖେଳାଳିମାନେ କ୍ରିକେଟର ୩ଟି ଯାକ ଫର୍ମାଟ- ଟେଷ୍ଟ, ଦିନିକିଆ ଓ ଟି-୨୦ ଖେଳନ୍ତି, ସେମାନଙ୍କୁ ବିସିସିଆଇ ଏ+ କଣ୍ଟ୍ରାକ୍ଟରେ ରଖେ।

Advertisment

ଏହି ବର୍ଗରେ ରହୁଥିବା ଖେଳାଳିମାନଙ୍କୁ ବିସିସିଆଇ ସବୁଠାରୁ ଅଧିକ ଟଙ୍କା ଦେଇଥାଏ। କିନ୍ତୁ ୨୦୨୪ ଟି-୨୦ ବିଶ୍ୱକପ ପରେ ରୋହିତ, ବିରାଟ ଓ ଜାଡେଜା ଟି-୨୦ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଏବେ ସେମାନେ କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଖେଳୁଥିବାରୁ ୩ ଜଣ ଏ+ ଚୁକ୍ତିରୁ ବାଦ ପଡ଼ି ପାରନ୍ତି ବୋଲି କୁହାଯାଉଛି। ସାଧାରଣତଃ ଆଇପିଏଲ ପୂର୍ବରୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ସାର୍ବଜନୀନ କରିଥାଏ। କିନ୍ତୁ ଏଥର ବୋର୍ଡ ଚାମ୍ପିୟନ୍ସ ଟ୍ରଫି ପରେ ଚୁକ୍ତି ସମ୍ପର୍କରେ ଘୋଷଣା କରିବ ବୋଲି ଜଣାପଡ଼ିଛି।

ନିୟମ ଅନୁସାରେ, ରୋହିତ, ବିରାଟ ଓ ଜାଡେଜା ଏ+ ଚୁକ୍ତିରୁ ବାଦ ପଡ଼ିବା କଥା। କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ଟିମ ଇଣ୍ଡିଆର ୩ ବରିଷ୍ଠ ଖେଳାଳି ରୋହିତ, ବିରାଟ ଓ ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ ନେତୃତ୍ୱରେ ଦଳ ରବିବାର ଫାଇନାଲ ମଧ୍ୟ ଖେଳିବ। ତେଣୁ ଚାମ୍ପିୟନ୍ସ ଟ୍ରଫି ପ୍ରଦର୍ଶନ ଆଧାରରେ ସେମାନଙ୍କୁ ଏ+ ବର୍ଗରେ ପୂର୍ବଭଳି ରଖାଯାଇ ପାରେ। ଏହି ୩ ଜଣଙ୍କ ବ୍ୟତୀତ ଏ+ ଚୁକ୍ତିରେ ଥିବା ଅନ୍ୟତମ ତଥା ଏକମାତ୍ର ଖେଳାଳି ହେଲେ ଯଶପ୍ରୀତ ବୁମ୍ରା। ସେ ପୂର୍ବଭଳି ଏହି ବର୍ଗରେ ରହିବା ଏକପ୍ରକାରର ନିଶ୍ଚିତ।

Advertisment

ରିପୋର୍ଟ ଅନୁସାରେ, ଗତବର୍ଷ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ବିସିସିଆଇର ନିର୍ଦ୍ଦେଶ ପାଳନ କରି ନଥିବାରୁ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଥିଲା। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁଣି କେନ୍ଦ୍ରୀୟ ଚୁକ୍ତିରେ ବିସିସିଆଇ ସାମିଲ କରିବ। ବିସିସିଆଇ ତାଗିଦ ପରେ ଶ୍ରେୟସ ପ୍ରଥମେ ଘରୋଇ କ୍ରିକେଟ ଖେଳିଥିଲେ। ସେଠାରେ ନିଜର ଦମ ଦେଖାଇବା ପରେ ଜାତୀୟ ଟିମରେ ତାଙ୍କୁ ସୁଯୋଗ ମିଳିଥିଲା। 

ରବି ଚନ୍ଦ୍ରନ ଅଶ୍ୱିନ ପୂର୍ବରୁ କେନ୍ଦ୍ରୀୟ ଚୁକ୍ତିର ଏ ବର୍ଗରେ ଥିଲେ। କିନ୍ତୁ ଏବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେଣୁ ଚୁକ୍ତିରୁ ବିସିସିଆଇ ବାଦ ଦେବ। ସେହିପରି ବି ଗ୍ରୁପରେ ଥିବା ଅନେକ ଖେଳାଳି ଏ ବର୍ଗକୁ ପଦୋନ୍ନତି ପାଇବେ। 

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ନିଜର ଅବସର ସମ୍ପର୍କରେ କ’ଣ ନିଷ୍ପତ୍ତି ନେଉଛନ୍ତି, ତା’କୁ ବିସିସିଆଇ ଅପେକ୍ଷା କରି ରହିଛି। ଯଦି କୌଣସି କାରଣ ବଶତଃ ରୋହିତ ଅବସର ଘୋଷଣା କରନ୍ତି, ତା’ହେଲେ ଆଗକୁ କ’ଣ କରାଯିବ ସେନେଇ ବୋର୍ଡ ନିଷ୍ପତ୍ତି ନେବ। ସେ ଗତ ଜୁଲାଇରେ ଭାରତକୁ ଟି-୨୦ ବିଶ୍ୱକପ ଦେଇଥିଲେ। ଏବେ ସେ ଭାରତକୁ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପହଞ୍ଚାଇଛନ୍ତି। ତେଣୁ ଏହାକୁ କେହି ଭୁଲିବା କଥା ନୁହେଁ ବୋଲି ଏହି ସୂତ୍ରରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ। କେଉଁ ଖେଳାଳି କେଉଁ ଗ୍ରୁପରେ ରହିବେ, ସେକଥା ବସିସିଆଇ ଜାତୀୟ ଚୟନ କମିଟି ସହ ମିଶି ନେଇଥାଏ।

ଏ+ ଓ ଏ ଗ୍ରୁପରେ ରହୁଥିବା ଖେଳାଳିମାନେ ସବୁ ଫର୍ମାଟର ସକ୍ରିୟ ସଦସ୍ୟ ଥିବେ କିମ୍ବା ଟେଷ୍ଟ ସହ ସୀମିତ ଓଭରର ଗୋଟିଏ ଫର୍ମାଟରେ ନିୟମିତ ଖେଳୁଥିବେ। ଗ୍ରୁପ ବି’ରେ ସ୍ଥାନ ପାଉଥିବା ଖେଳାଳି ଅତିକମରେ ୨ଟି ଫର୍ମାଟ ଖେଳୁଥିବା ଦରକାର। ସେହିପରି ଗ୍ରୁପ ସି’ର ଖେଳାଳି ସାଧାଣତଃ ଗୋଟିଏ ଫର୍ମାଟରେ ଖେଳି ଥାଆନ୍ତି।

Bcci Virat Kohli Rohit Sharma Ravindra Jadeja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe